ନନ୍ଦପୁର ବଜାରରେ ନକଲି ୫୦୦ ଟଙ୍କିଆ

ନନ୍ଦପୁର,୧୮।୧୨(ଶଙ୍କର ପୂଜାରୀ): ନନ୍ଦପୁର ବଜାରରେ ଗତ କିଛିଦିନ ହେଲା ନକଲି ୫୦୦ ଟଙ୍କିଆ ନୋଟ୍‌ କାରବାର ଚାଲିଛି। କିଛି ଗ୍ରାହକ ନକଲି ନୋଟ୍‌ ଆଣି ଆସୁଥିବା ଦୋକାନୀମାନେ ଅଭିଯୋଗ କରିଛନ୍ତି। ବିଶେଷକରି ଭିଡ଼ ଥିବା ପେଟ୍ରୋଲ ଟାଙ୍କି, କିରାଣି ଦୋକାନ, ଜଳଖିଆ ଦୋକାନ, ଔଷଧ ଦୋକାନ, ମୋବାଇଲ ମରାମତି ଦୋକାନକୁ ଯୁବତୀ ଯୁବକମାନେ ୧୦୦ ଟଙ୍କାର ସାମଗ୍ରୀ କିଣି ନକଲି ୫ଶହ ଟଙ୍କିଆ ଦେଉଥିବା କହିଛନ୍ତି। ବ୍ୟସ୍ତତା ଭିତରେ ଦୋକାନୀ ଉକ୍ତ ଟଙ୍କାକୁ ରଖି ବଳକା ଟଙ୍କା ଫେରସ୍ତ କରୁଥିବାବେଳେ କିଛି ସଚେତନ ଦୋକାନୀ ଜାଲି ନୋଟକୁ ଚିହ୍ନଟ କରି ନୋଟ ସମ୍ପର୍କରେ ପଚାରିବା ମାତ୍ରେ ଗ୍ରାହକ ବିଭିନ୍ନ ଆଳ ଦେଖାଇ ଚାଲି ଯାଉଥିବା ଅଭିଯୋଗ ହୋଇଛି। ଉକ୍ତ ଜାଲିନୋଟ ଅସଲି ନୋଟର ଅବିକଳ ନକଲ। ଭୁଲବଶତଃ ଏଭଳି ନୋଟ ରଖି ପଛରେ କୌଣସି ମାମଲାରେ ଜଡ଼ିତ ହେବା ଆଶଙ୍କା କରି ବ୍ୟବସାୟୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଏବେ ଗାଁ ଗହଳିରୁ ପନିପରିବା, ଅଦା, ହଳଦୀ, ମାଣ୍ଡିଆ, ଧାନ କିଣିବାକୁ ବାହାର ରାଜ୍ୟ ବେପାରୀଙ୍କ ଭିଡ ଜମୁଛି। ସେମାନେ ନଗଦ ଟଙ୍କାରେ କାରବାର କରୁଥିବାରୁ ଉକ୍ତ ଟଙ୍କା ଦିଆନିଆ ଭିତରେ ନିରୀହ ଚାଷୀ ଓ ଗ୍ରାମବାସୀଙ୍କୁ ଠକି ଏଭଳି ନକଲି ନୋଟ ନନ୍ଦପୁର ବ୍ଲକ ଅଞ୍ଚଳକୁ ପ୍ରବେଶ କରାଉଥିବା ବୁଦ୍ଧିଜୀବୀ ସନ୍ଦେହ ପ୍ରକାଶ କରିଛନ୍ତି। ଲୋକେ ସଜାଗ ରହିବା ସହ ଏଭଳି ନୋଟଧାରୀଙ୍କ ସମ୍ପର୍କରେ ନିକଟସ୍ଥ ଥାନାରେ ସୂଚନା ଦେବାକୁ ନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri