ଡାକ୍ତରୀ ପଢ଼ିବା ସ୍ବପ୍ନ ପୂରଣ ହେଲା, ସହାୟତା କଲେ ୫-ଟି ସଚିବ

ବିଷମ କଟକ,୨୬।୮ (ବିଭୂତି ଭୂଷଣ ନାୟକ): ରାୟଗଡ଼ାର ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ମିଳୁ ନ ଥିବା ଦେଖି ଡାକ୍ତର ହେବାର ସ୍ବପ୍ନ ଦେଖିଥିଲେ ବିଷମକଟକ ବ୍ଲକ ଅନ୍ତର୍ଗତ ଥୁଆପାଢି ସଦର ପଞ୍ଚାୟତ ଗ୍ରାମର କୃଷ୍ଣଚନ୍ଦ୍ର ଅଟକା । ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଡାକ୍ତରୀ ପଢ଼ିବା ପାଇଁ ଅର୍ଥ ସାଜିଥିଲା ବାଧକ। ତାଙ୍କ ସ୍ବପ୍ନ କେବଳ ସ୍ବପ୍ନରେ ରହିଯିବ ବୋଲି ସେ ଭାବିଥିଲେ। ପରେ କୃଷ୍ଣ ଡାକ୍ତରୀ ପଢିବା ନିମନ୍ତେ ଆବଶ୍ୟକ ଅର୍ଥ ଲାଗି ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ନିବେଦନ ପତ୍ର ପ୍ରଦାନ କରିଥିଲେ। କୃଷ୍ଣଙ୍କ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଜାଣିବା ପରେ ଗୁରୁବାର କୃଷ୍ଣଙ୍କୁ ନବୀନ ନିବାସକୁ ଡକାଇ ତାଙ୍କ ସହ ପ୍ରାୟ ୨୦ ମିନିଟ୍‌ ଆଲୋଚନା କରିଥିଲେ। ରାଜ୍ୟ ସରକାର କୃଷ୍ଣଙ୍କ ପ୍ରତ୍ୟେକ ବର୍ଷର ଡାକ୍ତରୀ ଫି ବହନ କରିବେ ବୋଲି ସଚିବ ପ୍ରତିଶ୍ରୁତି ଦେବା ସହ ଚଳିତ ବର୍ଷର ଫି ବାବଦରେ ତାଙ୍କ ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ଜମା କରାଯାଇଥିବା କହିଥିଲେ। ୫ ବର୍ଷରେ ସରକାର ତାଙ୍କୁ ୫ଲକ୍ଷ ଟଙ୍କା ଯୋଗାଇଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଆଗକୁ ବଢିବା ପାଇଁ ଯାହା ବି ସାହାଯ୍ୟ ଦରକାର ତାହା ରାଜ୍ୟ ସରକାଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି କହିଥିବା ଜଣାପଡ଼ିଛି। ସରକାରଙ୍କଠାରୁ ଆର୍ଥତ୍କ ସହାୟତା ପାଇବା ପରେ କୃଷ୍ଣ ବେଶ୍‌ ଖୁସି ଥିବା ବେଳେ ୫ବର୍ଷରେ ହିଁ ଡାକ୍ତରୀ ପାଠ ସାରିବେ ବୋଲି କହିଛନ୍ତି। ଏଥିସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ପ୍ରକାଶ ଯେ, କୃଷ୍ଣ ଅତି ଗରିବ ପରିବାରର ହୋଇଥିବାରୁ ଟଙ୍କା ରୋଜଗାର ପାଇଁ ଦାଦନ ଖଟିବାକୁ କେରଳ ଯାଇଥିଲେ। ହେଲେ ତାଙ୍କର ପାଠ ପ୍ରତି ଥିବା ନିଷ୍ଠା, ଉଦ୍ୟମ ଯୋଗୁ ସେ ନିଟ୍‌ ପରୀକ୍ଷାରେ ସଫଳତା ପାଇ କଳାହାଣ୍ଡି ଜିଲାର ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । କୃଷ୍ଣ ଜଣେ ମେଧାବୀ ଛାତ୍ର ହୋଇଥିବାବେଳେ ମାଟ୍ରିକ ପାସ୍‌ କରିବା ପରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ସଫଳତାର ସହ ପାସ୍‌ କରି ଘରକୁ ଫେରିଥିଲେ। ଦାରିଦ୍ର୍ୟର ତାଡ଼ନାରେ ପରିବାର ଚଳୁଥିବାବେଳେ ସେ ନିଜେ ପରିବାର ପାଇଁ ବୋଝ ହୋଇଯାଇଥିବା ଭାବି ରୋଜଗାର କରିବାକୁ ମନସ୍ଥ କରିଥିଲେ। ପରେ ୨୦୧୪ରେ ଦାଦନ ଖଟିବାକୁ କେରଳ ଚାଲିଯାଇଥିଲେ । ସେଠାରେ କିଛି ବର୍ଷ ଏକ ଇଟାଭାଟିରେ କାମ କରିବା ପରେ ଭାଷାଗତ ସମସ୍ୟା ଓ ନିର୍ଯାତନାର ଶିକାର ହୋଇ ଘରକୁ ଫେରି ଆସିଥିଲେ। ବାପାଙ୍କ ସହ ଚାଷକାମ କରିବା ସହିତ ପାଠପଢା ମଧ୍ୟ ଆରମ୍ଭକରି ଦେଇଥିଲେ। ହେଲେ ଅର୍ଥ ଅଭାବ ଯୋଗୁ ଉଚ୍ଚଶିକ୍ଷା ତାଙ୍କ ପାଇଁ ବହୁତ କଷ୍ଟକର ହୋଇପଡ଼ିଥିଲା। ଏହାସତ୍ତ୍ୱେ ସେ ହାର ମାନି ନ ଥିଲେ। ଅନେକ ସମୟରେ ତାଙ୍କ ସହଯୋଗୀ ନୀଳମାଧବ ହିକକା ତାଙ୍କୁ ସାହାଯ୍ୟ କରିଥିଲେ। ଫଳରେ ତାଙ୍କୁ ଆଗକୁ ବଢ଼ିବାର ସହାୟକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ

ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

କେରଳରେ ବାଇକ ଦୁର୍ଘଟଣାରେ ଦାରିଙ୍ଗବାଡି ଯୁବକଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ପରିବାର ଚିନ୍ତାରେ

ଦାରିଙ୍ଗବାଡି, ୨୮।୨ (ଅରୁଣ ସାହୁ): ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଚାଲିଯାଇଛି ଯୁବକଙ୍କ ଜୀବନ।କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦନେକବାଡି ପଞ୍ଚାୟତ କୁପିବାଡି ଗ୍ରାମର ହେରାର୍ଦ…

ଦିନକ ପରେ ଦୋଳ ଯାତ୍ରା: ଗଞ୍ଜାମ ପୋଲିସର କଡ଼ା ତାଗିଦ, ରାସ୍ତାରେ ହୋର୍ଡିଂ କିମ୍ବା ବାଇକ୍‌ ରଖିଲେ…

ଗଞ୍ଜାମ,୨୮।୨(ବିଦ୍ୟାଧର ସାହୁ): ଦିନକ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ପ୍ରସିଦ୍ଧ ଦୋଳ ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ସମଗ୍ର ସାହି ଓ ସହର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri