ସଭା ଓ ଶୋଭାଯାତ୍ରା

ଆଜିକାଲି ସଭା ଓ ଶୋଭାଯାତ୍ରା ଏକ ନିତିଦିନିଆ ଘଟଣା ହୋଇଗଲାଣି। ତେବେ ଅନୁଷ୍ଠିତ ସଭାଗୁଡ଼ିକ ମଧ୍ୟରେ ସାହିତ୍ୟ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଭା ଏବେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ସମୟରେ ଗାଁ ଗହଳିଠୁଁ ଆରମ୍ଭ କରି ସହର ବଜାର ଯାଏ ଛତୁ ଫୁଟିଲା ଭଳି ବିଭିନ୍ନ କିସମର ସଙ୍ଗଠନ ମାନ ଗଢ଼ି ଉଠିଛି । ବର୍ଷର ବିଭିନ୍ନ ସମୟରେ ସଭାସମିତି ଆୟୋଜନ କରାଇ କବି, ଲେଖକ ଓ ସାହିତି୍ୟକଙ୍କୁ ଅନୁଷ୍ଠାନମାନେ ଏକଜୁଟ କରାଉଛନ୍ତି। ଅତିଥିମାନଙ୍କୁ ଡକାଇ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଲୋଚନା ମଧ୍ୟ କରାଉଛନ୍ତି। କେଉଁଠି କବିତା/ଗଳ୍ପ ପାଠ କରାଯାଉଛି ତ କେଉଁଠି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ରହୁଛି। ତେବେ ଏସବୁ ସଭା ପ୍ରତି ସାଧାରଣ ଶ୍ରୋତାମାନେ ଅନାଗ୍ରହ ପ୍ରକାଶ କରୁଥିବା ବେଳେ କେବଳ ଆୟୋଜକ ଗୋଷ୍ଠୀ ଓ ସମ୍ବର୍ଦ୍ଧିତ ହେବାକୁ ଥିବା ପ୍ରତିଭାଙ୍କ ଉପସ୍ଥିତି ସଭା ଶେଷଯାଏ ରହୁଥିବା ଦେଖିବାକୁ ମିଳୁଛି। ମାତ୍ର କବିତା ପଢ଼ିସାରି କବିମାନେ ଫେରାର ହୋଇଯାଉଛନ୍ତି। ଅସଲ କଥା ହେଲା, ଯେଉଁ ଉଦ୍ଦେଶ୍ୟରେ ସଭାଟି ଆୟୋଜିତ ହୋଇଥାଏ ତାହା ସାଧିତ ହୋଇପାରେନି। ନିର୍ଦ୍ଧାରିତ ପ୍ରସଙ୍ଗ ଉପରେ ଆବଶ୍ୟକ ଦକ୍ଷତା ବା ବିଷୟଜ୍ଞାନ ନ ଥିବା କାରଣରୁ ଅନେକ କ୍ଷେତ୍ରରେ ଆଲୋଚନା ବିପଥଗାମୀ ହୁଏ। ସାମାଜିକ କ୍ଷେତ୍ରରେ ତା’ର ପ୍ରତିଫଳନ ଦୃଷ୍ଟିକୁ ଆସେ ନାହିଁ। କିନ୍ତୁ ରାଜନୈତିକ ସଭା ଓ ଶୋଭାଯାତ୍ରାରେ ଲୋକଙ୍କର ବେଶି ଭିଡ଼ ଦେଖିବାକୁ ମିଳିଥାଏ; ଯାହା ପ୍ରାୟୋଜିତ। ନିର୍ବାଚନ ପାଖେଇ ଆସିଲେ ଲୋକଙ୍କ ସମର୍ଥନ ଯୋଗାଡ଼ କରିବାକୁ ରାଜନୈତିକ ଦଳ ଓ ଦଳୀୟ ନେତାଙ୍କ ପକ୍ଷରୁ ଆୟୋଜିତ ସଭା ଓ ଶୋଭାଯାତ୍ରା ହୁଏତ ଦଳୀୟ ସ୍ବାର୍ଥ ସାଧନରେ ସହାୟକ ହୋଇଥାଏ, କିନ୍ତୁ ସାଧାରଣ ଲୋକଙ୍କୁ ଏଥିପାଇଁ ବହୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼େ। ଅଧିକାଂଶ ସମୟରେ ଏହାକୁ ନେଇ ରାସ୍ତାଘାଟରେ ଟ୍ରାଫିକ ଜାମ୍‌ ଓ ପରିବେଶ ପ୍ରଦୂଷଣଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏକଥା ଅବଶ୍ୟ ସତ ଯେ, ସାହିତ୍ୟ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଭାଗୁଡ଼ିକ ଲୋକଙ୍କର ଜ୍ଞାନର ପରିସର ବୃଦ୍ଧି ଓ ବୌଦ୍ଧିକ ଚେତନାକୁ ଜାଗ୍ରତ କରାଇବାରେ କିଛି ଅଂଶରେ ସହାୟକ ହେଉଥିବା ବେଳେ ରାଜନୈତିକ ସଭା ସହିତ କିନ୍ତୁ ଲୋକଙ୍କର ସିଧାସଳଖ କିଛି ନା କିଛି ସ୍ବାର୍ଥ ଓ ଭାବଗତ ସମ୍ପର୍କ ରହିଛି।
ଏସବୁ ସଭା ବ୍ୟତୀତ ଆଜିକାଲି ଶ୍ରଦ୍ଧାଞ୍ଜଳି ବା ସ୍ମୃତିଚାରଣ ସଭା ଓ ଶବ ଶୋଭାଯାତ୍ରାଗୁଡ଼ିକ ବହୁଳ ମାତ୍ରାରେ ଅନୁଷ୍ଠିତ ହେଉଛି। ଆଉ ଏଥିରେ ଭେଦଭାବ ବି କିଛି ରହୁନି। ଦିନଥିଲା ସେବା, ତ୍ୟାଗ ଓ ପରୋପକାର ଭଳି ମହନୀୟ ଗୁଣରେ ବିଭୂଷିତ ସର୍ବୋପରି ସାମାଜିକ କ୍ଷେତ୍ରରେ ଅବଦାନ ଥିବା କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପରଲୋକରେ ତାଙ୍କର ସ୍ମୃତିଚାରଣ ସଭା ଅନୁଷ୍ଠିତ ହେଉଥିଲା। ଏବେ କିନ୍ତୁ ରାଜନୈତିକ ପ୍ରଭାବ ଓ ପତିଆରା ଥିବା ବ୍ୟକ୍ତିଙ୍କର ବି ସ୍ମୃତିଚାରଣ ସଭା ଓ ଶବ ଶୋଭାଯାତ୍ରା ବଡ଼ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଛି। ଆଉ ଏମାନଙ୍କର ସ୍ତାବକ ଓ ପ୍ରଶଂସକମାନେ ବିଭିନ୍ନ ଉପମା ଅଳଙ୍କାର ଦେଇ ଏମାନଙ୍କ ଗୁଣକୀର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ବିଭିନ୍ନ ସଚେତନତା ସଭା ଓ ଶୋଭାଯାତ୍ରାର ଆୟୋଜନ କରାଯାଉଛି। ଆଉ ଏଥିପାଇଁ ବି ବହୁଳ ଅର୍ଥ ବ୍ୟୟ କରାଯାଉଛି। ଏହାର କୌଣସି ସୁଦୂର ପ୍ରସାରୀ ପ୍ରଭାବ କାହା ଉପରେ ପଡ଼ିବା ଭଳି ମନେହେଉନି। ବିଭିନ୍ନ ଦାବି ହାସଲ ଓ ସମସ୍ୟା ସମାଧାନ ଲାଗି ବିଭିନ୍ନ ଗୋଷ୍ଠୀ ଓ ସଙ୍ଗଠନଗୁଡ଼ିକ ପକ୍ଷରୁ ଅଧିକାଂଶ ସମୟରେ ପ୍ରତିବାଦ ସଭା ଓ ଶୋଭାଯାତ୍ରା ମାନ ଅନୁଷ୍ଠିତ ହୋଇଥାଏ। ବିଶେଷକରି ବିଧାନସଭା ଅଧିବେଶନ ସମୟରେ ଏହି ସଭା ଓ ଶୋଭାଯାତ୍ରାର ଉଷ୍ମତା ଅଧିକ ଜଣାପଡ଼େ। ଅନ୍ୟପକ୍ଷେ ଉତ୍ସବ/ମହୋତ୍ସବ ଏବଂ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ନାଁରେ ସଭା ସାଙ୍ଗକୁ ଯୁବକମାନଙ୍କୁ ନେଇ ବାଇକ ଓ ମହିଳାଙ୍କୁ ନେଇ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥାଏ। ଏସବୁ ବି ରାସ୍ତାଘାଟ ଜାମ କରିବା ସହିତ ସାଧାରଣ ଲୋକଙ୍କ ଗମନାଗମନରେ ବାଧା ସୃଷ୍ଟି କରିଥାଏ। ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ସ୍କୁଲ କଲେଜର ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସଭାମାନଙ୍କରେ ଡାକିଆଣି ସମବେତ କରାଇବା ଏକ ଅହିତକର ପରମ୍ପରା ସୃଷ୍ଟି କରୁଥିଲେ ବି ନେତା ଓ ବୁଦ୍ଧିଜୀବୀମାନେ ଏଥିପ୍ରତି ଆଖି ବୁଜି ଦେଇଥାନ୍ତି। ଏସବୁ ସଭାରେ ବକ୍ତାଙ୍କ ବକ୍ତବ୍ୟ ଶୁଣିବା ଅପେକ୍ଷା ମନୋରଞ୍ଜନ କାର୍ଯ୍ୟକ୍ରମ ଉପରେ ପିଲାଙ୍କ ନଜର ଅଧିକ କେନ୍ଦ୍ରୀଭୂତ ହୋଇଥାଏ।
ସେହିପରି ବିଭିନ୍ନ ସରକାରୀ/ବେସରକାରୀ ଦପ୍ତର, ସ୍କୁଲ, କଲେଜର ଶିକ୍ଷକ/ ଅଧ୍ୟାପକମାନଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ ମଧ୍ୟ କରାଯାଇଥାଏ। ଏଥିରେ ନୂତନତ୍ୱ ବୋଲି କିଛି ନ ଥାଏ ଏବଂ ଏସବୁ ସଭା ବାରମାସୀ ଓ ଏଗୁଡ଼ିକ ଚିରାଚରିତ ଢଙ୍ଗରେ ସମ୍ପନ୍ନ କରାଯାଇଥାଏ। କାହାର କାହା ପ୍ରତି ଅନ୍ତରରେ ଶ୍ରଦ୍ଧା, ସମ୍ମାନ କି ଭଲ ପାଇବା ଥାଉ କି ନ ଥାଉ ସଭାରେ ଉପସ୍ଥିତ ହୋଇ କେବଳ ଦି’ପଦ ପ୍ରଶଂସା ସୂଚକ ବକ୍ତବ୍ୟ ପ୍ରଦାନ କରିବାରେ ସେବାରେ ଥିବା ଓ ସେବା ନିବୃତ୍ତବ୍ୟକ୍ତି ଆତ୍ମତୃପ୍ତି ଓ ସନ୍ତୋଷ ଲାଭ କରିଥାନ୍ତି। ସଭା ଓ ଶୋଭାଯାତ୍ରାର ଆୟୋଜକମାନେ ନିଜ ଭିତରେ ଥିବା ସଂକୀର୍ଣ୍ଣ ମନୋଭାବ ଓ ହୀନମନ୍ୟତାକୁ ଦୂରକରି ସାମାଜିକ ହିତ ଦୃଷ୍ଟିରୁ ସେମାନଙ୍କ ଦୃଷ୍ଟିଭଙ୍ଗୀକୁ ବ୍ୟାପକ ଓ ସମାଜ ଉପଯୋଗୀ କରିବା ପରିବର୍ତ୍ତେ ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ଯାଇ ଅଯଥା ଓ ଅକାରଣରେ ଆତ୍ମ ସଂକୀର୍ତ୍ତନ ଉଦ୍ଦେଶ୍ୟରେ ସଭା ଓ ଶୋଭାଯାତ୍ରା ମାନ ଆୟୋଜନ କରିଥାନ୍ତି। ସମୟ ଆସିଛି ଏଭଳି ସଭା ଓ ଶୋଭାଯାତ୍ରାର ଔଚିତ୍ୟକୁ ନେଇ ଏବଂ ଏହାର ସାମାଜିକ ଯଥାର୍ଥତାକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରିବାର ଆବଶ୍ୟକତା ରହିଛି। ତା’ନ ହେଲେ ଆଗାମୀ ପିଢ଼ି ସଂକ୍ରମିତ ହେବାର ସମ୍ଭାବନା ମଧ୍ୟ ରହିଛି।

ଯଦୁମଣି ପାଣିଗ୍ରାହୀ
ଶଂଖିଡା, ତିହିଡି, ଭଦ୍ରକ
ମୋ:୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?