ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ହୋଟେଲ, ରେଷ୍ଟୁରାଣ୍ଟ, ସ୍କୁଲରେ ଦିଆଯାଉ

କୋରାପୁଟ,୧୮।୩(ସ୍ବ.ପ୍ର.): ଚଳିତ ବର୍ଷ ଆନ୍ତର୍ଜାତୀକ ମାଣ୍ଡିଆ ବର୍ଷ ପାଳନ ନେଇ ରାଜ୍ୟ ମିଲେଟ ମିଶନ ପକ୍ଷରୁ କୋରାପୁଟ ଜିଲା ପ୍ରଶାସନର ସହଯୋଗରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ନେଇ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ସ୍ଥାନୀୟ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କୋରାପୁଟ ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝିଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ଜିଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱରାଜ ରଥ, ରାଜ୍ୟ ମିଲେଟ ମିଶନର ପ୍ରତିନିଧି ଦିବ୍ୟଶ୍ରୀ ଟପୋ, କୋରାପୁଟ ମିଲେଟ ମିଶନର ଶିବଶଙ୍କର ସେଠୀ, ଜିଲାର ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି, ଜିଲା ସ୍ବାସ୍ଥ୍ୟ, ଶିକ୍ଷା, ପରିମଳ, ଶିଶୁ ବିକାଶ ଆଦି ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଡିସେମ୍ବର ଶେଷ ସୁଦ୍ଧା ଜିଲାରେ ବିଭିନ୍ନ ଚିତ୍ରକଳା ଓ କୁଇଜ ଆଦି ପ୍ରତିଯୋଗୀତାରେ ସମସ୍ତ ବିଦ୍ୟାଳୟ, କଲେଜ ଛାତ୍ରୀଛାତ୍ରଙ୍କୁ ସାମିଲ କରି ମାଣ୍ଡିଆର ବ୍ୟବହାର କରିବାକୁ ସଚେତନତା କରିବା ନେଇ ଗୁରୁତ୍ୱରୋପ କରାଯାଇଛି। ଏହାଦ୍ୱାରା ମାଣ୍ଡିଆ ଚାଷ ଆହୁରି ବ୍ୟାପକ ହେବ। ଏହାକୁ ଖାଦ୍ୟ ରୁପେ ଗ୍ରାମସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଉପସ୍ଥିତ ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଥିଲେ। ସେହିଭଳି ମାଣ୍ଡିଆକୁ ନେଇ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଅଙ୍ଗନଓ୍ବାଡି କେନ୍ଦ୍ର, ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ, ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ଆଦିରେ ସାମିଲ କରିବା ସହ ମିଲେଟ ଜାତୀୟ ସାମାଗ୍ରୀ ଯଥା ମାଣ୍ଡିଆ, ସୁଆଁ କାଙ୍ଗୁ ଆଦିର ବହୁଳ ବ୍ୟବହାର ନେଇ ଲୋକଙ୍କୁ ସଚେତନତା କରିବାକୁ ଗୁରୁତ୍ୱ ଦିଆଯାଇଛି।
କୋରାପୁଟ ଜିଲାରେ ପୁର୍ବରୁ ୮ ହଜାର ହେକ୍ଟର ଜମିରେ ମାଣ୍ଡିଆ ଉପତ୍ାଦନ ହେଉଥିବାବେଳେ ବର୍ତ୍ତମାନ ଜିଲାରେ ୨୭ ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହେଉଛି ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଥିଲେ। ଚଳିତ ବର୍ଷ ୪୬ଟି ମଣ୍ଡିରେ ୨୧୯ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିବା ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୧୪୬ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଥିବା ସେ ସୂଚନା ଦେଇଛନ୍ତି। ପୁର୍ବରୁ ଚାଷୀମାନେ କେବଳ ଧାନ ଚାଷ ପ୍ରତି ଗୁରୁତ୍ୱ ଦେଉଥିଲେ। ମାଣ୍ଡିଆର କେଜି ପ୍ରତି ଦର ଧାନର ଦୁଇଗୁଣା ହୋଇଥିବାରୁ ଚାଷୀମାନେ ଏବେ ମାଣ୍ଡିଆ ଚାଷ ପ୍ରତି ମନ ବଳାଉଛନ୍ତି। ମାଣ୍ଡିଆ ଓ ଅନ୍ୟ ମିଲେଟ ଜାତୀୟ ଶସ୍ୟର ସ୍ବାସ୍ଥ୍ୟ ପକ୍ଷେ ଅମୃତ ବୋଲ ବିଶେଷଜ୍ଞମାନେ କହିବାପରେ ଏହାର ଚାଷ ଓ ବ୍ୟବହାର ବଢ଼ିଛି ବୋଲି ସେ କହିଛନ୍ତି। ସେହିପରି ଚଳିତ ମାର୍ଚ୍ଚ ଶେଷ ସୁଦ୍ଧା ମାଣ୍ଡିଆ ଉପରେ ଅଧିକ ସଚେତନତା ନେଇ ଜିଲାରେ ଥିବା ସମସ୍ତ ବିଦ୍ୟାଳୟରେ ବିଭିନ୍ନ କାଯର୍‌ୟକ୍ରମ କରାଯିବ ବୋଲି ରାଜ୍ୟ ମିଲେଟ ମିଶନର ପ୍ରତିନିଧି ଦିବ୍ୟଶ୍ରୀ ଟୋପ ସୁଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?