Categories: ଜାତୀୟ

ବିଚାରାଧୀନ ମାମଲାର ସମାଧାନ ପାଇଁ ମଧ୍ୟସ୍ଥତା ଜରୁରୀ…

ମୁମ୍ବାଇ, ୨୦।୮ : ସୁପ୍ରିମକୋର୍ଟର ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଭାରତର ଅଦାଲତଗୁଡ଼ିକରେ ବହୁ ବିଚାରାଧୀନ ମାମଲା ପଡ଼ି ରହିଛି। ମାମଲାଗୁଡ଼ିକର ପଡ଼ି ରହିଥିବା ଉଦବେଗଜନକ ହାରକୁ ଦୃଷ୍ଟିରେ ରଖି ମଧ୍ୟସ୍ଥତା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ପାଲଟିଛି। ପୁଣେରେ ଭାରତୀୟ ଆଇନ ସୋସାଇଟିର ଆଇଏଲଏସ ସେଣ୍ଟର ଫର ଆର୍ବିଟ୍ରେଶନ ଏବଂ ମଧ୍ୟସ୍ଥତା (ଆଇଏଲଏସସିଏ)ର ଲୋକାର୍ପଣ କରିବା ପରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଏଭଳି କହିଛନ୍ତି। ଭାରତୀୟ ଆଇନ ସୋସାଇଟି ଏହାର ଶତବାର୍ଷିକୀରେ ପ୍ରବେଶ କରିଥିବା ସେ ପ୍ରକାଶ କରିଛନ୍ତି

ଗତ ୧୦ ବର୍ଷ ମଧ୍ୟରେ ସମସ୍ତ ଅଦାଲତରେ ବିଚାରାଧୀନ ମାମଲା ବାର୍ଷିକ ୨.୮ ପ୍ରତିଶତ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ଆମେ ଜାଣୁ ଯେ ଭାରତର କୋର୍ଟଗୁଡିକ ଅତ୍ୟନ୍ତ କଷ୍ଟଦାୟକ ସ୍ଥିତିରେ ରହିଛି। ଏଠାରେ ଅତ୍ୟଧିକ ଭିଡ଼ ଦେଖିବାକୁ ମିଳୁଛି। ସେହିପରି ଜିଲା ଏବଂ ତାଲୁକ କୋର୍ଟରେ ୪.୧ କୋଟିରୁ ଅଧିକ ମାମଲା ବିଚାରାଧୀନ ରହିଛି।

ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ମହାମାରୀ ଯୋଗୁ ବିଚାରାଧୀନ ମାମଲାଗୁଡ଼ିକର ହାରକୁ ବୃଦ୍ଧି କରିଛି। ଦେଶର ବିଭିନ୍ନ ହାଇକୋର୍ଟରେ ପ୍ରାୟ ୫୯ ଲକ୍ଷ ମାମଲା ବିଚାରାଧୀନ ଅଛି ବୋଲି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ବର୍ତ୍ତମାନ ସୁପ୍ରିମକୋର୍ଟରେ ୭୧,୦୦୦ ମାମଲା ବିଚାରାଧୀନ ଅଛି। ଏପରିସ୍ଥଳେ ମଧ୍ୟସ୍ଥତା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ପାଲଟି ପାରିବ ବୋଲି ସେ କହିଛନ୍ତି।

Share