Categories: ଫୁରସତ

ମଡେଲିଂ କରୁଛି ଭାଲୁ!

ଭାଲୁ କରୁଛି ମଡେଲିଂ। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ସତ। ରୁଷରେ ରହୁଥିବା ଏକ ୨୮ ବର୍ଷୀୟ ଭାଲୁ ମଡେଲିଂ କରୁଛି। ଭେଟଲାନା ଏବଂ ୟୁରି ପାଣ୍ଟେଲିଙ୍କୋଙ୍କ ଘରେ ରହୁଥିବା ଏହି ଭାଲୁଟିର ପ୍ରତିଭାକୁ ଚିହ୍ନିଥିଲେ ମସ୍କୋରେ ରହୁଥିବା ବିଶିଷ୍ଟ ଫଟୋଗ୍ରାଫର ମିଲା ହ୍ୟାଡନୋଭା। ସେ ଭାଲୁର ଭିନ୍ନ ଅନ୍ଦାଜକୁ ଦେଖି ତା’ ଉପରେ ଏକ ଫଟୋ ସିରିଜ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଟୋ ସିରିଜ୍‌ ସମୟରେ ମିଲା ଭାଲୁକୁ ରୁଷିଆର କିଛି ମଡେଲ୍‌ଙ୍କ ସହ ଭେଟ କରାଇଥିଲେ। ଭାଲୁ ମଧ୍ୟ ସେମାନଙ୍କ ସହ ବେଶ୍‌ ଭଲ ଭାବରେ ମିଶିଥିଲା। ଅନ୍ୟ ମଡେଲ୍‌ମାନେ ମଧ୍ୟ ଭାଲୁ ସହ ମିଶିବାକୁ ଅସହଜ ମନେ କରୁ ନ ଥିଲେ। ସୂଚନା ମୁତାବକ ଭାଲୁଟିର ନାଁ ହେଉଛି ଷ୍ଟିଫନ୍‌। ମାତ୍ର ୩ ମାସର ହୋଇଥିଲାବେଳେ ତାକୁ ମା’ ଛାଡି ପଳାଇଥିଲା। ପିଲାବେଳୁ ସେ ଲୋକଙ୍କ ସହ ଚଳିଆସିଛି। ଟିଭି ଦେଖିବା, ପାଣି ସହ ଖେଳିବା ତା’ ପାଇଁ ଏକ ସାଧାରଣ କଥା। ଜଙ୍ଗଲ ଭାଲୁଙ୍କ ଭଳି ସେ ଆଦୌ ରାଗେ ନାହିଁ।

Share