ଆଜି ଭାଜପାର ବଡ଼ ବୈଠକ, ନୂଆପଡ଼ା ଉପନିର୍ବାଚନ ନେଇ ହେବ ବଡ଼ ଘୋଷଣା

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖ ହେଉଛି ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ। ନଭେମ୍ବର ୧୧ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ସବୁ ଦଳ ପକ୍ଷରୁ ଉପନିର୍ବାଚନକୁ ନେଇ କସରତ ଆରମ୍ଭ ହୋଇଯାଇଛି। କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିସାରିଛି। ପ୍ରାର୍ଥୀ ଘୋଷଣାରେ କଂଗ୍ରେସଠାରୁ ପଛରେ ରହିଛନ୍ତି ଶାସକ ଭାଜପା ଏବଂ ବିଜେଡି। ହେଲେ ନୂଆପଡ଼ା ଉପନିର୍ବାଚନ ନେଇ ଭାଜପା ପକ୍ଷରୁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ଜଣାପଡ଼ିଛି। ଗୁରୁବାର ସାରେ ଭାଜପାର କୋର୍‌ କମିଟି ବୈଠକ ବସିବ। ଏଥିରେ ନୂଆପଡ଼ା ଉପନିର୍ବାଚନ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଦଳର ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍‌. ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଙ୍ଗଠକ ଭି. ସତୀଶ ଏହି ବୈଠକରେ ସାମିଲହେବେ। ଉଭୟ ନେତା ବୁଧବାର ସୁଦ୍ଧା ଓଡ଼ିଶା ଗସ୍ତରେ ଆସିସାରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ୨ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ, ପ୍ରଭାତୀ ପରିଡ଼ା, ୨ ପ୍ରଭାରୀ ବିଜୟପାଲ ସିଂ ତୋମାର, ଲତା ଉସେଣ୍ଡି ଏବଂ କୋର୍‌ କମିଟିର ଅନ୍ୟ ସଦସ୍ୟମାନେ ସାମିଲ ହେବେ। ଦଳ ପକ୍ଷରୁ କାହାକୁ ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ କରାଯିବ ସେନେଇ କୋର୍‌ କମିଟିରେ ଚୂଡ଼ାନ୍ତ ହେବା ପରେ ସେହି ରିପୋର୍ଟ କେନ୍ଦ୍ରକୁ ପଠାଯିବ ବୋଲି ଜଣାପଡ଼ିଛି। ଗଣମାଧ୍ୟମକୁ ତୋମାର କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ଦଳର ପ୍ରାର୍ଥୀ ସମ୍ପର୍କରେ କୋର୍‌ କମିଟିରେ ଚର୍ଚ୍ଚା ହେବ। ଦଳ ନୂଆପଡ଼ାରେ ୨୦୨୪ରେ ୩ ନମ୍ବର ସ୍ଥାନରେ ଥିଲା, ଏଥର ୧ ନମ୍ବରକୁ ଆସିବ ବୋଲି ତୋମାର କହିଛନ୍ତି।

୨୦୨୪ ସାଧାରଣ ନିର୍ବାଚନରେ ନୂଆପଡ଼ା ଆସନରୁ ଦଳର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ପ୍ରାର୍ଥୀ ହୋଇଥିଲେ। ତେଣୁ ଉପନିର୍ବାଚନରେ ଦଳ ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଭାଜପା ସରକାରକୁ ଆସିବା ପରେ ରାଜ୍ୟରେ ପ୍ରଥମ ଉପନିର୍ବାଚନ ମୁକାବିଲା କରିବାକୁ ଯାଉଛି। ଏହା ଶାସକ ଭାଜପା ପାଇଁ ମଧ୍ୟ ଏକ ସମ୍ମାନର ବିଷୟ। ତେଣୁ ଦଳ ଏଠାରେ କାହାକୁ ପ୍ରାର୍ଥୀ କରିବ ସେନେଇ ମାନସମନ୍ଥନ ଚଳାଇଛି। ଅନ୍ୟପଟେ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ ବିଏଲ୍‌ ସନ୍ତୋଷଙ୍କ ଅଧ୍ୟକ୍ଷତାରେ ବସିବାକୁଥିବା ବୈଠକରେ ଏସ୍‌ସି, ଏସ୍‌ଟି ବିଧାୟକ ଏବଂ ସାଂସଦ, ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯୋଗଦେବେ।

 

Dharitri – Odisha’s No.1 Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…

କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…

ମିଶାଇଲ ଆକ୍ରମଣ ପରେ କେମିତି ବଞ୍ଚିଗଲେ ଇରାନର ନୂଆ ସୁପ୍ରିମ ଲିଡର, ଲିକ ଅଡିଓ ଖୋଲିଲା ଗୁମର!

ତେହରାନ୍‌,୧୭।୩: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଫେବୃଆରୀ ୨୮ରେ ହୋଇଥିବା ଏକ ଆମେରିକୀୟ-ଇସ୍ରାଏଲୀୟ ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଥିଲେ। ଏକ ଲିକ ହୋଇଥିବା ଅଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri