ବସିଲା ବଡ଼ ବୈଠକ: ସୁରକ୍ଷାକୁ ନେଇ…

ବାଲେଶ୍ୱର,୯।୫: ବାଲେଶ୍ୱର ଚାନ୍ଦିପୁରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ପୂର୍ବାଞ୍ଚଳ ଡିଆଇଜିଙ୍କ ସମେତ ଏସ୍‌ପି ଓ ଥାନାଧିକାରୀ ଉପସ୍ଥିତ ଅଛନ୍ତି।  ବତ୍ତର୍ମାନ ସାରା ଦେଶ ପାଇଁ ଏକ ସମ୍ବେଦନଶୀଳ ସମୟ ଚାଲି ଥିବା ବେଳେ ଶତ୍ରୁଙ୍କ ଟାର୍ଗେଟ ମଧ୍ୟରେ ଓଡିଶାର ଚାନ୍ଦିପୁର ମଧ୍ୟ ଥାଇପାରେ  । ଏଠାରେ ପ୍ରତିରକ୍ଷାର ବଡ ବଡ ପ୍ରତିଷ୍ଠାନ ସବୁ ରହିଛି।  ତେଣୁ ଏସବୁର ସୁରକ୍ଷା ପାଇଁ ସୁରକ୍ଷାକୁ କଡାକଡି କରାଯାଇଛି । କେଉଁଭଳି ରଣନୀତି ପ୍ରସ୍ତୁତ କରିବା କଥା ତାହା ନେଇ ଆଲୋଚନା ହେଉଛି।
ତେବେ କେବଳ ଚାନ୍ଦିପୁର ନୁହେଁ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ  ସ୍ଥାନଗୁଡିକରେ ଏବେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ହୀରାକୁଦ ଡ୍ୟାମ, ପୁରୀକୁ ମଧ୍ୟ ସୂରକ୍ଷାରେ ରଖାଯାଇଛି । ଶ୍ରତୁ ପକ୍ଷରୁ ପ୍ରତିଟି ଆକ୍ରମଣାତ୍ମକ ପଦକ୍ଷେପକୁ  ଯେପରି ପ୍ରତିହତ କରିହେବ ସେଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ସତର୍କ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ରାଜ୍ୟବାସୀଙ୍କୁ  ଏନେଇ କହିଛନ୍ତି । ମୁଖ୍ୟତଃତ ଓଡିଶାରେ ଯଦିଓ ଆତଙ୍କବାଦ ଆଶଙ୍କା ନାହିଁ କିନ୍ତୁ ଯେହେତୁ ଏଠାରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁଡିକ ଅଛି ଏହାକୁ ଆକ୍ରମଣର ଟାର୍ଗେଟରେ ଶତ୍ରୁ ରଖିଥାଇପାରେ ତେଣୁ ଏବେ ଏସବୁ ସ୍ଥାନ ପାଇଁ ସୁରକ୍ଷା ସ୍ତର ସୃଷ୍ଟି କରିବାକୁ ବିଚାର ବିମର୍ଷ ହେଉଛି ।
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଇଲାକାକୁ ହାଇ ଆଲର୍ଟରେ ରଖାଯାଇଛି।
ଜମ୍ମୁ-କଶ୍ମୀର ପହଲଗାମଠାରେ ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛି। ସମ୍ଭାବ୍ୟ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଅପରେଶନ ସିନ୍ଦୂର ମାଧ୍ୟମରେ ଭାରତ ପ୍ରତିଶୋଧ ନେଇଛି। ଯୁଦ୍ଧ ଭଳି ସ୍ଥିତିରେ ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଡିଆରଡିଓ, ଆଇଟିଆର ଆଦି ପ୍ରତିଷ୍ଠାନ ଥିବାରୁ ଏହା ବେଶ ସମ୍ବେଦନଶୀଳ ଅଞ୍ଚଳ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୂରା ଚାନ୍ଦିପୁରକୁ ନଜରରେ ରଖିଛନ୍ତି। ଚାନ୍ଦିପୁରରେ କ୍ଷେପଣାସ୍ତ୍ର ଘାଟି ଥିବାରୁ ଏଠାରେ ସର୍ବଦା ଶତ୍ରୁପକ୍ଷର ଭୟ ରହିଥାଏ। ଆଉ ଏଠାକୁ ଟାର୍ଗେଟ ବି କରିଥାନ୍ତି ଶତ୍ରୁପକ୍ଷ। ପରିସ୍ଥିତିର କଡ଼ା ମୁକାବିଲା ପାଇଁ ଶୁକ୍ରବାର ଅପରାହ୍ନରେ ଚାନ୍ଦିପୁର ପିଏକ୍ସଇ କ୍ୟାମ୍ପସ ପରିସରରେ ଏକ ଜରୁରୀକାଳୀନ ବୈଠକ ବସିଛି । ପୂର୍ବାଞ୍ଚଳ ଡିଆଇଜି ବୈଠକ ସମ୍ପର୍କରେ ଡିଆଇଜି ଗୁରୁବାର ରାତିରେ ଆଇଟିଆରର ଡାଇରେକ୍ଟର, ପିଏକ୍ସଇର ଡାଇରେକ୍ଟର, ବାଲେଶ୍ୱର ଜିଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଥିଲେ। ବୈଠକରେ ସିକ୍ୟୁରିଟି ଅଫ ଡିଫେନ୍ସ ସମ୍ପର୍କରେ ସବିଶେଷ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri