୩୧ ଡିସେମ୍ବର ସୁଦ୍ଧା ଟିକାକରଣ ଲକ୍ଷ୍ୟ ପୂରଣ କାଠିକର ପାଠ…

ନୂଆଦିଲ୍ଲୀ,୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରଣ ଅଭିଯାନ ଜାରି ରହିଛି। ଜାରି ରହିଛି। ୨୦୨୧ ଶେଷ ସୁଦ୍ଧା ଦେଶର ସମସ୍ତ ୯୪ କୋଟି ବୟସ୍କଙ୍କୁ କରୋନା ଟିକା ଦେବା କାଠିକର ପାଠ ମନେ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭୪ କୋଟିରୁ ଅଧିକ ବୟସ୍କମାନେ କେବଳ ଟିକାର ଗୋଟିଏ ଡୋଜ ନେଇଛନ୍ତି। କେବଳ ୩୫ କୋଟି ଲୋକଙ୍କୁ ଟିକାର ଉଭୟ ଡୋଜ ଦିଆଯାଇଛି। ମୋଟ ଟିକାକରଣ ସଂଖ୍ୟା ୧୦୯ କୋଟି ୮ ଲକ୍ଷ ୧୬ ହଜାର ୩୫୬ରେ ପହଞ୍ଚିଛି।

ସମସ୍ତ ବୟସ୍କଙ୍କ ପାଇଁ ପ୍ରାୟ ୧୮୮ କୋଟି ଡୋଜ ଟିକା ଆବଶ୍ୟକ। ଏକ ରିପୋର୍ଟ ଅନୁଯାୟୀ, ଟିକା ଉପଲବ୍ଧତା ଏକ ସମସ୍ୟା ନୁହେଁ। ଭାରତ ଟିକା ରପ୍ତାନି ମଧ୍ୟ ଆରମ୍ଭ କରିଛି। ଟିକା ନେବା ପାଇଁ ଲୋକଙ୍କୁ ଆଗକୁ ଆସିବାକୁ ପଡିବ। ବହୁ ରାଜ୍ୟ ଏକ୍ଷେତ୍ରରେ ପଛରେ ଅଛନ୍ତି। ଇତିମଧ୍ୟରେ ଘରଘର ବୁଲି ଟିକା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୨୦ କୋଟିରୁ ଅଧିକ ଟିକା ବିଭିନ୍ନ ରାଜ୍ୟର ସରକାରୀ ତଥା ଘରୋଇ ହସ୍ପିଟାଲରେ ଷ୍ଟକ୍‌ ରହିଛି। ପ୍ରାୟ ୧୬ କୋଟି ଟିକା ସରକାରୀ ହସ୍ପିଟାଲରେ ରହିଛି। ଅବଶିଷ୍ଟ ୪ ରୁ ୫ କୋଟି ଟିକା ଘରୋଇ ହସ୍ପିଟାଲରେ ଷ୍ଟକ୍‌ ରହିଛ। ମୋଟ ଉପରେ ୧୦୯ କୋଟିରୁ ଅଧିକ ଟିକା ଦିଆଯିବା ସହିତ ମୋଟ ୧୩୦ କୋଟି ଡୋଜ ଯୋଗାଇ ଦିଆଯାଇଛି।

ନଭେମ୍ବର ଏବଂ ଡିସେମ୍ବରରେ ପ୍ରାୟ ୫୪ କୋଟି ଡୋଜ ଆସିବ ବୋଲି ଆଶା କରାଯାଉଛି। ସେଥିମଧ୍ୟରେ ୪୪ କୋଟି କୋଭିଶିଲ୍ଡ ଏବଂ ୧୦ କୋଟି କୋଭାକ୍ସିନ ରହିଛି। ଏହା ବ୍ୟତୀତ ଜାୟଡସ କ୍ୟାଡିଲା ଏବଂ ବାୟୋଲୋଜିକାଲ-ଇ ର ଟିକା ଷ୍ଟକ ମଧ୍ୟ ଉପଲବ୍ଧ ହେବ। ତେବେ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଭାରତର ସମସ୍ତ ବୟସ୍କଙ୍କୁ ସମ୍ପୂର୍ଣ୍ଣ ଟିକା ଦେବା ପାଇଁ ୧୮୮ କୋଟି ଡୋଜର ଆବଶ୍ୟକତା ରହିଛି।

ଅଧିକାରୀ କହିଛନ୍ତି ଯେ ପୃଥିବୀର କୌଣସି ଦେଶ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇ ନାହାଁନ୍ତି। କୋଭିଶିଲ୍ଡ ଟିକା ର ଦୁଇ ଡୋଜ ମଧ୍ୟରେ ୮୪ ଦିନର ବ୍ୟବଧାନ ରହିଛି। ତେଣୁ ଡିସେମ୍ବର ୩୧ ମଧ୍ୟରେ ଅବଶିଷ୍ଟ ୨୦ କୋଟି ଲୋକଙ୍କୁ ଭାରତ ପ୍ରଥମ ଡୋଜ ଦେବାକୁ ସକ୍ଷମ ହେବାର ଆଶା ରହିଛି। ତେବେ ସେମାନଙ୍କୁ ଦ୍ୱିତୀୟ ଡୋଜ ପାଇଁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

ଅନ୍ୟ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଦ୍ୱିତୀୟ ଡୋଜରେ କାର୍ଯ୍ୟ ୨୦୨୨ରେ ଜାରି ରହିବ। କିନ୍ତୁ ୯୦ ପ୍ରତିଶତ ବୟସ୍କଙ୍କୁ ବର୍ଷ ଶେଷ ସୁଦ୍ଧା ପ୍ରଥମ ଡୋଜ୍‌ ମିଳିବାର ସମ୍ଭାବନା ରହିଛି। ମାତ୍ର ସରକାରୀ ଅଧିକାରୀ ଦାବି କରିଛନ୍ତି ଯେ ୨୦୨୧ ଶେଷ ସୁଦ୍ଧା ଭାରତ ୧୫୦ କୋଟି ଟିକାକରଣ ଲକ୍ଷ୍ୟକୁ ଛୁଇଁବ।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri