ରୁଷିଆର ବର୍ବରତାକୁ ଉଚିତ ଦର୍ଶାଇଲେ ପୁଟିନଙ୍କ ସରକାରରେ ଥିବା ବିହାରୀ ନେତା

ମସ୍କୋ,୨।୩: ୟୁକ୍ରେନ ଉପରେ ରୁଷିଆର ବର୍ବରତାକୁ ଉଚିତ ଦର୍ଶାଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସରକାରରେ ବିଧାୟକ ଥିବା ଡ. ଅଭୟ କୁମାର ସିଂ। ସେ ହେଲେ ରୁଷିଆର ଜଣେ ଡେପୁଟାଟ, ଯିଏକି ଭାରତରେ ବିଧାୟକଙ୍କ ସହ ସମାନ। ସେ କହିଛନ୍ତି ସାମରିକ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ପଡ଼ୋଶୀ ଦେଶକୁ ଆଲୋଚନା ପାଇଁ ଯଥେଷ୍ଟ ସୁଯୋଗ ଦିଆଯାଇଥିଲା।

“ଯଦି ବାଂଲାଦେଶରେ ଚାଇନା ସାମରିକ ବେସ୍‌ ନିର୍ମାଣ କରେ, ତେବେ ଭାରତ କେଉଁ ଭଳି ପ୍ରତିକ୍ରିୟା କରିବ? ଏହା ସ୍ପଷ୍ଟ ଯେ, ଭାରତ ଏହାକୁ ପସନ୍ଦ କରିବ ନାହିଁ। ରୁଷିଆ ବିରୋଧରେ ନାଟୋର ଗଠନ କରାଯାଇଥିଲା। ସୋଭିଏଟ୍‌ ୟୁନିଅନ୍‌ ଭଙ୍ଗ ହେବା ସତ୍ତ୍ୱେ ନାଟୋ ଧିରେ ଧିରେ ଆମ ପାଖକୁ ଆସୁଛି। ଯଦି ୟୁକ୍ରେନ ନାଟୋରେ ଯୋଗ ଦିଏ, ତେବେ ଏହା ନାଟୋ ଶକ୍ତିକୁ ରୁଷିଆ ସୀମାକୁ ନେଇ ଆସିବ। ଆଉ ଏହା ଚୁକ୍ତିର ଉଲ୍ଲଂଘନ ହେବ। ଆମ ରାଷ୍ଟ୍ରପତି ଓ ପାର୍ଲାମେଣ୍ଟ ପାଖରେ ଯୁଦ୍ଧ ଛଡ଼ା କୌଣସି ବିକଳ୍ପ ନ ଥିଲା”
ବୋଲି ରୁଷିଆର କୁର୍ସ୍କ ସହରର ପ୍ରତିନିଧିତ୍ୱ କରୁଥିବା ଡ. ସିଂ ଏକ ସାକ୍ଷାତ୍‌କାରରେ କହିଛନ୍ତି।

Share