Posted inଫୁରସତ

ମୀନାକ୍ଷୀଙ୍କ ସୃଜନ ସମ୍ଭାର

ଅନେକ ସୃଜନ ସମ୍ଭାରର ଭିଡ଼ଭିତରୁ ବାରିହୋଇ ପଡ଼ୁଥିବା ସେ ଜଣେ ଭିନ୍ନ ଲେଖିକା । ସେ ହେଲେ ଓଡ଼ିିଆ ଭାଷା ବିଶେଷଜ୍ଞ ତଥା ଶୈକ୍ଷିକ ଅଧିକାରୀ
ଡ. ମୀନାକ୍ଷୀ ଦାସ..

ପ୍ରାୟ ୬ଦଶନ୍ଧି ମଧ୍ୟରେ ତାଙ୍କ କଲମ ମୁନରେ ଫୁଟିଉଠିଛି ଅନେକ ଆଧ୍ୟାତ୍ମିକ, ଶିଶୁ ସାହିତ୍ୟ, ଗଳ୍ପ, ଉପନ୍ୟାସ, କାବ୍ୟ କବିତା, ଗୀତିକବିତା, ସମାଲୋଚନା ଓ ଅନୁବାଦ ସାହିତ୍ୟ। ଏହାଛଡ଼ା ପାଠ୍ୟପୁସ୍ତକ ସମ୍ପାଦନାରେ ରହିଛି ତାଙ୍କର ସ୍ବତନ୍ତ୍ର ପରିଚୟ। ତାଙ୍କ ଲେଖାର ଶବ୍ଦ ସଂଯୋଜନାରେ ବାରି ହୋଇପଡ଼େ ସ୍ବାଭିମାନୀ ମନର ଅଭିବ୍ୟକ୍ତି, ଆଧ୍ୟାତ୍ମିକ ଭାବର ସୁମାର୍ଗ, ଏକଲା ପଣିଆର ଅଙ୍ଗେନିଭା କଥା । ଏଥିପାଇଁ ଅନେକ ସୃଜନ ସମ୍ଭାରର ଭିଡ଼ଭିତରୁ ବାରିହୋଇ ପଡ଼ୁଥିବା ସେ ଜଣେ ଭିନ୍ନ ଲେଖିକା । ତାଙ୍କର ବହୁମୁଖୀ ପ୍ରତିଭାକୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ । ସେ ହେଲେ ଓଡ଼ିିଆ ଭାଷା ବିଶେଷଜ୍ଞ ତଥା ଶୈକ୍ଷିକ ଅଧିକାରୀ ଡ. ମୀନାକ୍ଷୀ ଦାସ। ଜନ୍ମ ୧୯୫୮ ମସିହା ଜୁଲାଇ ୩୧ରେ। ପିତା ବୃନ୍ଦାବନ ଚନ୍ଦ୍ର ଦାସ । ମାତା ପ୍ରଫୁଲ୍ଲବାଳା। ଘର କେନ୍ଦ୍ରାପଡ଼ା ଜିଲାର ଚାନ୍ଦୋଳ ନିକଟସ୍ଥ ନଛିପୁର ଗାଁରେ। ଏବେ ସେ ରହୁଛନ୍ତି ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ। ସେ କୁହନ୍ତି, ମୋ ବାପା ଥିଲେ ଓଡ଼ିଶା କନ୍‌ଷ୍ଟ୍ରକ୍‌ଶନ କର୍ପୋରେଶନର ଡ୍ରାପ୍ସ ମ୍ୟାନ। କିନ୍ତୁ ୧୯୬୩ରେ ବାପାଙ୍କର ଅଚାନକ ଦେହାନ୍ତ ହେଲା। ସେତେବେଳକୁ ମୁଁ ସାଢେ ଚାରିବର୍ଷର। ଆମେ ଭାଇ ଭଉଣୀ ତିନିଜଣଙ୍କ ମଧ୍ୟରେ ମୁଁ ବଡ଼। ବାପାଙ୍କୁ ହରାଇ ମାମୁଘରେ ରହିଲୁ। ମା’ଙ୍କ ଠାରୁ ପ୍ରାଥମିକ ଶିକ୍ଷା ପାଇଲି । ବହୁ ଅଭାବ ଭିତରେ ପିଲାଦିନ ଅତିବାହିତ ହେଲା। ୧୯୭୩ରେ ୧୦ମ ଶ୍ରେଣୀ ପାସ୍‌ ବେଳକୁ ମା’ ମୋତେ ବାହାକରାଇ ଦେଲେ। ଏହା ପରେ ଏକାଦଶ ପଢିଲି। ୧୯୭୫ବେଳକୁ ମୋର ଏକ ଝିଅ ଜନ୍ମ ହେଲା, ନାଁ ତା’ର ଏଲିନା। ତା’ପରେ ୧୯୭୭ରେ ଶିକ୍ଷକତା ଆରମ୍ଭ କଲି। ୧୯୭୮ରେ ମୋର ପୁଅ ଶିବଦତ୍ତ ଜନ୍ମ ହେଲା । ମୋ ମା’ ପାଖରେ ଆମେ ରହିଥାଉ। ପୁଣି ଘରୋଇ ଭାବେ ଆଇଏ ପାସ୍‌ କଲି। ତା’ପରେ ବିଏ ବିଏଡ, ଏମ୍‌ଏ (ଓଡ଼ିଆ) ସାରିଲିି। ଭୁବନେଶ୍ୱର ଗୌତମ ନଗର ବାଳିକା ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କଲି। ପରେ ଏମ୍‌ଏଡ୍‌, ଓଡ଼ିଆରେ ପିଏଚ୍‌ଡି,ଏଲ୍‌ଏଲ୍‌ବି, ସିଆଇସି ପ୍ରଭୃତି ଡିଗ୍ରୀ ହାସଲ କଲି। ୧୯୯୫ମସିହାରେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ବୋର୍ଡରେ ଓଡ଼ିଆ ଭାଷା ବିଶେଷଜ୍ଞ ତଥା ଶୈକ୍ଷିକ ଅଧିକାରୀ ରୂପେ ଯୋଗଦେଲି। ତେବେ ଲେଖାଲେଖି ଓ ସାହିତ୍ୟ ପ୍ରତି ମୋର ରୁଚି ଆରମ୍ଭ ହୋଇଥିଲା ନବମଶ୍ରେଣୀରେ ପଢିଲା ସମୟରେ। ୧୯୮୨ରେ ଭୁବନେଶ୍ୱର ମ୍ୟୁନିସିପାଲିଟି ସ୍ମରଣିକାରେ ମୋର ଏକ କବିତା ପ୍ରକାଶ ପାଇଥିଲା। ଏହା ମତେ ବହୁତ ଉତ୍ସାହିତ କରିଥିଲା। ସମୟକ୍ରମେ କେତେକ ପତ୍ରପତ୍ରିକା ଓ ଖବରକାଗଜରେ ମୋର ବିଭିନ୍ନ ଗଳ୍ପ, କବିତା ପ୍ରକାଶିତ ହେଲା। ୧୯୮୯ରେ ମୋର ଦୁଇଟି ବହି ପ୍ରକାଶିତ ହେଲା। ଲେଖାଲେଖି ନିଶା ଜାରି ରହିଥାଏ ତା’ ସହିତ ପରିବାର ଚଳେଇବା ଓ ଚାକିରି ସବୁ ଠିକଠାକ ଚାଲିଲା। ଏସବୁରେ ମୋ’ ସ୍ବାମୀ ଭଗବାନ ନାୟକଙ୍କ ସହଯୋଗ ରହିଥାଏ। କିନ୍ତୁ ଅଫିସରେ ୬ଷ୍ଠ ଶ୍ରେଣୀଠାରୁ ଆରମ୍ଭକରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସାହିତ୍ୟ ବହିର ସଂଯୋଜନା ଓ ସମ୍ପାଦନା କାର୍ଯ୍ୟ ଏବଂ ପରିଷଦ ମୁଖପତ୍ର ‘ଜର୍ନାଲ’ର ସମ୍ପାଦନା ଦାୟିତ୍ୱ ତୁଲାଇଲି। ୨୦୧୩-୧୪ ମସିହାରେ କିଛି ମାସ ପରୀକ୍ଷାନିୟନ୍ତ୍ରକ ରୂପେ କାର୍ଯ୍ୟକଲି। ସେତେବେଳେ ଓଡ଼ିଶାରେ ଓଏମଆର ପ୍ରଚଳନ ସମ୍ପର୍କିତ କର୍ମଶାଳା କରାଇଥିଲୁ। ଶିକ୍ଷକତାରେ ୧୬ବର୍ଷ ଓ ବିଶେଷଜ୍ଞ ଭାବେ ୨୩ବର୍ଷ ଧରି ବୋର୍ଡର ବିଷୟ ବିଶାରଦ (ଓଡ଼ିଆ) ପଦବୀରେ ୧୯୯୫ରୁ ମୁଁ ଅବସ୍ଥାପିତ। ଆକାଶବାଣୀ କାର୍ଯ୍ୟକ୍ରମରେ ଓଡ଼ିଆ ବିଷୟରେ ଶିକ୍ଷାଦାନ, ‘ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା’ର ଓଡ଼ିଆ ସିଲାବସ୍‌ କମିଟିର ପୂର୍ବତନ ସଂଯୋଜକ ଓ ସଦସ୍ୟା,ଏସ୍‌ସିଇଆର୍‌ଟି ଏସ୍‌ଆଇଇଟି ତରଫରୁ ପୁସ୍ତକ ଲିଖନ ସହିତ ସମ୍ପାଦନାରେ ମଧ୍ୟ ଅଭିଜ୍ଞତା ହାସଲ କରିପାରିଛି। ପରିଷଦର ପ୍ରାୟ ଶହେରୁ ଊର୍ଦ୍ଧ୍ୱ ପୁସ୍ତକ ସମ୍ପାଦନା କରିବା ସହିତ ରଚନା କରିଥିବା ପୁସ୍ତକ ମଧ୍ୟରେ- ସୃଷ୍ଟିିର ଦୃଷ୍ଟି, ଦୃଷ୍ଟିରେ ସୃଷ୍ଟି, ଶ୍ରୀମଦ୍‌ ଭଗବଦଗୀତା ପଦ୍ୟାନୁବାଦ, ଅନ୍ନଦାଶଙ୍କରୀୟ ସୃଷ୍ଟିବିଭା, ତୁମରି ମାନଙ୍କ ପାଇଁ, ହସିଲେ ଲୁହ କାନ୍ଦିଲେ ଲହୁ, ଶିବ ପ୍ରଦୋଷ ବ୍ରତ କଥା, ଶିଶୁ ଆମ ସମ୍ବଳ, ଭଲପଣ ସିନା ବଡ଼ପଣ, ଗବେଷଣା ସନ୍ଦର୍ଭ ଭାବେ- ଓଡ଼ିଆ ରୀତି ସାହିତ୍ୟରେ ନାରୀ ଚରିତ୍ର, ଉପନ୍ୟାସ ଭାବେ ଶ୍ରୀଝରା, କ୍ଷୁଦ୍ରଗଳ୍ପ ଭାବେ କଳିଯୁଗର ଭାଗ୍ୟବାନ ମଣିଷ, ଆତ୍ମାର ଡାକ, ରାଣୀ ମୁଁ ସମ୍ପ୍ରତି, ଭଲପାଏ ବୋଲି ଆଦି ୫୫ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି। ଅବସରପରେ ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଅତିଥି ଅଧ୍ୟାପିକା ରୂପେ ଓଡ଼ିଆ ଶିକ୍ଷାଶାସ୍ତ୍ର ବିଏଡ ଛାତ୍ରୀଛାତ୍ରଙ୍କୁ ପଢାଉଛି। ପୁରସ୍କାର ଭାବେ ଚଲାପଥ କବି ସମ୍ମାନ, ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସମ୍ମାନ, ଚିଲିକା ଲୋକକଳା ଉତ୍ସବ ସାହିତ୍ୟ ସମ୍ମାନ-୨୦୦୬, ଭାଷାରତ୍ନ ସମ୍ମାନ, ପ୍ରାଣନାଥ ଶିକ୍ଷାବିତ୍‌ ସମ୍ମାନ, ଶିକ୍ଷା-ସାହିତ୍ୟ -ସଂସ୍କୃତି ସମ୍ମାନ ଆଦି ବହୁ ପୁରସ୍କାର ଓ ସମ୍ମାନ ମିଳିଛି। ମୋର ସଫଳତା ପଛରେ ସ୍ବାମୀଙ୍କ ସାହାଯ୍ୟ, ଶାଶୁଶ୍ୱଶୁରଙ୍କ ପ୍ରେରଣା , ମାତାପିତାଙ୍କ ଆଶୀର୍ବାଦ ଓ ଈଶ୍ୱରଙ୍କ କୃପା ରହିଛି। ଜୀବନର ସମସ୍ତ ପ୍ରତିକୂଳତାକୁ ମୁଁ ଅନୁକୂଳତାରେ ପରିବର୍ତ୍ତିତ କରି ଜୀବନ ଯାତ୍ରାରେ ଆଗେଇ ଚାଲିଛି। ସମସ୍ତଙ୍କ ପ୍ରତି ନିର୍ମଳ ଭାବ ଓ ଆନ୍ତରିକତା ମୋର ପୁଞ୍ଜି। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri