ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ହୋଟେଲ, ରେଷ୍ଟୁରାଣ୍ଟ, ସ୍କୁଲରେ ଦିଆଯାଉ

କୋରାପୁଟ,୧୮।୩(ସ୍ବ.ପ୍ର.): ଚଳିତ ବର୍ଷ ଆନ୍ତର୍ଜାତୀକ ମାଣ୍ଡିଆ ବର୍ଷ ପାଳନ ନେଇ ରାଜ୍ୟ ମିଲେଟ ମିଶନ ପକ୍ଷରୁ କୋରାପୁଟ ଜିଲା ପ୍ରଶାସନର ସହଯୋଗରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ନେଇ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ସ୍ଥାନୀୟ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କୋରାପୁଟ ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝିଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ଜିଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱରାଜ ରଥ, ରାଜ୍ୟ ମିଲେଟ ମିଶନର ପ୍ରତିନିଧି ଦିବ୍ୟଶ୍ରୀ ଟପୋ, କୋରାପୁଟ ମିଲେଟ ମିଶନର ଶିବଶଙ୍କର ସେଠୀ, ଜିଲାର ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି, ଜିଲା ସ୍ବାସ୍ଥ୍ୟ, ଶିକ୍ଷା, ପରିମଳ, ଶିଶୁ ବିକାଶ ଆଦି ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଡିସେମ୍ବର ଶେଷ ସୁଦ୍ଧା ଜିଲାରେ ବିଭିନ୍ନ ଚିତ୍ରକଳା ଓ କୁଇଜ ଆଦି ପ୍ରତିଯୋଗୀତାରେ ସମସ୍ତ ବିଦ୍ୟାଳୟ, କଲେଜ ଛାତ୍ରୀଛାତ୍ରଙ୍କୁ ସାମିଲ କରି ମାଣ୍ଡିଆର ବ୍ୟବହାର କରିବାକୁ ସଚେତନତା କରିବା ନେଇ ଗୁରୁତ୍ୱରୋପ କରାଯାଇଛି। ଏହାଦ୍ୱାରା ମାଣ୍ଡିଆ ଚାଷ ଆହୁରି ବ୍ୟାପକ ହେବ। ଏହାକୁ ଖାଦ୍ୟ ରୁପେ ଗ୍ରାମସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଉପସ୍ଥିତ ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଥିଲେ। ସେହିଭଳି ମାଣ୍ଡିଆକୁ ନେଇ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଅଙ୍ଗନଓ୍ବାଡି କେନ୍ଦ୍ର, ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ, ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ଆଦିରେ ସାମିଲ କରିବା ସହ ମିଲେଟ ଜାତୀୟ ସାମାଗ୍ରୀ ଯଥା ମାଣ୍ଡିଆ, ସୁଆଁ କାଙ୍ଗୁ ଆଦିର ବହୁଳ ବ୍ୟବହାର ନେଇ ଲୋକଙ୍କୁ ସଚେତନତା କରିବାକୁ ଗୁରୁତ୍ୱ ଦିଆଯାଇଛି।
କୋରାପୁଟ ଜିଲାରେ ପୁର୍ବରୁ ୮ ହଜାର ହେକ୍ଟର ଜମିରେ ମାଣ୍ଡିଆ ଉପତ୍ାଦନ ହେଉଥିବାବେଳେ ବର୍ତ୍ତମାନ ଜିଲାରେ ୨୭ ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହେଉଛି ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଥିଲେ। ଚଳିତ ବର୍ଷ ୪୬ଟି ମଣ୍ଡିରେ ୨୧୯ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିବା ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୧୪୬ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଥିବା ସେ ସୂଚନା ଦେଇଛନ୍ତି। ପୁର୍ବରୁ ଚାଷୀମାନେ କେବଳ ଧାନ ଚାଷ ପ୍ରତି ଗୁରୁତ୍ୱ ଦେଉଥିଲେ। ମାଣ୍ଡିଆର କେଜି ପ୍ରତି ଦର ଧାନର ଦୁଇଗୁଣା ହୋଇଥିବାରୁ ଚାଷୀମାନେ ଏବେ ମାଣ୍ଡିଆ ଚାଷ ପ୍ରତି ମନ ବଳାଉଛନ୍ତି। ମାଣ୍ଡିଆ ଓ ଅନ୍ୟ ମିଲେଟ ଜାତୀୟ ଶସ୍ୟର ସ୍ବାସ୍ଥ୍ୟ ପକ୍ଷେ ଅମୃତ ବୋଲ ବିଶେଷଜ୍ଞମାନେ କହିବାପରେ ଏହାର ଚାଷ ଓ ବ୍ୟବହାର ବଢ଼ିଛି ବୋଲି ସେ କହିଛନ୍ତି। ସେହିପରି ଚଳିତ ମାର୍ଚ୍ଚ ଶେଷ ସୁଦ୍ଧା ମାଣ୍ଡିଆ ଉପରେ ଅଧିକ ସଚେତନତା ନେଇ ଜିଲାରେ ଥିବା ସମସ୍ତ ବିଦ୍ୟାଳୟରେ ବିଭିନ୍ନ କାଯର୍‌ୟକ୍ରମ କରାଯିବ ବୋଲି ରାଜ୍ୟ ମିଲେଟ ମିଶନର ପ୍ରତିନିଧି ଦିବ୍ୟଶ୍ରୀ ଟୋପ ସୁଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାର ସଫା କଲେ କାର୍ଯ୍ୟାଳୟ ପରିସର

ଶେରଗଡ଼,୯।୭(ଡି.ଏନ.ଏ.) : ଗଞ୍ଜାମ ଜିଲା ଶେରଗଡ଼ ତହସିଲ କାର୍ଯ୍ୟାଳୟ ପରିସରକୁ ମଙ୍ଗଳବାର କର୍ମଚାରୀମାନେ ମିଶି ସଫା କରିଛନ୍ତି। ଏହାକୁ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ସଫା...

ଚିତ୍ରକୋଣ୍ଡା ଏସ୍‌ଡିପିଓଙ୍କ ନାମରେ କୋର୍ଟରେ ମାମଲା

ମାଲକାନଗିରି,୧୫ା୭(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଏସ୍‌ଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ଆଦିବାସୀ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ବିଧାନସଭାରେ...

ପାଣି, ରାସ୍ତା ପାଇଁ ମୁନିସିଙ୍ଗିବାସୀ ହନ୍ତସନ୍ତ

ଆର.ଉଦୟଗିରି,୧୯ ।୬(ଡି.ଏନ.ଏ.): ଆର.ଉଦୟଗିରି ବ୍ଲକ ଛେଳିଗଡ଼ ପଞ୍ଚାୟତ ନିକଟସ୍ଥ ୱାର୍ଡ ନଂ ୧ ମୁନିସିଙ୍ଗି ଗ୍ରାମ ଅବହେଳିତ ହୋଇରହିଛି। ଗାଁରେ ପାନୀୟ ଜଳ ଓ ରାସ୍ତା...

ଅଜ୍ଞାତବାସରେ ସମିତି ସଭ୍ୟ

ଗଞ୍ଜାମ,୧।୩(ଡି.ଏନ୍‌.ଏ.): ସରିଲା ନିର୍ବାଚନ ପ୍ରକାଶ ପାଇଲା ଫଳାଫଳ। ବର୍ତମାନ ଅଧକ୍ଷ ପଦ ପାଇଁ ଘୋଡ଼ା ବେପାର ଆରମ୍ଭ ହୋଇଛି। ନବନିର୍ବାଚିତ ପଞ୍ଚାୟତ ସମିତି ସଭ୍ୟମାନେ ବର୍ତ୍ତମାନ...

ଜବରଦଖଲ ଉଚ୍ଛେଦ : ପାତରଅନ୍ତରକୁ ବିରୋଧ କଲେ ବ୍ୟବସାୟୀ

ଆନନ୍ଦପୁର,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଜନଗହଳିପୂର୍ଣ୍ଣ ବ୍ରିଜଛକରେ ପୌରପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଗୁରୁବାର ତ୍ୱରାନ୍ବିତ ହୋଇଛି। ପୂର୍ବରୁ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ...

ପିଡିଏରେ ସର୍ବକ୍ଷମା ପାଇଁ ୨୦ ଆବେଦନକାରୀ

ପାରାଦୀପ,୧୧ା୨(ସ୍ବ.ପ୍ର.): ରାଜ୍ୟ ସରକାର ବେଆଇନଭାବେ ଗଢ଼ି ଉଠିଥିବା କୋଠାବାଡିକୁ ବୈଧ କରିବା ପାଇଁ ସର୍ବକ୍ଷମା ସୁବିଧା କରିଛନ୍ତି। ଏହାର ଅବଧି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ...

ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିଲା

ଯାଜପୁର ଅଫିସ,୩୧ା୫: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍‌ ସୋମବାର ଭୁଶୁଡ଼ିପଡ଼ିଛି। ପାଣିକୋଇଲିଠାରୁ ୬...

କଟକରେ ବଢୁଛି ଡେଙ୍ଗୁ ସଂକ୍ରମଣ

କଟକ ଅଫିସ,୩୦ା୮: କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରେ ଦିନକୁ ଦିନ ଡେଙ୍ଗୁ ସଂକ୍ରମଣ ବଢିବାରେ ଲାଗିଛି ା ସହରରେ ବର୍ତ୍ତମାନ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ୩୮ରେ...

Advertisement
Archives

Model This Week