କାହିଁକି  ଆଶାକର୍ମୀ ଡାଳିମ୍ବ  ହୋଇପାରିଲେ ନବରଙ୍ଗପୁରର ନାଇଟଆଞ୍ଜେଲ, ଜାଣନ୍ତୁ ତାଙ୍କର ଏହି ଯାତ୍ରା ସମ୍ପର୍କରେ 

ନବରଙ୍ଗପୁର,୭।୧(ସଦାଶିବ ପ୍ରହରାଜ): ଭଲ ଚିକିତ୍ସା ନ ପାଇ ଅକାଳରେ ଗର୍ଭାବତୀଙ୍କ ଜୀବନ ଚାଲି ଯାଉଥିଲା। ଗ୍ରାମରେ  ବିଭିନ୍ନ ଦୁରାରୋଗରେ ପୀଡିତ ହୋଇ ରୋଗୀମାନେ ମୃତ୍ୟୁ ମୁଖରେ ପଡୁଥିଲେ। ଯାହା ତାଙ୍କୁ ଖୁବ୍‌ ବ୍ୟଥିତ କରୁଥିଲା ଯେଉଁଥିପାଇଁ  ନିଜ କର୍ତ୍ତବ୍ୟ ସଠିକ ଢଙ୍ଗରେ ସମ୍ପାଦନ କରିବା ସହ ନିଜ ଅଞ୍ଚଳରେ ଚିକିତ୍ସା ଅବହେଳାରୁ ଯେପରି କିଏ ମୃତ୍ୟୁକୁ ବରଣ ନ କରୁ ସେଥିପାଇଁ ସେ ଅଣ୍ଟା ଭିଡ଼ିଥିଲେ। ଏହି  ପଣ ନେଇ ଗତ୧୯ ବର୍ଷ ଧରି ବିନା ବାଛବିଚାରରେ  ନିରବଛିନ୍ନ ଭାବେ ସେ ସେବା ଯୋଗାଇ  ସଫଳ ହୋଇଛନ୍ତି ।  ତାଙ୍କ ସଫଳ କର୍ତ୍ତବ୍ୟ ନିଷ୍ଠ ପାଇଁ  ତାଙ୍କୁ କୁହାଯାଉଛି ଉପାନ୍ତ ଅଞ୍ଚଳର ନାଇଟଆଞ୍ଜେଲ।
ସେ ହେଉଛନ୍ତି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଆଶା କର୍ମୀ ଡାଳିମ୍ବ ଭତ୍ରା ।ଜିଲାର ଉପାନ୍ତ ଅଞ୍ଚଳ ଝରିଗାଁ ବ୍ଲକର ବୁଟିସର୍ଗି ଗାଁର ଡାଲିମ୍ବ ଭତ୍ରା ୨୦୦୫ରେ ଆଶା କର୍ମୀଭାବେ କାର୍ଯ୍ୟରେ ଯୋଗଦେଇଥିଲେ। ଗାଁକୁ ବ୍ୟାଧି ମୁକ୍ତ କରିବା ସହ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନା କରିବାକୁ ପଣ କରିଥିଲେ । ଯେଉଁଥି ପାଇଁ ସେ ଅନେକ ତ୍ୟାଗ କରିଛନ୍ତି । ପରିବାର ପିଲା ଛୁଆକୁ ପଛକୁ ଠେଲି ଦେଇ ନିଜ କର୍ତ୍ତବ୍ୟକୁ ଆଗରେ ରଖି କାର୍ଯ୍ୟ କରିଛନ୍ତି । ଡାଲିମ୍ବ କାର୍ଯ୍ୟରେ ଯୋଗଦେବା ସମୟରେ ଗ୍ରାମରେ ସ୍ବାସ୍ଥ୍ୟ ବିଗିଡି ଯାଇଥିଲା।  ଲୋକେ ଡାକ୍ତରୀ ଚିକିତ୍ସା ଉପରୁ ଆସ୍ଥା ତୁଟାଇଦେଇଥିଲେ। ଗାଁ ର ଗର୍ଭବତୀ ମହିଳା ଘରେ ରହି ଚିକିତ୍ସା ହେବା ସହ ସନ୍ତାନ ପ୍ରସବ କରୁଥିଲେ । ଯେଉଁଥିରେ   ଅନେକ  ମହିଳା ମୃତ୍ୟୁବରଣ କରିଥିଲେ । ଏହାସହ ଗାଁର ଅନେକ ଲୋକେ ମାରାତ୍ମକ ମ୍ୟାଲେରିଆ ସହ ଯକ୍ଷ୍ମା, ରୋଗରେ ପୀଡିତ ହୋଇ ଦେଶୀ ଚିକିତ୍ସା ଉପରେ ଆସ୍ଥା ପ୍ରକଟ କରିଥିଲେ । ତେବେ ସମସ୍ତ ରୋଗୀଙ୍କୁ ମେଡିକାଲ ନେଇ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ଡାଲିମ୍ବ ଆରମ୍ଭ କରିଥିଲେ ପ୍ରୟାସ । ତାଙ୍କୁ ଏଥିପାଇଁ ଅନେକ ପ୍ରତିବନ୍ଧକ  ଘାତ ପ୍ରତିଘାତର ସାମ୍ମା କରିବାକୁ ପଡିଛି । କିନ୍ତୁ ସମସ୍ତ ପ୍ରତିକୂଳ ପରିସ୍ଥିତି ଆଗରେ ମୁଣ୍ଡ ନ ନୁଆଇଁ ଆଗକୁ ବଢି ଚାଲିଥିଲେ ।
ଡାକ୍ତରୀ ଚିକିତ୍ସା ଉପରେ ଭରସା ତୁଟାଇ ଥିବା ଲୋକଙ୍କ ପାଇଁ ପୁଣି ଆଶା ଭରସା ଯୋଗାଇବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ତେଣୁ ସେଦିନ ରାତି ଏକ କରିଦେଇ ସମସ୍ତ ରୋଗୀଙ୍କ ଘରକୁ ଘର ବୁଲି ବ୍ୟକ୍ତିଗତ ଭାବେ ତାଙ୍କ ଚିକିତ୍ସାରେ ସହାୟତା ଯୋଗାଇଦେଇଛନ୍ତି । ପ୍ରତ୍ୟେକ ମୁହୂର୍ତ୍ତରେ ଗର୍ଭବତୀଙ୍କ ଯତ୍ନ ନେବା ନିୟମିତ ମେଡିକାଲ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଘରେ ପ୍ରସବ ନ କରିବାକୁ ପ୍ରବର୍ତ୍ତାଇ ସୁରକ୍ଷିତ ମାତୃତ୍ୱର ପ୍ରତଶ୍ରୁତି ଦେଇ   ମେଡ଼ିକାକୁ ନେଇ ପ୍ରସବ କରୁଛନ୍ତି । ତାଙ୍କରଙ୍କ ଏହି ପ୍ରୟାସଯୋଗୁ ଗତ ୧୯ ବର୍ଷ ଧରି ଗାଁର ଗର୍ଭବତୀ ମହିଳା ମୃତ୍ୟୁବରଣ କରି ନ ଥିବା ବେଳେ ଦୁରାରୋଗରେ ପୀଡିତ ରୋଗୀ ସୁସ୍ଥ ହୋଇପାରିଛନ୍ତି । ଡାଲିମ୍ବଙ୍କ ଏହି ଉଦ୍ୟମକୁ ସମ୍ମାନ ଜଣାଇ ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ରାଜ୍ୟପାଳଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି ଡାଲିମ୍ବ । ଗ୍ରାମବାସୀ କମଳା ମାଳି ଓ ତମ୍ବୁ ଦାସ ପନକା ଡାଳିମ୍ବଙ୍କ ସେବା ମନୋଭାବକୁ ପ୍ରଶଂସା କରିଛନ୍ତି। କମଳାଙ୍କ ଏହି ଉଦ୍ୟମ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜି ଥିବା ବେଳେ ନିଜ କର୍ତ୍ତ୍ୟବ୍ୟ ନିଷ୍ଠ ମନୋଭାବ ପାଇଁ ପ୍ରଶଂସା ସାଉଁଟୁଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri