ଗହୀରମଥାରେ ବିଦେଶୀ ପକ୍ଷୀଙ୍କ ସମାଗମ

ମହାକାଳପଡ଼ା, ୫ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଶୀତ ଋତୁରେ ଏବେ ଶୁଭିଲାଣି ବିଦେଶୀ ପକ୍ଷୀଙ୍କ କାକଳି। ଜୈବ ବିବିଧତା ପ୍ରତି ଆକୃଷ୍ଟ ହୋଇ ଆସୁଥିବା ବିଭିନ୍ନ ରଙ୍ଗ ବେରଙ୍ଗର ଦେଶୀ, ବିଦେଶୀ ପକ୍ଷୀଙ୍କ ଭୂସ୍ବର୍ଗ ପାଲଟିଛି ଗହୀରମଥା। ଉପଯୁକ୍ତ ଜଳବାୟୁ, ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ, ବିସ୍ତୀର୍ଣ୍ଣ ଲୁଣା ହେନ୍ତାଳ ଜଙ୍ଗଲରେ ନିଜକୁ ସୁରକ୍ଷିତ ମଣିଥାନ୍ତି। ଜଙ୍ଗଲରେ ବସା ବାନ୍ଧି ସମାଗମ ହେଉଥିବା ଦେଖିବାକୁ ମିଳୁଛି। ଏହି ବିଦେଶୀ ପକ୍ଷୀ ମେରୁ ଅଞ୍ଚଳରେ ବରଫ ଆଚ୍ଛାଦିତ ଯୋଗୁ ଲକ୍ଷଲକ୍ଷ ଯୋଜନ ଅତିକ୍ରମ କରି ଏଠାରେ ସୁରକ୍ଷିତ ମଣି ସମାଗମ ହେଉଥିବାରୁ ସେମାନଙ୍କ ସୁରକ୍ଷା ଜରୁରୀ ହୋଇପଡ଼ିଛି।
ଏହି ଦେଶୀ, ବିଦେଶୀ ପକ୍ଷୀମାନେ ବଡ଼ବଡ଼ ଜଳାଶୟ, ନଦୀ ପଠାରୁ କୀଟ ପତଙ୍ଗ, ଛୋଟ ଚୂନା ମାଛ, କୁଜିଗେଣ୍ଡା ଓ କ୍ଷୁଦ୍ର ସାମୁଦ୍ରିକ ଜୀବଜନ୍ତୁଙ୍କୁ ଆହାର ରୂପେ ଗ୍ରହଣ କରିଥାନ୍ତି। ଏମାନେ ବିଶେଷକରି ତଣ୍ଡା, ବିଶ୍ୱ ବ୍ୟାଙ୍କ ଘେରି, ବଣପଡ଼ା, ଶାସନପେଟା, ବରୁଣାଇ ଜଙ୍ଗଲ, ହୁକିଟୋଲା ଜଙ୍ଗଲ ଓ ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା, ଚଟକାରେ ଦଳ ଦଳ ହୋଇ ଜଳକ୍ରୀଡ଼ା କରୁଛନ୍ତି। ପକ୍ଷୀଙ୍କୁ ଶିକାର କରିବାକୁ ସ୍ଥାନୀୟ ଅଞ୍ଚଳର ଅଭ୍ୟାସଗତ ଶିକାରୀମାନେ ଖୁବ୍‌ ସତର୍କତା ସହ ବିଷ, ଫାଶ ବସାଇ ଶିକାର କରୁଥିବା ସୂଚନା ମିଳିଛି। କିପରି ପକ୍ଷୀ ଶିକାରୀମାନେ ବିଭାଗ ନ ଜାଣିପାରିବ ସେଥିପ୍ରତି ଭୋରରୁ ଓ ସା ବେଳେ ଏମାନେ ଶିକାର କରିଥାନ୍ତି। କାରଣ ଭୋରରୁ ଶହ ଶହ ପକ୍ଷୀ ଖରା ଓ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ଛାଡ଼ି ଉକ୍ତ ଅଞ୍ଚଳକୁ ବାହାରି ଯାଆନ୍ତି। ଏହାକୁ ଦୃଷ୍ଟିରେ ରଖି ବହୁ ସତର୍କତା ସହ ଅଭ୍ୟାସଗତ ଶିକାରୀମାନେ ପକ୍ଷୀ ଶିକାର କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ଫାଶ ତଥା ଛିଟକିନି, ଚଳା ଫାଶ ଓ ବିଷ ଆକାରରେ ଫୋରାଡନ (ବିଷ)କୁ ପକାଇ ସକାଳୁ ସକାଳୁ ଶିକାର କରିଥାନ୍ତି। ଗହୀରମଥା ଅଞ୍ଚଳରେ ଦେଶୀ ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ଯୁଜୁଭୁ, ନିଶ୍ୱା ତିତିରି, ଚିତ୍ରିତ କଞ୍ଜ, ସମୁଦ୍ର କୁଆ, ପଣ୍ଡା ହଂସ, ଦୂବ ହଂସ, ପାତୀ ହଂସ, ଗହୀର ଲାଞ୍ଜା, କୋଠ ବଗୁଲି, ଖଇରା ବଗ, ଝାଲିଆ ବଗ, କଳା ମୁଣ୍ଡିଆ ବଗ, ଗେଣ୍ଡାଳିଆ, ଡାଙ୍ଗୁଆ, ହୁରୁଡ଼ା, ଚନ୍ଦନ ପାଟିଆ ଗେଣ୍ଡି, ଘିଡ଼ିଘିଡ଼ି ଚଢ଼େଇ ଆଦି ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ପକ୍ଷୀପ୍ରେମୀ ତଥା ପରିବେଶବିତ୍‌ ସୁବାସ ସ୍ବାଇଁ କହିଛନ୍ତି, ବିଦେଶୀ ପକ୍ଷୀ ଆମ୍ଭମାନଙ୍କ ଅତିଥି। ସେମାନଙ୍କ ସୁରକ୍ଷା ପାଇଁ ଅଞ୍ଚଳବାସୀ ଯତ୍ନବାନ୍‌ ହେବା ଆବଶ୍ୟକ। ପକ୍ଷୀ ଗହଳି ସ୍ଥାନଗୁଡ଼ିକରେ ଶବ୍ଦ ପ୍ରଦୂଷଣ ନ କରିବା ଉପରେ ଗୁରୁତ୍ୱାରୋପ କରିବା ଜରୁରୀ। ନଚେତ ସେମାନେ ଉକ୍ତ ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯିବେ। ଏ ସଂକ୍ରାନ୍ତରେ ଗହୀରମଥା ରେଞ୍ଜ ଅଧିକାରୀ ପ୍ରଦୋଷ କୁମାର ମହାରଣାଙ୍କୁ ପଚାରିବାରେ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବିଭାଗ ଯତ୍ନବାନ ରହିଛି। ଅପରପକ୍ଷରେ ଚଳିତ ସପ୍ତାହରେ ଦେଶୀ ବିଦେଶୀ ପକ୍ଷୀମାନଙ୍କ ଗଣନା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri