Posted inଜାତୀୟ

ଅଢ଼େଇ ମାସରେ ୧୬ ବିମାନରେ ଯାନ୍ତ୍ରିକ ତ୍ରୁଟି…

ନୂଆଦିଲ୍ଲୀ,୧୭।୭ : ରବିବାର ଏକ ଇଣ୍ଡିଗୋ ବିମାନ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିଛି। ବୈଷୟିକ ତ୍ରୁଟି ଯୋଗୁ ବିମାନଟିକୁ ପାକିସ୍ତାନର କରାଚିରେ ଅବତରଣ କରିଥିବା କୁହାଯାଇଥିଲା। ଏହା ପୂର୍ବରୁ ଜୁଲାଇ ୫ରେ ମଧ୍ୟ ସ୍ପାଇସଜେଟର ଏକ ବିମାନ କରାଚିରେ ଯାନ୍ତ୍ରିିକ ତ୍ରୁଟି ଯୋଗୁ ଅବତରଣ କରିଥିଲା। ଗତ ଅଢ଼େଇ ମାସ ମଧ୍ୟରେ ୧୬ ବିମାନକୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଜରୁରୀ ଅବତରଣ କରାଯାଇଛି।

ଜୁଲାଇ ୧୫ରେ ହାଇଡ୍ରୋଲିକ ଲିଙ୍କରେ ବିଫଳତା ଯୋଗୁ ଶାରଜା ଠାରୁ କୋଚି ଆସୁଥିବା ଏୟାର ଆରବ ବିମାନକୁ ତୁରନ୍ତ କୋଚି ବିମାନ ବନ୍ଦରରେ ଅବତରଣ କଲାଯାଇଥିଲା। ବିମାନରେ ୨୨ ଯାତ୍ରୀ ଥିଲେ। ୧୪ ଜୁଲାଇରେ ଦିଲ୍ଲୀରୁ ବଡ଼ୋଦରା ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୬-ଇ-୮୫୯କୁ ଜୟପୁରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ସେହିପରି ୧୧ ଜୁଲାଇ ସ୍ପାଇସଜେଟର ଦୁବାଇ-ମୁଦୁରାଇ ବୋଇଂ ବିମାନରେ ଯାନ୍ତ୍ରିକ ତ୍ରୁଟି ଦୃଷ୍ଟିଗୋଚର ହୋଇଥିଲା।
୬ ଜୁଲାଇ ରେ ବ୍ୟାଙ୍କକ-ଦିଲ୍ଲୀ ବିମାନରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ୫ ଜୁଲାଇରେ ରାୟପୁର-ଇନ୍ଦୋର ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା।

୫ ଜୁଲାଇରେ ରାୟପୁର-ଇନ୍ଦୋର ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା।
୫ ଜୁଲାଇ ସ୍ପାଇସଜେଟର କ୍ୱ୍ୟୁ-୪୦୦ କାଣ୍ଡଲା-ମୁମ୍ବାଇ ବିମାନର ୱିଣ୍ଡୋଶିଲ୍ଡରେ ୨୩ ହଜାର ଫୁଟ ଉଚ୍ଚରେ ଉଡୁଥିବା ସମୟରେ ଏକ ଫାଟ ସୃଷ୍ଟି ହୋଇଥିଲା। ଏହା ପରେ ଏହାକୁ ତୁରନ୍ତ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରାଯାଇଥିଲା।

୫ ଜୁଲାଇ ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସଜେଟ ବିମାନକୁ ମଧ୍ୟ ଜରୁରୀ ଅବତରଣ କରାଯାଇଥିଲା।
୨ ଜୁଲାଇ ଜଜଲପୁର ଯାଉଥିବା ସ୍ପାଇସଜେଟ ବିମାନରୁ ଧୂଆଁ ବାହାରିବା ପରେ।
ଦିଲ୍ଲୀ ବିମାନ ବନ୍ଦରରେ ଏହାକୁ ଅବତରଣ କରାଯାଇଥିଲା।
ଜୁନ ୨୦ରେ ଆସାମର ଗୁଆହାଟୀରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ ପକ୍ଷୀ ସହ ଧକ୍କା ହୋଇଥିଲା। ତରବରିଆ ଭାବେ ବିମାନକୁ ଗୁଆହାଟୀ ବିମାନବନ୍ଦରରେ ଅବତରଣ କରିବାକୁ ପଡିଥିଲା। ୧୯ ଜୁନରେ ସ୍ପାଇସଜେଟର ଦିଲ୍ଲୀ-ଜବଲପୁର ବିମାନକୁ କ୍ୟାବିନ୍‌ ଚାପରେ ସନ୍ତୁଳନ ନ ରହିବା ଯୋଗୁ ଅବତରଣ କରାଯାଇଥିଲା। ୭ ଜୁନରେ ବାଂଲାଦେଶରୁ ଆବୁଧାବି ଅଭିମୁଖେ ଯାଉଥିବା ଏୟାର ଆରବ ବିମାନରେ ଏକ ଇଞ୍ଜିନ ଅକାମୀ ହୋଇଯାଇଥିଲା। ଏହା ପରେ ବିମାନକୁ ଅହମ୍ମଦାବାଦ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ମେ ୨୦ରେ ଏୟାର ଇଣ୍ଡିଆର ଏୟାରବସ ଏ-୩୨୦ ବିମାନ ୨୭ ମିନିଟ ଉଡ଼ିବା ପରେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଥିଲା। ୬ ମେ ରେ ଏୟାର ଇଣ୍ଡିଆର ଦିଲ୍ଲୀ-ଖଜୁରାହୋ ବିମାନ ଖଜୁରାହୋରେ ପହଞ୍ଚିବା ପରେ ବିମାନର ଗେଟ ଖୋଲି ନଥିଲା। ବିମାନକୁ ଦିଲ୍ଲୀ ଫେରିବାକୁ ପଡ଼ିଥିଲା ।
୩ ମେ ରେ ଚେନ୍ନାଇରୁ ଦୁର୍ଗାପୁର ପର୍ଯ୍ୟନ୍ତ ଯାଉଥିବା ସ୍ପାଇସଜେଟର ଏସଗି-୩୩୧ ବିମାନ ବୈଷୟିକ ସମସ୍ୟା ଯୋଗୁ ଉଡ଼ାଣ କରେ ଚେନ୍ନାଇକୁ ଫେରି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri