Categories: ଜାତୀୟ

ହିନ୍ଦୀରେ ମେଡିକାଲ ପାଠ୍ୟକ୍ରମ, ଦେଶର ପ୍ରଥମ ରାଜ୍ୟ ହେଲା ମଧ୍ୟପ୍ରଦେଶ…

ଭୋପାଳ,୧୫।୧୦ : ହିନ୍ଦୀରେ ମେଡିକାଲ ପାଠ୍ୟକ୍ରମ କ୍ଷେତ୍ରରେ ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। ତିନୋଟି ଏମବିବିଏସ ବିଷୟ ଆନାଟୋମି, ଫିଜିଓଲୋଜି ଏବଂ ବାୟୋକେମିଷ୍ଟ୍ରି ଏବେ ହିନ୍ଦୀରେ ମଧ୍ୟପ୍ରଦେଶର ସମସ୍ତ ୧୩ ଟି ସରକାରୀ ମେଡିକାଲ କଲେଜରେ ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଶିକ୍ଷା ଦିଆଯିବ। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୧୬ ଅକ୍ଟୋବର ରବିବାର ଭୋପାଳରେ ପ୍ରଥମ ବର୍ଷର ଏମବିବିଏସର ଅନୁବାଦିତ ପୁସ୍ତକ ପ୍ରକାଶ କରି ରାଜ୍ୟରେ ହିନ୍ଦୀରେ ଡାକ୍ତରୀ ଶିକ୍ଷା ଆରମ୍ଭ କରିବେ।

ଚଳିତ ବର୍ଷ ଫେବୃଆରୀରେ ଭୋପାଳର ଗାନ୍ଧୀ ମେଡିକାଲ କଲେଜରେ ହିନ୍ଦୀ ସେଲ ମନ୍ଦର ଦ୍ୱାରା ପୁସ୍ତକଗୁଡ଼ିକର ହିନ୍ଦୀ ଅନୁବାଦ ପାଇଁ ଏକ ବ୍ୟବସ୍ଥିତ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ଟାସ୍କଫୋର୍ସରେ ଡାକ୍ତରୀ କ୍ଷେତ୍ରର ବିଶେଷଜ୍ଞମାନେ ଅଛନ୍ତି। ୯୭ଟି ମେଡିକାଲ କଲେଜର ଶିକ୍ଷକ ଏବଂ ବିଶେଷଜ୍ଞମାନେ ୫,୫୬୮ ଘଣ୍ଟାରୁ ଅଧିକ ସମୟ ଧରି ଏନେଇ ପରିଶ୍ରମ କରିଛନ୍ତି।

ଡାକ୍ତରୀ ଶିକ୍ଷା ମନ୍ତ୍ରୀ ବିଶ୍ୱ ସାରଙ୍ଗ କହିଛନ୍ତି ଯେ ଇଂରାଜୀ ସହିତ ହିନ୍ଦୀ ପୁସ୍ତକ ଉପଲବ୍ଧ ହେବ, କିନ୍ତୁ ଟେକ୍ନିକାଲ ଶବ୍ଦ ଇଂରାଜୀରେ ରହିବ।

ସେ କହିଛନ୍ତି, ହିନ୍ଦୀରେ ଡାକ୍ତରୀ ଶିକ୍ଷା ଆରମ୍ଭ କରିଥିବା ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହେବ। ହିନ୍ଦୀରେ ଏମବିବିଏସ ପାଠ୍ୟକ୍ରମର ପାଇଲଟ ପ୍ରୋଜେକ୍ଟ ଗାନ୍ଧୀ ମେଡିକାଲ କଲେଜରୁ ଆରମ୍ଭ ହେବ।

Share