ଧରିତ୍ରୀ ପ୍ରଭାବ: ଖାଦ୍ୟନଳୀ ନଥିବା ଶିଶୁକୁ ମିଳିବ ଚିକିତ୍ସା ସୁବିଧା

ବଲାଙ୍ଗୀର,୧୮ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ଖାଦ୍ୟନଳୀ ନ ଥିବା କାରଣରୁ ଜଣେ ଶିଶୁ କିଭଳି ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛି ଏବଂ ଏକ ଦିନମଜୁରିଆ ଦମ୍ପତି କିଭଳି ଦୀର୍ଘ ୯ ମାସ ଧରି ଡାକ୍ତରଖାନା ଦୌଡୁଛନ୍ତି ସେନେଇ ଗତ ୧୪ତାରିଖ ଧରିତ୍ରୀରେ ଏକ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶ ପରେ ଶିଶୁକୁ ଚିକିତ୍ସା ସହାୟତା ଯୋଗାଇବା ସହ ଆବଶ୍ୟକ ସହାୟତା ଯୋଗାଇବାକୁ ବଲାଙ୍ଗୀର ଜିଲା ପ୍ରଶାସନ ଆଗଭର ହୋଇଛି। ଜିଲାପାଳ ଚଞ୍ଚଳ ରାଣା ଜିଲା ଶିଶୁ ସୁରକ୍ଷା ୟୁନିଟ୍‌କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଧିକାରୀ ଲକ୍ଷ୍ମୀ ସିଂ ଜିଲାପାଳଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଶିଶୁ ସୁରକ୍ଷା ପ୍ରତିନିଧି ଅରୁଣ ଖୁଆସଙ୍କୁ ପୀଡିତା ଶିଶୁକନ୍ୟା ସଂକ୍ରାନ୍ତରେ ଉପଯୁକ୍ତ ଖବର ସଂଗ୍ରହ ସହ ବାସ୍ତବିକ ସ୍ଥିତି ଆକଳନ ଏବଂ ଚିକିତ୍ସା ସହୟତା ଯୋଗାଇବାକୁ ବିନ୍ଧାପାଲି ଗଁାକୁ ପଠାଇଥିଲେ। ଶିଶୁ ସୁରକ୍ଷା ଅଧିକାରୀ ଖୁଆସ ଶୁକ୍ରବାର ଆଗଲପୁର ବ୍ଳକ୍‌ର ବିନ୍ଧାପାଲି ଗସ୍ତ କରି ପୀଡିତା ଶିଶୁକନ୍ୟା ଆରତୀଙ୍କ ପିତା ସରୋଜ ସାହୁ ଓ ମାତା ଅନୁରାଧାଙ୍କୁ ଭେଟି ପ୍ରଶାସନିକ ସହାୟତା ସମ୍ପର୍କରେ ଆଲୋଚନା କରିଛନ୍ତି।
୯ ମାସ ତଳେ ଆରତୀଙ୍କୁ ଜନ୍ମ ଦେଇଥିଲେ ଅନୁରାଧା। ଜନ୍ମରୁ ଖାଦନଳୀ ନଥିବା ଜଣାପଡିବା ପରେ ଶିଶୁକୁ ଉଚ୍ଚତର ଚିକିତ୍ସା ପାଇଁ ସରୋଜ ସାହୁ ଦମ୍ପତି ବୁର୍ଲା ଓ ପରେ କଟକ ଶିଶୁ ଭବନ ନେଇଥିଲେ। ଶିଶୁ ଭବନରେ ଭର୍ତ୍ତି ପରେ ପ୍ରଫେସର ଡା ପି.କେ.ଜେନା ଶିଶୁର ଶରୀର ବାହାରେ ଏକ କୃତ୍ରିମ ଖାଦ୍ୟନଳୀ ଖଞ୍ଜିଥିଲେ। ଗତ ୩୧ ମାର୍ଚ୍ଚ ୨୦୨୩ ଦିନ ଶିଶୁ ଭବନରୁ ଆରତୀଙ୍କୁ ଡିସଚାର୍ଜ କରାଯାଇଥିଲା। ୧୨ ମାସ ସମୟ ଅତିବାହିତ ହେବା ପରେ ଏକ ଅସ୍ତ୍ରୋପଚାର ପରେ ଶରୀରରେ କୃତ୍ରିମ ଖାଦ୍ୟନଳୀ ଖଞ୍ଜାଯିବ ବୋଲି କହିଥିଲେ। ଶିଶୁର ଶରୀରରେ କୃତ୍ରିମ ଖାଦ୍ୟନଳୀ ପ୍ରତିରୋପଣ କରାଯିବା ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଶରୀର ବାହାରେ ଲଗାଯାଇଥିବା ଖାଦ୍ୟନଳୀକୁ ସଫା କରାଯିବ ଓ ପ୍ରତି ମାସରେ କଟକ ବଡ ଡାକ୍ତରଖାନା ଶିଶୁଭବନକୁ ଆସିବାକୁ ପଡ଼ିବ ବୋଲି ସେଠାକାର ବିଶେଷଜ୍ଞ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ତେବେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ସରୋଜ ଝିଅକୁ କଟକ ବଡ ଡାକ୍ତରଖାନାକୁ ୬ ଥର ନେବା ପରେ ଅର୍ଥାଭାବରୁ ଆଉ ନେଇ ପାରି ନ ଥିଲେ। ଏହା ଜାଣିବା ପରେ ଆଗଲପୁର ମାହେଶ୍ୱରୀ ସଙ୍ଗଠନ ସ୍ବେଚ୍ଛାସେବୀ ସନ୍ୟାସୀ ମେହେର ଓ ଅନ୍ୟ ସଦସ୍ୟ ସରୋଜଙ୍କ ଝିଅକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣି ଚିକିତ୍ସା କରାଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଓ ଶିଶୁ ସୁରକ୍ଷା ୟୁନିଟ ପ୍ରତିନିଧି ଖୁଆସ ଶିଶୁକନ୍ୟା ଆରତୀଙ୍କ ଆବଶ୍ୟକ ଚିକିତ୍ସା ଓ ତାଙ୍କ ପିତାମାତାଙ୍କୁ ଉଚିତ୍‌ ସହାୟତା ଯୋଗାଇବାକୁ ଜିଲା ପ୍ରଶାସନ କିଭଳି ପଦକ୍ଷେପ ନେବ ସେନେଇ ଜଣାଇଥିତ୍ବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?