ବର୍ଷକରେ ୨୯ ଦେଶର ୧୧୫ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା

ଜେନେଭା,୧୬।୧୨(ଆଇଏଏନ୍‌ଏସ୍‌):ଚଳିତ ବର୍ଷ ଜାନୁୟାରୀରୁ ଅଦ୍ୟାବଧି ୨୯ ଦେଶରେ ମୋଟ ୧୧୫ ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ୟୁକ୍ରେନ୍‌ ଏବଂ ମେକ୍ସିକୋ ଗଣମାଧ୍ୟମ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ସବୁଠୁ ବିପଜ୍ଜନକ ବୋଲି ଜେନେଭାସ୍ଥିତ ମାନବାଧିକାର ସଂସ୍ଥା ରିପୋର୍ଟରେ କୁହାଯାଇଛି। ସାମ୍ବାଦିକଙ୍କୁ ହତ୍ୟା ଘଟଣାରେ ଦକ୍ଷିଣ ଆମେରିକା ସର୍ବାଗ୍ରେ ରହିଛି। ଏଠାରେ ୩୯ ଜଣ ଖବରଦାତାଙ୍କୁ ହତ୍ୟା କରାଯାଇଥିବାବେଳେ ୟୁରୋପରେ ୩୭, ଏସିଆରେ ୩୦, ଆଫ୍ରିକାରେ ୭ ଏବଂ ଉତ୍ତର ଆମେରିକାରେ ୨ ଜଣଙ୍କୁ ହତ୍ୟା କରାଯାଇଥିବା ପ୍ରେସ୍‌ ଏମ୍ବ୍ଲେମ୍‌ କ୍ୟାମ୍ପେନ୍‌(ପିଇସି) ରିପୋର୍ଟରେ କୁହାଯାଇଛି। ୧୯୯୨ରୁ ୧୯୯୯ ମଧ୍ୟରେ ପୂର୍ବତନ ଯୁଗୋସ୍ଲାଭିଆରେ ଯୁଦ୍ଧଠାରୁ ୟୁରୋପରେ ସାମ୍ବାଦିକମାନଙ୍କ ନିରାପତ୍ତା ହ୍ରାସ ଘଟିଛି। ଫେବୃୟାରୀ ୨୪ରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ସେଠାରେ ୩୪ ଜଣଙ୍କ ଜୀବନ ଗଲାଣି। ସେଥିରୁ ୮ ଜଣ ଖବରଦାତା କର୍ତ୍ତବ୍ୟରେ ଥାଇ ନିହତ ହୋଇଛନ୍ତି। ସେହିପରି ମେକ୍ସିକୋରେ ବର୍ଷକ ମଧ୍ୟରେ ୧୭ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ସେମାନେ ଅପରାଧୀ ଗ୍ୟାଙ୍ଗ୍‌ଗୁଡ଼ିକର ଟାର୍ଗେଟର ଶିକାର ହୋଇଛନ୍ତି। ତୃତୀୟ ସ୍ଥାନରେ ଥିବା ହାଇତିରେ ୮ ଖବରଦାତା ନିହତ ହୋଇଥିବାବେଳେ ପାକିସ୍ତାନରେ ୬, ଫିଲିପାଇନ୍ସରେ ୫, କଲମ୍ବିଆରେ ୪ ଏବଂ ଭାରତରେ ୪ ଖବରଦାତାଙ୍କ ଜୀବନ ଯାଇଛି। ସେହିପରି ବାଂଲାଦେଶ, ହଣ୍ଡୁରାସ, ଇସ୍ରାଏଲ୍‌/ପାଲେଷ୍ଟାଇନ ଏବଂ ୟେମେନରେ ୩ ଜଣ ଲେଖାଏ ଗଣମାଧ୍ୟମ ପ୍ରତିନିଧି ନିହତ ହୋଇଛନ୍ତି। ବ୍ରାଜିଲ, ଚାଦ୍‌, ଇକ୍ୱେଡର, ମ୍ୟାନ୍‌ମାର, ସୋମାଲିଆ, ସିରିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ୨ ଜଣ ଲେଖାଏ ଖବରଦାତାଙ୍କୁ ହତ୍ୟା କରାଯାଇଛି। କେନ୍ଦ୍ରୀୟ ଆଫ୍ରିକା ରିପବ୍ଲିକ୍‌, ଚିଲି, କଙ୍ଗୋ, ଗୁଏଟମାଲା, କାଜାଖସ୍ତାନ, କେନିଆ, ପାରାଗୁଏ, ରୁଷିଆ, ସୁଇଡେନ୍‌, ତୁର୍କୀ ଏବଂ ଭିଏଟ୍‌ନାମରେ ଜଣେ ଲେଖାଏ ଖବରଦାତା ନିହତ ହୋଇଛନ୍ତି।
ଗତବର୍ଷ ଆଫଗାନିସ୍ତାନରେ ୧୨ ଖବରଦାତା ନିହତ ହୋଇଥିବାବେଳେ ଚଳିତ ବର୍ଷ କେହି ହତ୍ୟାର ଶିକାର ହୋଇନାହାନ୍ତି। ଅବଶ୍ୟ ସେଠାର ଅନେକ ଖବରଦାତା ଦେଶ ଛାଡ଼ି ପଳାଇଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ସାମ୍ବାଦିକ ହତ୍ୟା ଘଟଣା ୪୫ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧ରେ ୭୯ ଜଣ ଗଣମାଧ୍ୟମ କର୍ମଚାରୀ ନିହତ ହୋଇଥିଲେ। ଗତ ୫ ବର୍ଷକୁ ହିସାବକୁ ନେଲେ ମେକ୍ସିକୋରେ ସର୍ବାଧିକ ୬୯ ଜଣ ଖବରଦାତା ନିହତ ହୋଇଥିବାବେଳେ ଆଫଗାନିସ୍ତାନରେ ୪୪, ଭାରତରେ ୩୭, ୟୁକ୍ରେନରେ ୩୬, ପାକିସ୍ତାନରେ ୩୪, ସିରିଆରେ ୨୪, ଫିଲିପାଇନ୍ସରେ ୨୧, ୟେମେନରେ ୧୭, ହଣ୍ଡୁରାସ୍‌ରେ ୧୩, ସୋମାଲିଆରେ ୧୩, ବ୍ରାଜିଲରେ ୧୨ ଏବଂ ହାଇତିରେ ୧୧ ଜଣ ନିହତ ହୋଇଛନ୍ତି। ୨୦୧୩ରୁ ୨୦୨୨ ମଧ୍ୟରେ ମୋଟ ୧,୧୩୫ ଜଣ ସାମ୍ବାଦିକ ହତ୍ୟାର ଶିକାର ହୋଇଛନ୍ତି, ଅର୍ଥାତ୍‌ ବାର୍ଷିକ ହାରାହାରି ୧୧୩ ଜଣଙ୍କୁ ହତ୍ୟା କରାଯାଇଥିବା ପିଇସି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?