ଏସ୍‌ବିଆଇର ନୂତନ ଡିଜିଟାଲ ସେବା

ଭୁବନେଶ୍ୱର,୧୩।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ଡିଜିଟାଲ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ମ୍ୟୁଚୁଆଲ ଫଣ୍ଡ ବଦଳରେ ଅନ୍‌ଲାଇନ ଋଣ ସୁବିଧାର ଶୁଭାରମ୍ଭ କରାଯାଇଛି। ଏସ୍‌ବିଆଇର ଇଣ୍ଟଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଓ ୟୋନୋ ଆପ୍‌ ଜରିଆରେ ଗ୍ରାହକ ଏହି ନୂତନ ସୁବିଧା ପାଇପାରିବେ। ସେହିଭଳି ଗ୍ରାହକମାନଙ୍କୁ ଡିଜିଟାଲ ସଶକ୍ତ କରାଯାଉଥିବାବେଳେ ସେମାନଙ୍କ ଲାଗି ନୂତନ ସୁବିଧାରେ ମଧ୍ୟ ବୃଦ୍ଧି କରାଯାଇଛି। ଏହି ନୂତନ ଡିଜିଟାଲ ସେବା ଜରିଆରେ ଗ୍ରାହକମାନେ ୧୦୦% କାଗଜବିହୀନ ଏବଂ ୨୪ ଘଣ୍ଟା ଡିଜିଟାଲ ସେବା ଓ ସୁବିଧା ପାଇପାରିବେ। ସେହିପରି ସିଏଏମ୍‌ଏସ୍‌ରେ ପଞ୍ଜୀକୃତ ହୋଇଥିବା ସମସ୍ତ ମ୍ୟୁଚୁଆଲ୍‌ ଫଣ୍ଡ କମ୍ପାନୀର ମ୍ୟୁଚୁଆଲ୍‌ ଫଣ୍ଡ ସ୍କିମ୍‌ ଉପର ଆକର୍ଷଣୀୟ ସୁଧ ସହ ଏହି ନୂଆ ଋଣ ସୁବିଧା ପ୍ରଦାନ କରାଯାଉଛି। ପୂର୍ବରୁ କେବଳ ଏସ୍‌ବିଆଇ ମ୍ୟୁଚୁଆଲ ଫଣ୍ଡ ସ୍କିମ୍‌ ଉପରେ କିମ୍ବା ଶାଖା ପରିଦର୍ଶନ କରୁଥିବା ଗ୍ରାହକଙ୍କୁ ଋଣ ସୁବିଧା ନିୟମ ଅନୁଯାୟୀ ଯୋଗାଇ ଦିଆଯାଉଥିବାବେଳେ ବର୍ତ୍ତମାନ ସେହି ସୁବିଧାର ସମ୍ପ୍ରସାରଣ କରାଯାଇଛି।
ଏ ସମ୍ପର୍କରେ ଏସ୍‌ବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି, ମ୍ୟୁଚୁଆଲ ଫଣ୍ଡ ବଦଳରେ ଋଣ ସୁବିଧାର ଶୁଭାରମ୍ଭକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଓ ୟୋନୋ ଆପ୍‌ ଜରିଆରେ ଗ୍ରାହକମାନଙ୍କ ପାଇଁ ଏହି ନୂତନ ଡିଜିଟାଲ ସେବାର ଶୁଭାରମ୍ଭ ହୋଇଯାଇଛି। ସେହିଭଳି ଆମେ ଗ୍ରାହକଙ୍କ ଶାଖା ପରିଦର୍ଶନକୁ କମ୍‌ କରିବା ପାଇଁ ସେମାନଙ୍କୁ ପ୍ରଯୁକ୍ତିଭିତ୍ତିକ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ଅନୁଭୂତି ପ୍ରଦାନ କରିବାକୁ ନିରନ୍ତର ଉଦ୍ୟମ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦୁଝର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ରାଜ୍ୟ ସରକାର ଅଣଦେଖା କଲେ ଆନ୍ଦୋଳନ ହେବ’

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ୱ ରକ୍ଷା ନ ହେଲେ ଆନ୍ଦୋଳନ ହେବ। ଆମ ଆଦ୍‌ମୀ ପାର୍ଟି, କେନ୍ଦୁଝରର ସ୍ପଷ୍ଟ ମତ ହେଉଛି ଯେ,…

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ମାସରେ ହେବା ନେଇ ସୂଚନା

ଭୁବନେଶ୍ୱର,୧୦।୭: ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଏଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ଟ୍ରମ୍ପଙ୍କୁ ମିଳିଲା ବଡ଼ ସମ୍ମାନ, ଏମିତି ସମ୍ମାନ ପାଇବାରେ ସେ ହେଲେ ପ୍ରଥମ ରାଷ୍ଟ୍ରପତି

ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ଜାତୀୟ ସ୍ମାରକୀ ଠାରୁ ଆରମ୍ଭ କରି ନୋଟ ପର୍ଯ୍ୟନ୍ତ ସବୁଠି ତାଙ୍କ ନାମ ଏବଂ…

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

ଅମରାବତୀ,୧୦।୭: ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri