ପ୍ରଡକ୍ଟ ପୋର୍ଟଫୋଲିଓକୁ ବିସ୍ତାର କରିବ ମେଡ୍‌ଜେନୋମ୍‌

ଭୁବନେଶ୍ୱର,୧୩।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଡାଇଗ୍ନୋଷ୍ଟିକ ଲାବ୍‌ ଶୃଙ୍ଖଳା ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସର ଏକ ଅଂଶଧନକୁ ଗ୍ଲୋବାଲ ଜେନୋମିକ୍ସ-ଡ୍ରିଭେନ ଡାଇଗ୍ନୋଷ୍ଟିକ୍ସ ଆଣ୍ଡ ରିସର୍ଚ୍ଚ ସର୍ଭିସ୍‌ କମ୍ପାନୀ ‘ମେଡ୍‌ଜେନୋମ୍‌’ ନିକଟରେ ଅଧିଗ୍ରହଣ କରିଛି। ଏ ନେଇ ମଧ୍ୟ ମେଡ୍‌ଜେନୋମ୍‌ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୭ରେ ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସ ଭୁବନେଶ୍ୱରର ଶହୀଦନଗରଠାରେ ସ୍ଥାପିତ ହୋଇଥିଲାବେଳେ ଏନ୍‌ଏବିଏଲ୍‌ ଓ ଏନ୍‌ଏବିଏଚ୍‌ ଦ୍ୱାରା ସ୍ବୀକୃତିପ୍ରାପ୍ତ ଏକ ଫ୍ଲାଗ୍‌ଶିପ ଲାବରେଟୋରି ସମେତ ରାଜ୍ୟରେ ମୋଟ ୭ଟି ଡାଇଗ୍ନୋଷ୍ଟିକ ଓ ୬୦ଟି କଲେକ୍ସନ ସେଣ୍ଟର ସହ ଓଡ଼ିଶାର ଏକ ମଜଭୁତ ଆଞ୍ଚଳିକ ଉପସ୍ଥିତି ପ୍ରତିଷ୍ଠା କରିଛି।
ଏ ସମ୍ପର୍କରେ ମେଡ୍‌ଜେନୋମ୍‌ର ସିଇଓ ଡା.ବେଦମ୍‌ ରାମପ୍ରସାଦ କହିଛନ୍ତି, ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସର ଅଂଶଧନ ଅଧିଗ୍ରହଣକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏକ ବିସ୍ତୃତ ଜନସଂଖ୍ୟାର ଆବଶ୍ୟକତାକୁ ଅଧିକ ପ୍ରଭାବୀ ରୂପେ ପୂରଣ କରିବା ପାଇଁ ବ୍ରାଣ୍ଡ୍‌ ବଜାର ଉପସ୍ଥିତି ଓ ୧୩୦୦ରୁ ଅଧିକ ପରୀକ୍ଷଣର ପ୍ରଡକ୍ଟ ପୋର୍ଟଫୋଲିଓକୁ ବିସ୍ତାର କରିବ। ଏହି ଅଧିଗ୍ରହଣ ଗଭୀର ପ୍ରବେଶୀକରଣ ସହିତ ନୂଆ ବଜାର ବିକାଶକୁ ପରିଚାଳନା ଏବଂ ବଜାରକୁ ନୂଆ ପରୀକ୍ଷଣଗୁଡିକୁ ଆଣି ଭାରତରେ ଟାୟାର ୨ ଓ ୩ ସହରଗୁଡିକରେ ବ୍ରାଣ୍ଡ୍‌ର ନେଟ୍‌ୱର୍କକୁ ବିସ୍ତାର କରିବା ପାଇଁ ଲକ୍ଷ୍ୟ ରଖିଛି।
ସେହିଭଳି ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସ ଭୁବନେଶ୍ୱରର ଡା. ବିଶ୍ୱଜିତ ମହାନ୍ତି କହିଛନ୍ତି, ଆମେ ମେଡ୍‌ଜେନୋମ୍‌ ସହ ସହଭାଗିତାକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଓଡ଼ିଶାରେ ଆମର ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ସମାଧାନର ସମ୍ପ୍ରସାରଣ ସହିତ ଏହି ରଣନୈତିକ ସହଯୋଗିତା ସମ୍ପୃକ୍ତ ଅଞ୍ଚଳର ସ୍ବାସ୍ଥ୍ୟସେବାଗୁଡିକୁ ଉନ୍ନତ ସହ ବ୍ୟାପକ ଏବଂ ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସମାଧାନ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି।
ସେହିପରି ମେଡ୍‌ଜେନୋମ୍‌ର ଓମିକ୍ସ ସଲ୍ୟୁଶନ ସହ ଆମର ବିସ୍ତୃତ ଉପତ୍ାଦ ପୋର୍ଟଫୋଲିଓକୁ ସମ୍ମିଶ୍ରଣକରି ଆମେ ପୂର୍ବଭାରତ(ପୂର୍ବାଞ୍ଚଳ)ରେ ସର୍ବୋତ୍ତମ ଡାଇଗ୍ନୋଷ୍ଟିକ ଟୁଲ୍‌ ସହ କ୍ଲିନିସିଆନ ଓ ଉପଭୋକ୍ତାଙ୍କୁ ସଶକ୍ତ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri