Categories: ଜାତୀୟ

ମାଂସ ବିକାଳିଙ୍କୁ ମାଡ଼ ମାରିଲେ ଗୋରକ୍ଷକ

ମୋରଦାବାଦ, ୨୪ା୫: ଉତ୍ତରପ୍ରଦେଶର ମୋରଦାବାଦ୍‌ଠାରେ ରବିବାର ଜଣେ ମାଂସ ବିକାଳି ମହମ୍ମଦ ଶାକିରଙ୍କୁ ନିଜକୁ ‘ଗୋରକ୍ଷକ’ କହୁଥିବା ଏକ ଗ୍ୟାଙ୍ଗ ମାଡ଼ ମାରିଛନ୍ତି। ପୋଲିସ ଶାକିରଙ୍କ ବିରୋଧରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ ପରେ ଛାଡ଼ି ଦେଇଛି। ଶାକିର ମାଂସ ବ୍ୟବସାୟ କରୁଥିବାବେଳେ ‘ଗୋରକ୍ଷକ’ ମନୋଜ ଠାକୁରଙ୍କ ସହ ଅନ୍ୟମାନେ ତାଙ୍କୁ ମାଡ଼ ମାରିଥିଲେ। ପୋଲିସ ମନୋଜଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ହେଁ ତାଙ୍କୁ ଗିରଫ ନ କରିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାରେ ସମ୍ପୃକ୍ତ ଥିବା ୫/୬ ଜଣଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ମୋରଦାବାଦ ଏସ୍‌ପି ପ୍ରଭାକର ଚୌଧୁରୀ କହିଛନ୍ତି।

Share