ପିଲାଙ୍କ ପାଇଁ ଶିକ୍ଷାର ମାଧ୍ୟମ : ରଘୁସାର୍‌ଙ୍କ ହାତ ତିଆରି ଶିକ୍ଷଣ ସରଞ୍ଜାମ

ଖଇରା, ୨୧।୯(ଡି.ଏନ୍‌.ଏ.)-ଶିକ୍ଷକତା ଥିଲା ତାଙ୍କର ପେଶା ା ହେଲେ ପିଲାମାନେ ଶିକ୍ଷଣ ସରଞ୍ଜାମ ମାଧ୍ୟମରେ କିଭଳି ଗଣିତ ବିଜ୍ଞାନ ସରଳ ଭାଷାରେ ବୁଝିପାରିବେ ସେହି ସରଞ୍ଜାମ ତିଆରି କରିବା ପାଇଁ ସେ ଲାଗିପଡୁଥିଲେ। ସରକାରଙ୍କୁ ତରଫରୁ ବିଦ୍ୟାଳୟକୁ ଅର୍ଥ ଆସୁ ବା ନ ଆସୁ ନିଜ ପକେଟରୁ ଅର୍ଥ ବ୍ୟୟ କରିବାକୁ ସେ କେବେ ବି କୁଣ୍ଠାବୋଧ ପ୍ରକାଶ କରୁ ନ ଥିଲେ। ଅବସର ପରେ ବି ଏହି ନିଶା ତାଙ୍କୁ ମୁଣ୍ଡରୁ ହଟିନାହିଁ ା ସେଭଳି ଜଣେ ଶିକ୍ଷକ ହେଲେ ରଘୁନାଥ ମହାନ୍ତି(୬୧)। ତାଙ୍କ ଘର ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରୁଗାଁ ଗ୍ରାମରେ।
ପ୍ରାଥମିକ ଶିକ୍ଷକ ଭାବେ କାର୍ଯ୍ୟ କରିବା ମଧ୍ୟରେ ସୁନ୍ଦରପୁର, ମହତୀପୁର, ଭୋଗୁପୁର ଆଦି ବିଦ୍ୟାଳୟରେ କାର୍ଯ୍ୟ କରି ଶେଷରେ ମାହାରାସାହି ପ୍ରାଥମିକ ବିଦ୍ୟାଳୟରୁ ସେ ଅବସର ଗ୍ରହଣ କରିଥିଲେ। ପିଲାମାନେ କିଭଳି ସହଜ ଓ ସରଳ ଭାବରେ ପାଠକୁ ବୁଝିପାରିବେ ସେଥିଲାଗି ବିଭିନ୍ନ ବର୍ଜ୍ୟବସ୍ତୁ ଯଥା କାଗଜ ପେଟି, ବିସ୍କୁଟ ଖୋଳ, ଚକୋଲେଟ ଜରି, ବ୍ୟାଟେରି ଖୋଳ, ନଡିଆ କତା ଆଦିରୁ ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷଣ ସରଞ୍ଜାମ ତିଆରି କରି ଆସୁଥିଲେ। ସରଞ୍ଜାମ ମଧ୍ୟରେ ହାରମୋନିୟମ ମାଧ୍ୟମରେ ଯୋଗ ବିୟୋଗର ପଦ୍ଧତି, ବାଇସ୍କୋପ ମାଧ୍ୟମରେ ବୃତ୍ତି, ସଜୀବ ଓ ନିର୍ଜୀବ, ପ୍ରାଣୀ-ଏମାନେ କିଏ କେଉଁଠି ରୁହନ୍ତି ଓ କଣ ଖାଆନ୍ତି ତଥା ପଞ୍ଚାୟତିରାଜ ବ୍ୟବସ୍ଥାର କାର୍ଯ୍ୟାବଳୀ ଇତ୍ୟାଦି ା ସେହିଭଳି ପିଚୁବୋର୍ଡ ଓ ସୋଲରେ ସାପ ଓ ସିଡି, ଚିଡିଆଖାନା, ଯୁକ୍ତାକ୍ଷର ଲିଖନ, ଉଦ୍ଭିଦର ବିଭିନ୍ନ ଅଂଶ ଆଦି ତିଆରି କରି ଛାତ୍ରୀଛାତ୍ରଙ୍କ ଖୁବ୍‌ ନିକଟତର ହୋଇପାରିଛନ୍ତି। ନିକଟରେ ମାର୍ଚ୍ଚ ୩୧ରେ ସେ ଅବସର ଗ୍ରହଣ କରିବା ପରେ ମଧ୍ୟ ତାଙ୍କର ଏହି ନିଶା ତାଙ୍କ ମୁଣ୍ଡରୁ ଯାଇନାହିଁ ା ଅନେକ ସରଞ୍ଜାମ ତିଆରି କରି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛନ୍ତି ା ଯାହାକୁ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷାଧିକାରୀ ଧରଣୀଧର ପାତ୍ର ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୋଲକ ପ୍ରସାଦ ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଅସ୍ଥାୟୀ ସଂଗ୍ରହାଳୟ ତିଆରି କରାଯାଇ ସେଗୁଡିକ ସୁରକ୍ଷିତ ଭାବେ ରଖାଯାଇଛି। କାର୍ଯ୍ୟାଳୟକୁ ଆସୁଥିବା ଛାତ୍ରୀଛାତ୍ର, ଅଭିିଭାବକ, ବିଭିନ୍ନ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପାଇଁ ଏହା ଯଥେଷ୍ଟ ଉପାଦେୟ ପାଲଟିଯାଇଛି ା ରଘୁନାଥଙ୍କ ପିଲାଟି ଦିନରୁ ଚିତ୍ରାଙ୍କନ ପ୍ରତି ପ୍ରବଳ ଆଗ୍ରହ ଥିଲା ା ଯାହାକୁ ସିଏ ପରିଣତ ବୟସରେ ମଧ୍ୟ ଅନ୍ୟମାନଙ୍କ ହିତରେ ଲଗାଇ ପାରୁଛନ୍ତି ା ଶିକ୍ଷକ ରଘୁନାଥଙ୍କ କହିବା ଅନୁଯାୟୀ ଯେତେବେଳେ ଟିକେ ଚୁପଚାପ୍‌ ହୋଇବସନ୍ତି, ଶିକ୍ଷଣ ସରଞ୍ଜାମକୁ ନେଇ ନୂଆ ନୂଆ ଚିନ୍ତା ତାଙ୍କ ମୁଣ୍ଡକୁ ଆସିଥାଏ ବୋଲି କହିଛନ୍ତି ା

 


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri