ବିବାହିତ ସତ୍ତ୍ୱେ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ଭଲପାଇ ବସିଥିଲେ କୁମାର ସାନୁ, ହେଲେ…

ବମ୍ବେ: ନବେ ଦଶକରେ ଯେଉଁ କେତେଜଣ ଗାୟକ ନିଜର ସୁମଧୁର କଣ୍ଠକୁ ନେଇ ଏବେ ବି ଶ୍ରୋତାଙ୍କ ମନରେ ଘର କରି ରହିଛନ୍ତି, ସେମାନଙ୍କ ମଧ୍ୟରୁ କୁମାର ସାନୁ ଅନ୍ୟତମ। ସେ ବିଗତ ଦିନରେ ନିଜର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥିଲେ। ଲୋକପ୍ରିୟ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରିଙ୍କୁ ଭଲପାଇ ବସିଥିଲେ ସେ।

ଅନିଲ କପୁର, ଜ୍ୟାକି ଶ୍ରଫ୍‌ଙ୍କ ଭଳି ଅନେକ ଅଭିନେତାଙ୍କ ସହ ମିନାକ୍ଷୀଙ୍କ ନାମ ଯୋଡ଼ା ଯାଇଥିଲା। ହେଲେ ସବୁଠାରୁ ବେଶି ଚର୍ଚ୍ଚାରେ ରହିଥିଲେ ସାନୁ। ବିବାହିତ ଥିବା ସତ୍ତ୍ୱେ ମିନାକ୍ଷୀଙ୍କୁ ଭଲ ପାଇ ବସିଥିଲେ କଣ୍ଠଶିଳ୍ପୀ। ଏପରିକି ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇ ବିବାହ କରିବାକୁ ଚାହୁଁଥିଲେ। ହେଲେ ମିନାକ୍ଷୀ ଏଥିପାଇଁ ପ୍ରସ୍ତୁତ ନ ଥିଲେ। ଶେଷରେ ବିବାହ ପାଇଁ ସେ ମନା କରି ବଲିଉଡ୍‌ରୁ ବିଦାୟ ନେଇଥିଲେ।

୧୯୯୫ରେ ହରିଶ ମୈସୁରଙ୍କୁ ବିବାହ କରିଥିଲେ ମିନାକ୍ଷୀ। ବିବାହ ପରେ ବଡ଼ ପରଦାରୁ ସେ ଦୂରେଇ ଯାଇଥିଲେ। ଏବେ ଉଭୟଙ୍କ ଦୁଇଟି ସନ୍ତାନ ଅଛି। ଟେକ୍ସାସ୍‌ରେ ସେ ପରିବାର ସହ ରହୁଥିବା ବେଳେ ନିଜର ନୃତ୍ୟ ସ୍କୁଲ ଚଲାଉଛନ୍ତି। ଛାତ୍ରୀଛାତ୍ରମାନେ ଭରତନାଟ୍ୟମ, କଥକ ଏବଂ ଓଡ଼ିଶୀ ଆଦି ନୃତ୍ୟ ସେଠାରେ ଶିଖିଥାନ୍ତି।

Share