Posted inଜାତୀୟ

୨୮ ମାସର ଲଢ଼େଇ ପରେ ଜେଲରୁ ମୁକୁଳିଲେ ଗଣମାଧ୍ୟମ ପ୍ରତିନିଧି ସିଦ୍ଦିକ କପ୍ପନ…

ଲକ୍ଷ୍ନୌ,୨।୨ : ଜାମିନ ମଞ୍ଜୁର ହେବାର ଦିନକ ପରେ କେରଳର ଗଣମାଧ୍ୟମ ପ୍ରତିନିଧି ସିଦ୍ଦିକ କପ୍ପନ ୨୮ ମାସର ଆଇନଗତ ଲଢ଼େଇ ପରେ ଗୁରୁବାର ଜେଲରୁ ମୁକୁଳିଛନ୍ତି। ଅକ୍ଟୋବର ୨୦୨୦ରେ କପ୍ପନ ଏବଂ ଅନ୍ୟ ତିନିଜଣ ହା୍‌ଥରସ ଅଭିମୁଖେ ଯାଉଥିବାବେଳେ ଗିରଫ ହୋଇଥିଲେ, ଯେଉଁଠାରେ ଜଣେ ଦଲିତ ମହିଳାଙ୍କର ବଳାତ୍କାର ପରେ ମୃତ୍ୟୁ ଘଟିିଥିବା ଅଭିଯୋଗ ହୋଇଥିଲା।

ସିଦ୍ଦିକିଙ୍କୁ ବୁଧବାର (ଫେବୃଆରୀ ୨) ମୁକ୍ତ କରାଯିବାର ଥିଲା। କିନ୍ତୁ ସ୍ବତନ୍ତ୍ର କୋର୍ଟର ବିଚାରପତି ବାର ପରିଷଦ ନିର୍ବାଚନରେ ବ୍ୟସ୍ତ ଥିଲେ।

ସିଦ୍ଦିକଙ୍କ ବିରୋଧରେ ପୋଲିସ ଅଶାନ୍ତି ସୃଷ୍ଟି କରିବାକୁ ଯାଉଥିବା ଅଭିଯୋଗ କରିଥିଲା। ଉତ୍ତରପ୍ରଦେଶ ପୋଲିସ ସିଦ୍ଦିକଙ୍କୁ ଦେଶଦ୍ରୋହ ତଥା କଠୋର ଆତଙ୍କବାଦ ବିରୋଧୀ ଆଇନ ୟୁଏପିଏ ଅଧୀନରେ ଦୋଷୀ ସାବ୍ୟସ୍ତ କରିଥିଲା। ଫେବୃଆରୀ ୨୦୨୨ରେ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଦାୟର କରିଥିଲା ଯେଉଁଥିରେ ସେ ନିଷିଦ୍ଧ ପିପୁଲ୍ସ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ରୁ ଅର୍ଥ ପାଇଛନ୍ତି ବୋଲି ଅଭିଯୋଗ କରିଥିଲେ।

ସିଦ୍ଦିକ ପୋଲିସର ଅଭିଯୋଗକୁ ଖଣ୍ଡନ କରିଥିଲେ। ତେବେ ଗତ ବର୍ଷ ସେପ୍ଟେମ୍ବରରେ ସେ ଆତଙ୍କବାଦୀ ମାମଲାରେ ଏବଂ ଡିସେମ୍ବରରେ ମନି ଲଣ୍ଡରିଂ ମାମଲାରେ ଜାମିନ ପାଇଥିଲେ। ଆଶ୍ଚର୍ଯ୍ୟର କଥା, ସିଦ୍ଦିକିଙ୍କୁ ଜାମିନ ଦେବାକୁ ବହୁତ ସମୟ ଲାଗିଥିଲା। ପୋଲିସ ଦାବି କରିଛି ଯେ ସିଦ୍ଦିକି ଏବଂ ତାଙ୍କ ସହ ଗିରଫ ହୋଇଥିବା ଅନ୍ୟମାନେ ନିଷିଦ୍ଧ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଏବଂ ଏହାର ଛାତ୍ର ୱିଙ୍ଗ କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆର ସଦସ୍ୟ ଅଟନ୍ତି। ତେବେ ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଆର୍ଥିକ କାର୍ଯ୍ୟରେ କୌଣସି ସମ୍ପୃକ୍ତିକୁ କପାନ ଅସ୍ବୀକାର କରିଥିଲେ। ସେ କହିଥିଲେ ଯେ ଗଣମାଧ୍ୟମ କାମ ପାଇଁ ସେ ହାଥରସ ଯାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri