ଧରିତ୍ରୀ ପ୍ରଭାବ: ଖାଦ୍ୟନଳୀ ନଥିବା ଶିଶୁକୁ ମିଳିବ ଚିକିତ୍ସା ସୁବିଧା

ବଲାଙ୍ଗୀର,୧୮ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ଖାଦ୍ୟନଳୀ ନ ଥିବା କାରଣରୁ ଜଣେ ଶିଶୁ କିଭଳି ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛି ଏବଂ ଏକ ଦିନମଜୁରିଆ ଦମ୍ପତି କିଭଳି ଦୀର୍ଘ ୯ ମାସ ଧରି ଡାକ୍ତରଖାନା ଦୌଡୁଛନ୍ତି ସେନେଇ ଗତ ୧୪ତାରିଖ ଧରିତ୍ରୀରେ ଏକ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶ ପରେ ଶିଶୁକୁ ଚିକିତ୍ସା ସହାୟତା ଯୋଗାଇବା ସହ ଆବଶ୍ୟକ ସହାୟତା ଯୋଗାଇବାକୁ ବଲାଙ୍ଗୀର ଜିଲା ପ୍ରଶାସନ ଆଗଭର ହୋଇଛି। ଜିଲାପାଳ ଚଞ୍ଚଳ ରାଣା ଜିଲା ଶିଶୁ ସୁରକ୍ଷା ୟୁନିଟ୍‌କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଧିକାରୀ ଲକ୍ଷ୍ମୀ ସିଂ ଜିଲାପାଳଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଶିଶୁ ସୁରକ୍ଷା ପ୍ରତିନିଧି ଅରୁଣ ଖୁଆସଙ୍କୁ ପୀଡିତା ଶିଶୁକନ୍ୟା ସଂକ୍ରାନ୍ତରେ ଉପଯୁକ୍ତ ଖବର ସଂଗ୍ରହ ସହ ବାସ୍ତବିକ ସ୍ଥିତି ଆକଳନ ଏବଂ ଚିକିତ୍ସା ସହୟତା ଯୋଗାଇବାକୁ ବିନ୍ଧାପାଲି ଗଁାକୁ ପଠାଇଥିଲେ। ଶିଶୁ ସୁରକ୍ଷା ଅଧିକାରୀ ଖୁଆସ ଶୁକ୍ରବାର ଆଗଲପୁର ବ୍ଳକ୍‌ର ବିନ୍ଧାପାଲି ଗସ୍ତ କରି ପୀଡିତା ଶିଶୁକନ୍ୟା ଆରତୀଙ୍କ ପିତା ସରୋଜ ସାହୁ ଓ ମାତା ଅନୁରାଧାଙ୍କୁ ଭେଟି ପ୍ରଶାସନିକ ସହାୟତା ସମ୍ପର୍କରେ ଆଲୋଚନା କରିଛନ୍ତି।
୯ ମାସ ତଳେ ଆରତୀଙ୍କୁ ଜନ୍ମ ଦେଇଥିଲେ ଅନୁରାଧା। ଜନ୍ମରୁ ଖାଦନଳୀ ନଥିବା ଜଣାପଡିବା ପରେ ଶିଶୁକୁ ଉଚ୍ଚତର ଚିକିତ୍ସା ପାଇଁ ସରୋଜ ସାହୁ ଦମ୍ପତି ବୁର୍ଲା ଓ ପରେ କଟକ ଶିଶୁ ଭବନ ନେଇଥିଲେ। ଶିଶୁ ଭବନରେ ଭର୍ତ୍ତି ପରେ ପ୍ରଫେସର ଡା ପି.କେ.ଜେନା ଶିଶୁର ଶରୀର ବାହାରେ ଏକ କୃତ୍ରିମ ଖାଦ୍ୟନଳୀ ଖଞ୍ଜିଥିଲେ। ଗତ ୩୧ ମାର୍ଚ୍ଚ ୨୦୨୩ ଦିନ ଶିଶୁ ଭବନରୁ ଆରତୀଙ୍କୁ ଡିସଚାର୍ଜ କରାଯାଇଥିଲା। ୧୨ ମାସ ସମୟ ଅତିବାହିତ ହେବା ପରେ ଏକ ଅସ୍ତ୍ରୋପଚାର ପରେ ଶରୀରରେ କୃତ୍ରିମ ଖାଦ୍ୟନଳୀ ଖଞ୍ଜାଯିବ ବୋଲି କହିଥିଲେ। ଶିଶୁର ଶରୀରରେ କୃତ୍ରିମ ଖାଦ୍ୟନଳୀ ପ୍ରତିରୋପଣ କରାଯିବା ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଶରୀର ବାହାରେ ଲଗାଯାଇଥିବା ଖାଦ୍ୟନଳୀକୁ ସଫା କରାଯିବ ଓ ପ୍ରତି ମାସରେ କଟକ ବଡ ଡାକ୍ତରଖାନା ଶିଶୁଭବନକୁ ଆସିବାକୁ ପଡ଼ିବ ବୋଲି ସେଠାକାର ବିଶେଷଜ୍ଞ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ତେବେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ସରୋଜ ଝିଅକୁ କଟକ ବଡ ଡାକ୍ତରଖାନାକୁ ୬ ଥର ନେବା ପରେ ଅର୍ଥାଭାବରୁ ଆଉ ନେଇ ପାରି ନ ଥିଲେ। ଏହା ଜାଣିବା ପରେ ଆଗଲପୁର ମାହେଶ୍ୱରୀ ସଙ୍ଗଠନ ସ୍ବେଚ୍ଛାସେବୀ ସନ୍ୟାସୀ ମେହେର ଓ ଅନ୍ୟ ସଦସ୍ୟ ସରୋଜଙ୍କ ଝିଅକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣି ଚିକିତ୍ସା କରାଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଓ ଶିଶୁ ସୁରକ୍ଷା ୟୁନିଟ ପ୍ରତିନିଧି ଖୁଆସ ଶିଶୁକନ୍ୟା ଆରତୀଙ୍କ ଆବଶ୍ୟକ ଚିକିତ୍ସା ଓ ତାଙ୍କ ପିତାମାତାଙ୍କୁ ଉଚିତ୍‌ ସହାୟତା ଯୋଗାଇବାକୁ ଜିଲା ପ୍ରଶାସନ କିଭଳି ପଦକ୍ଷେପ ନେବ ସେନେଇ ଜଣାଇଥିତ୍ବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri