Categories: ଜାତୀୟ

ନବରାତ୍ରୀ ପାଇଁ ଦକ୍ଷିଣ ଦିଲ୍ଲୀରେ ମାଂସ ଦୋକାନ ବନ୍ଦ

ନୂଆଦିଲ୍ଲୀ,୫ ।୪: ଦେଶରେ ଧୁମଧାନରେ ପାଳନ କରାଯାଉଛି ନବରାତ୍ରୀ । ରାଜଧାନୀ ଦିଲ୍ଲୀରେ ନବରାତ୍ରୀକୁ ନେଇ ରାଜନୈତିକ ଟଣାଭିଡା ଆରମ୍ଭ ହୋଇଗଲାଣି । ସାଉଥ୍ ଦିଲ୍ଲୀର ମେୟର ମୁକେଶ ସୁର୍ଯ୍ୟାନ ନବରାତ୍ରୀ ଅବସରରେ ମନ୍ଦିର ନିକଟରେ ଖୋଲାରେ ବିକ୍ରି ହେଉଥିବା ମାଂସ ଦୋକାନ ଗୁଡିକୁ ୧୧ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଜବାବରେ ଏଆଇଏମ୍‌ଆଇଏମର ଅଧ୍ୟକ୍ଷ ଅସଦୁଦ୍ଦିନ ଓୱାଇସି କହିଛନ୍ତି ମାଂସ ପିଆଜ ରସୁଣ ପରି ଏକ ଭୋଜନ ।
ମେୟର କମିଶନରଙ୍କୁ ଏ ସମ୍ପର୍କରେ ଏକ ଚିଠି ଲେଖିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି କି ୧୧ ଏପ୍ରିଲ ପର୍ଯ୍ୟନ୍ତ ନବରାତ୍ରୀ ପାଳନ କରାଯାଉଛି । ଏହି ସମୟରେ ଲୋକେ ମାଆ ଦୁର୍ଗାଙ୍କ ଆଶୀର୍ବାଦ ନେବାକୁ ମନ୍ଦିର ଯାଉଥିବା ବେଳେ ଏହି ସମୟରେ ଶାହାକାରୀ ଭୋଜନ କରିଥାଆନ୍ତି । ତେଣୁ ଏହି ସମୟରେ ମନ୍ଦିର ନିକଟରେ ଥିବା ମାଂସ ଦୋକାନ ଗୁଡିକ ବନ୍ଦ ହେବା ଦରକାର । କାରଣ ଖୋଲାରେ ମାଂସ ବିକ୍ରି ଉପରେ ନଜର ପଡିଲେ ଏହା ଜନତାଙ୍କ ଆଧ୍ୟାତ୍ମିକ ଭାବନା ଉପରେ ପ୍ରଭାବ ପକାଇବା ସହ ଏହାଦ୍ୱାରା ସେମାନେ ଅଶ୍ୱସ୍ତି ବୋଧ କରନ୍ତି । ତେଣୁ ଏହି ସମୟରେ ମାଂସ ଦୋକାନ ଗୁଡିକୁ ବନ୍ଦ କରି ଦିଆଯାଇଛି ।

Share