ଡାକ୍ତରୀ ପଢ଼ିବା ସ୍ବପ୍ନ ପୂରଣ ହେଲା, ସହାୟତା କଲେ ୫-ଟି ସଚିବ

ବିଷମ କଟକ,୨୬।୮ (ବିଭୂତି ଭୂଷଣ ନାୟକ): ରାୟଗଡ଼ାର ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ମିଳୁ ନ ଥିବା ଦେଖି ଡାକ୍ତର ହେବାର ସ୍ବପ୍ନ ଦେଖିଥିଲେ ବିଷମକଟକ ବ୍ଲକ ଅନ୍ତର୍ଗତ ଥୁଆପାଢି ସଦର ପଞ୍ଚାୟତ ଗ୍ରାମର କୃଷ୍ଣଚନ୍ଦ୍ର ଅଟକା । ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଡାକ୍ତରୀ ପଢ଼ିବା ପାଇଁ ଅର୍ଥ ସାଜିଥିଲା ବାଧକ। ତାଙ୍କ ସ୍ବପ୍ନ କେବଳ ସ୍ବପ୍ନରେ ରହିଯିବ ବୋଲି ସେ ଭାବିଥିଲେ। ପରେ କୃଷ୍ଣ ଡାକ୍ତରୀ ପଢିବା ନିମନ୍ତେ ଆବଶ୍ୟକ ଅର୍ଥ ଲାଗି ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ନିବେଦନ ପତ୍ର ପ୍ରଦାନ କରିଥିଲେ। କୃଷ୍ଣଙ୍କ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଜାଣିବା ପରେ ଗୁରୁବାର କୃଷ୍ଣଙ୍କୁ ନବୀନ ନିବାସକୁ ଡକାଇ ତାଙ୍କ ସହ ପ୍ରାୟ ୨୦ ମିନିଟ୍‌ ଆଲୋଚନା କରିଥିଲେ। ରାଜ୍ୟ ସରକାର କୃଷ୍ଣଙ୍କ ପ୍ରତ୍ୟେକ ବର୍ଷର ଡାକ୍ତରୀ ଫି ବହନ କରିବେ ବୋଲି ସଚିବ ପ୍ରତିଶ୍ରୁତି ଦେବା ସହ ଚଳିତ ବର୍ଷର ଫି ବାବଦରେ ତାଙ୍କ ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ଜମା କରାଯାଇଥିବା କହିଥିଲେ। ୫ ବର୍ଷରେ ସରକାର ତାଙ୍କୁ ୫ଲକ୍ଷ ଟଙ୍କା ଯୋଗାଇଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଆଗକୁ ବଢିବା ପାଇଁ ଯାହା ବି ସାହାଯ୍ୟ ଦରକାର ତାହା ରାଜ୍ୟ ସରକାଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି କହିଥିବା ଜଣାପଡ଼ିଛି। ସରକାରଙ୍କଠାରୁ ଆର୍ଥତ୍କ ସହାୟତା ପାଇବା ପରେ କୃଷ୍ଣ ବେଶ୍‌ ଖୁସି ଥିବା ବେଳେ ୫ବର୍ଷରେ ହିଁ ଡାକ୍ତରୀ ପାଠ ସାରିବେ ବୋଲି କହିଛନ୍ତି। ଏଥିସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ପ୍ରକାଶ ଯେ, କୃଷ୍ଣ ଅତି ଗରିବ ପରିବାରର ହୋଇଥିବାରୁ ଟଙ୍କା ରୋଜଗାର ପାଇଁ ଦାଦନ ଖଟିବାକୁ କେରଳ ଯାଇଥିଲେ। ହେଲେ ତାଙ୍କର ପାଠ ପ୍ରତି ଥିବା ନିଷ୍ଠା, ଉଦ୍ୟମ ଯୋଗୁ ସେ ନିଟ୍‌ ପରୀକ୍ଷାରେ ସଫଳତା ପାଇ କଳାହାଣ୍ଡି ଜିଲାର ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । କୃଷ୍ଣ ଜଣେ ମେଧାବୀ ଛାତ୍ର ହୋଇଥିବାବେଳେ ମାଟ୍ରିକ ପାସ୍‌ କରିବା ପରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ସଫଳତାର ସହ ପାସ୍‌ କରି ଘରକୁ ଫେରିଥିଲେ। ଦାରିଦ୍ର୍ୟର ତାଡ଼ନାରେ ପରିବାର ଚଳୁଥିବାବେଳେ ସେ ନିଜେ ପରିବାର ପାଇଁ ବୋଝ ହୋଇଯାଇଥିବା ଭାବି ରୋଜଗାର କରିବାକୁ ମନସ୍ଥ କରିଥିଲେ। ପରେ ୨୦୧୪ରେ ଦାଦନ ଖଟିବାକୁ କେରଳ ଚାଲିଯାଇଥିଲେ । ସେଠାରେ କିଛି ବର୍ଷ ଏକ ଇଟାଭାଟିରେ କାମ କରିବା ପରେ ଭାଷାଗତ ସମସ୍ୟା ଓ ନିର୍ଯାତନାର ଶିକାର ହୋଇ ଘରକୁ ଫେରି ଆସିଥିଲେ। ବାପାଙ୍କ ସହ ଚାଷକାମ କରିବା ସହିତ ପାଠପଢା ମଧ୍ୟ ଆରମ୍ଭକରି ଦେଇଥିଲେ। ହେଲେ ଅର୍ଥ ଅଭାବ ଯୋଗୁ ଉଚ୍ଚଶିକ୍ଷା ତାଙ୍କ ପାଇଁ ବହୁତ କଷ୍ଟକର ହୋଇପଡ଼ିଥିଲା। ଏହାସତ୍ତ୍ୱେ ସେ ହାର ମାନି ନ ଥିଲେ। ଅନେକ ସମୟରେ ତାଙ୍କ ସହଯୋଗୀ ନୀଳମାଧବ ହିକକା ତାଙ୍କୁ ସାହାଯ୍ୟ କରିଥିଲେ। ଫଳରେ ତାଙ୍କୁ ଆଗକୁ ବଢ଼ିବାର ସହାୟକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri