ଦେଶରେ HMPV ଦେଖାଇଲା ଭୟଙ୍କର ରୂପ, ସ୍କୁଲ ଛୁଟି ଘୋଷଣା

ନୂଆଦିଲ୍ଲୀ,୭।୧: କରୋନା ପରେ ପୁଣି ଥରେ ଚାଇନାର ନୂଆ ଭାଇରସ ‘ହ୍ୟୁମାନ ମେଟାପ୍ନୁମୋ’ ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। କୋଭିଡ ମହାମାରୀର ପ୍ରାୟ ୫ ବର୍ଷ ପରେ ଚାଇନାରୁ ଆଉ ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ ମେଟାନ୍ୟୁମୋଭାଇରସ (ଏଚଏମ୍ପିଭି) ଏବେ ଭାରତରେ ପଶିଛି। ଦେଶରେ ୬ ଏଚଏମ୍ପିଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କର୍ନାଟକରେ ୨ ଶିଶୁଙ୍କଠାରେ ଏଭଳି ଭୂତାଣୁ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସର୍ବସାଧାରଣରେ ମାସ୍କ ବ୍ୟବହାର ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୁଜରାଟରୁ ଜଣେ ଏବଂ କୋଲକାତାରୁ ୧ ଏବଂ ଚେନ୍ନାଇରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସଂକ୍ରମଣକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଭାରତର ସ୍ବାସ୍ଥ୍ୟସେବା

ବ୍ୟବସ୍ଥା ଏବଂ ସର୍ଭିଲାନ୍ସ ନେଟଓ୍ବର୍କ ସବୁପ୍ରକାର ସ୍ବାସ୍ଥ୍ୟଜନିତ ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି। ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌) କର୍ନାଟକରେ ନିୟମିତ ସର୍ଭିଲାନ୍ସ ପରେ ୨ ଏଚଏମ୍ପିଭି ସଂକ୍ରମିତଙ୍କୁ ଚିହ୍ନଟ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ବ୍ରୋଞ୍ଚୋନିମୋନିଆରେ ଆକ୍ରାନ୍ତ ଥିବା ଜଣେ ୩ ମାସର ଶିଶୁକନ୍ୟା ବେଙ୍ଗାଲୁରୁର ବାପ୍ଟିଷ୍ଟ ହସ୍ପିଟାଲରେ ଭର୍ତ୍ତି ହେବାପରେ ତାଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି। ଗତ ୩ ତାରିଖରେ ବାପ୍ଟିଷ୍ଟ ହସ୍ପିଟାଲରେ ଜଣେ ୮ ମାସର ଶିଶୁପୁତ୍ରଠାରେ ଏଚଏମ୍ପିଭି ଭୂତାଣୁ ଚିହ୍ନଟ ହୋଇଥିବାବେଳେ ସେ ଏବେ ସୁସ୍ଥ ହେଉଛନ୍ତି। ଗତମାସ ୨୪ରେ ଗୁଜରାଟ ଅହମଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨ ମାସର ଶିଶୁଠାରେ ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଚେନ୍ନାଇର ୨ଟି ହସ୍ପିଟାଲରୁ ୨ ଜଣ ଶିଶୁ ଏଚଏମ୍ପିଭିରେ ସଂକ୍ରମିତ ହୋଇ ଖବର ପ୍ରକାଶ ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏନେଇ ଜରୁରୀ ବୈଠକ ଡାକିଛି। କୋଲକାତାରେ ସୋମବାର ଜଣେ ସଂକ୍ରମିତଙ୍କ ମିଶାଇ ଗତ ନଭେମ୍ବରରୁ ୩ ଏଚଏମ୍ପିଭି ସଂକ୍ରମିତ ଚିହ୍ନଟ ହେଲେଣି ବୋଲି ପିଅର୍ଲେସ ହସ୍ପିଟାଲର ସିଇଓ ସୁଦୀପ୍ତ ମିତ୍ର କହିଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଖଣ୍ଡନ କରିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ଏଚଏମ୍ପିଭିରେ କେହି ସଂକ୍ରମିତ ହୋଇ ନ ଥିବା ସେ କହିଛନ୍ତି।

ତେବେ ଏହି ଭୂତାଣୁ ଯୋଗୁ ଚାଇନାରେ ମଧ୍ୟ ଅବସ୍ଥା ବିଗିଡିବା ଆରମ୍ଭ କରିଛି। ୱୁହାନରେ ସ୍କୁଲ ବନ୍ଦ ଘୋଷଣା ହୋଇଛି। ଏଠାରେ ୧୦ ଦିନରେ HMPV ମାମଲା ୫୨୯% ବୃଦ୍ଧି ପାଇଛି । ପିଲାମାନଙ୍କ ମଧ୍ୟରେ ବଢୁୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆଣ୍ଟିବାୟୋଟିକ୍‌ ଔଷଧର ବହୁତ ଅଭାବ ରହିଛି । ଏପରିକି ଆଣ୍ଟିବାୟୋଟିକ୍‌ ଔଷଧର କଳା ବଜାରି ଆରମ୍ଭ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ଆଣ୍ଟିବାୟୋଟିକ୍‌ ଔଷଧଗୁଡିକ ୪୧ ଡଲାରରେ ବିକ୍ରି ହେଉଛି।

ଭୂତାଣୁ ସଂକ୍ରମଣ ବୃଦ୍ଧି ହେତୁ WHO ମଧ୍ୟ ଟେନସନରେ ଆସିଛି। ସେ ଚାଇନାରୁ HMPV ବିଷୟରେ ସମ୍ପୂର୍ଣ୍ଣ ସୂଚନା ମଗାଇଛନ୍ତି। ଚାଇନା ଏପର୍ଯ୍ୟନ୍ତ HMPV ମାମଲାରେ ତଥ୍ୟ ଲୁଚାଉଛି। ବର୍ତ୍ତମାନ ଏହି ଭୂତାଣୁ ଚାଇନାରୁ ବ୍ୟାପୀ ଭାରତ, ମାଲେସିଆ, ଜାପାନ, କାଜାଗସ୍ତାନରେ ପହଞ୍ଚିଛି। ଏହି ସଂକ୍ରମଣ ବ୍ରିଟେନରେ ମଧ୍ୟ ବ୍ୟାପିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭତ୍ସ! ଗର୍ଭବତୀ ପତ୍ନୀଙ୍କ ପେଟ ଉପରେ ବସିପଡ଼ିଲେ ୨୧ ବର୍ଷର ଯୁବକ, ଗର୍ଭରୁ ବାହାରି ଆସିଲା ୭ ମାସର ଭ୍ରୁଣ

ହାଇଦ୍ରାବାଦ,୨୧।୧: ପ୍ରେମ ପରେ ବିବାହ କରି ଘରକୁ ଆଣିଥିଲେ। କିଛି ଦିନ ସମ୍ପର୍କ ଠିକ୍‌ ଚାଲିବା ପରେ ପତ୍ନୀ ଗର୍ଭବତୀ ହୋଇଥିଲେ। ପରେ ଧିରେ ଧିରେ...

୨୫୦ ଟଙ୍କା କ୍ଷତି ହେବା ଯୋଗୁ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କଲେ ଯୁବକ, ପୁରା ଘଟଣା ଜାଣିଲେ…

ପାଟନା,୨୧।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଯୋଗୁ ବିହାରର ଜଣେ ଯୁବକଙ୍କ ୨୫୦ ଟଙ୍କା କ୍ଷତି ହୋଇଥିଲା। ଏହାକୁ ନେଇ ସେ କୋର୍ଟର ଦ୍ୱାରସ୍ଥ...

ମହାକାଶରେ ବିରଳ ଦୃଶ୍ୟ, ପୃଥିବୀ ପାଖକୁ ମାଡି ଆସିଲେ ୪ଟି ଗ୍ରହ

ନୂଆଦିଲ୍ଲୀ,୨୧।୧: ,୨୧।୧: ମହାକାଶରେ ମହାଜାଗତିକ ଦୃଶ୍ୟ । ଗତ କିଛି ଦିନ ହେବ ଆମ ସୌରମଣ୍ଡଳର ୪ଟି ଗ୍ରହ ଶୁକ୍ର, ଶନି, ବୃହସ୍ପତି ଓ ମଙ୍ଗଳ...

ମହାକୁମ୍ଭରେ ବୁଡ଼ ପକାଇଲେ ସୁଧା ମୁର୍ତ୍ତି: ବ୍ୟବସ୍ଥା ଦେଖି ଯୋଗୀ ଆଦିତ୍ୟନାଥଙ୍କ ଦୀର୍ଘାୟୁ କାମନା କଲେ…

ଲକ୍ଷ୍ନୌ,୨୧।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ରାଜ୍ୟ ସଭା ଏମ୍‌ପି ସୁଧା ମୂର୍ତ୍ତି ପହଞ୍ଚିଛନ୍ତି। ତିନି ଦିନ ଯାଏ ସେ ସେଠାରେ ରହିବେ। ସେହି ସମୟରେ...

ଏବେ ଆମେରିକୀୟ ନାଗରିକ ହେବା ସହଜ ନୁହେଁ, ଜାଣନ୍ତୁ ଟ୍ରମ୍ପ ପରିବର୍ତ୍ତନ କରିଥିବା ଜନ୍ମଗତ ନାଗରିକତା ଆଇନ କ’ଣ? ପ୍ରଭାବିତ ହେବେ…

ଓ୍ବାଶିଂଟନ,୨୧।୧: ନାଗରିକତା ପ୍ରଦାନ ପାଇଁ ପ୍ରତ୍ୟେକ ଦେଶର ନିଜସ୍ବ ଆଇନ ରହିଛି। ବାହାରୁ ଆସୁଥିବା ବ୍ୟକ୍ତି କେବେ ଏବଂ କିପରି ନାଗରିକତା ପାଇବେ ତାହା ସେହି...

ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୬୬ଜଣ ଜୀବନ୍ତ ଦଗ୍ଧ

ଅଙ୍କରା,୨୧।୧: ତୁର୍କୀର ଏକ ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଅତି କମରେ ୬୬ ଜଣ ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି। ଏଥିସହ ୫୧ଜଣ ଆହତ...

ଦାୟିତ୍ୱ ନେବା ପରେ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା ଦେଲେ ଜଣେ ଭାରତୀୟ, ଆମେରିକାରେ ଚହଳ

ଓ୍ବାଶିଂଟନ୍‌,୨୧।୧:ଆମେରିକୀୟ ରାଜନୀତିରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ। ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ମଧ୍ୟରେ, ବିବେକ ଘୋଷଣା...

ଟ୍ରମ୍ପ କଲେ ହୁଙ୍କାର, ଥରହର ଦିଲ୍ଲୀ! ଏବେ ବନ୍ଧୁତା ନା ଶତ୍ରୁତା?

ନୂଆଦିଲ୍ଲୀ,୨୧।୧:ଆରମ୍ଭ ହେଲା ହ୍‌ାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ। ଆମେରିକା ଦଖଲ କରି ରାଷ୍ଟ୍ରପତି ଗାଦି ସମ୍ଭାଳିଲେ ଟ୍ରମ୍ପ। କିନ୍ତୁ ଶପଥ ନେଉ ନେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri