ମି ଟାଇମ୍‌

ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ଭିତରେ ସମସ୍ତଙ୍କୁ କିଛି ସମୟ ନିଜ ପାଇଁ ବାହାର କରିବା ଜରୁରୀ। କାରଣ ବର୍ତ୍ତମାନ ଅଧିକାଂଶ ଯୁବତୀଯୁବକ ସମୟର ଆବଶ୍ୟକତାରେ ଏତେମାତ୍ରାରେ ଜଡ଼ିତ ହୋଇଯାଉଛନ୍ତିି ଯେ, ଏହା ପଛରେ ଧାଉଁ ଧାଉଁ ନିଜ ଇଚ୍ଛା, ରୁଚି ଯେ କେତେବେଳେ ପଛରେ ରହିଯାଉଛି ତାହା ସେମାନଙ୍କୁ ଜଣାପଡୁନି। ହେଲେ କିଛି ସମୟ ନିଜ ପାଇଁ ବାହାର କଲେ ପୁନର୍ବାର ନିଜ ରୁଚିକୁ ବିକଶିତ କରିବାର ସୁଯୋଗ ମିଳିପାରିବ। ଏହା ମାନସିକ ସ୍ତରରେ ବେଶ୍‌ ଖୁସି ଦେବ। ତେଣୁ ନିଜ ଭିତରେ କିଛି ନୂଆ କରିବାର ଇଚ୍ଛା ଥିଲେ ଏହାକୁ ପୂରା କରିବା ଲାଗି ‘ମି ଟାଇମ୍‌’ ସବୁଠୁ ବେଷ୍ଟ ଅପ୍ସନ। ତେଣୁ ଦୈନନ୍ଦିନର ୨୪ ଘଣ୍ଟା ଭିତରୁ କିଛି ସମୟ କେବଳ ନିଜ ପାଇଁ ବାହାର କରି ଆତ୍ମବିଶ୍ୱାସର ସହ ଆଗେଇ ଆସିଲେ ଇଚ୍ଛା ପୂରଣ ହୋଇପାରିବ ସେଥିରେ ସନ୍ଦହ ନାହିଁ …
ଟ୍ରାଭେଲ୍‌: ନୂଆ ନୂଆ ସ୍ଥାନକୁ ବୁଲିଯିବାକୁ କିଏ ବା ଭଲ ନ ପାଏ! ହେଲେ କାର୍ଯ୍ୟବ୍ୟସ୍ତତା ଭିତରେ ଅନେକେ ଏହି ଖୁସିରୁ ବଞ୍ଚତ୍ତ ହୁଅନ୍ତି। ହେଲେ ଏହାଦ୍ୱାରା ଆପଣ ଚାହିଁଲେ ଟାଇମ୍‌ ମ୍ୟାନେଜ୍‌ମେଣ୍ଟ କରି ସମସ୍ତ କାର୍ଯ୍ୟକୁ ଠିକ୍‌ ଭାବେ କରିପାରିବେ ଏବଂ କିଛି ସମୟ ନିଜ ପାଇଁ ବଞ୍ଚାଇପାରିବେ। ଯେଉଁଥିରେ ଆପଣ ଇଚ୍ଛାଥିବା ସ୍ଥାନକୁ ବୁଲିଯାଇପାରିବେ। ଏହାଦ୍ୱାରା କିଛି ସମୟ ପାଇଁ ମନ ପରିବର୍ତ୍ତନ ହେବା ସହ ପ୍ରତିଦିନ ଏକା କାର୍ଯ୍ୟ କରିବାକୁ ନେଇ ବିରକ୍ତି ଭାବନା ମଧ୍ୟ ରହିବ ନାହିଁ।
ବହି ପଢ଼ନ୍ତୁ କିମ୍ବା ମ୍ୟୁଜିକ୍‌ ଶୁଣନ୍ତୁ: ଯେବେ ବିଭିନ୍ନ କାର୍ଯ୍ୟର ବୋଝରେ ମନ ଭାରାକ୍ରାନ୍ତ ହୋଇପଡ଼େ, ସେତେବେଳେ କିଛି ସମୟ ଏକାନ୍ତ ଖୋଜେ। ଆଉ ଏମିତିରେ ମନକୁ ଚିନ୍ତାମୁକ୍ତ ଓ ଖୁସି କରିବା ଲାଗି କୌଣସି ଭଲ ବହି ପଢ଼ିପାରିବେ। ଯଦି ଗୀତ ଶୁଣିବା ପସନ୍ଦ, ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ସବୁଠୁ ଭଲ ଅପ୍ସନ।
ଯୋଗ ଓ ବ୍ୟାୟାମ: କାର୍ଯ୍ୟବ୍ୟସ୍ତତା ଭିତରେ ଅନେକେ ନିଜ ସ୍ବାସ୍ଥ୍ୟକୁ ଅଣଦେଖା କରିଦିଅନ୍ତି। ହେଲେ କିଛି ସମୟ ନିଜ ପାଇଁ ବାହାର କରି ଯୋଗ, ବ୍ୟାୟାମ କରିବା ଦ୍ୱାରା ନା କେବଳ ଆପଣ ଶାରୀରିକ ସ୍ତରରେ ଫିଟ୍‌ ରହିବେ ବରଂ ଏହା ଆପଣଙ୍କୁ ମାନସିକ ସ୍ତରରେ ମଧ୍ୟ ଶାନ୍ତି ଦେବ। ଫଳସ୍ବରୂପ ଆପଣଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ହେବ।
ଭ୍ଲଗ୍‌ କିମ୍ବା ରିଲ୍ସ: ଆଜିକାଲି ସୋସିଆଲ୍‌ ମିଡିଆରେ ଅନେକେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଯଦି ଆପଣଙ୍କର ବି ଏଥିରେ ରୁଚି ରହିଛି, ତେବେ ଆପଣ ଚାହିଁଲେ କିଛି ସମୟ ବାହାର କରି ଭିଡିଓ କରି ଭ୍ଲଗ୍‌ କିମ୍ବା ଶଟର୍‌ସ ଓ ରିଲ୍ସ ପୋଷ୍ଟ କରିପାରିବେ।
କୁକିଂ: କେବଳ ଟେଷ୍ଟି ଟେଷ୍ଟି ଖାଦ୍ୟ ଖାଇବା ନୁହେଁ ବରଂ ନୂଆ ନୂଆ ଆଇଟମ୍‌ ରାନ୍ଧିବାକୁ ଅନେକେ ଭଲ ପାଆନ୍ତି। ହେଲେ ପଢ଼ା ହେଉ ଅବା ଜବ୍‌ରେ ଅନେକେ ଏତେ ବ୍ୟସ୍ତ ରହିଯାଆନ୍ତି ଯେ ନିଜ ରୁଚିକୁ ସମୟ ଦେଇପାରନ୍ତି ନାହିଁ। କିନ୍ତୁ ନିଜ ପାଇଁ କିଛି ସମୟ ବାହାର କରି ମନପସନ୍ଦର କାର୍ଯ୍ୟ କରନ୍ତୁ। ରୋଷେଇ କରି ପରିବାର ସଦସ୍ୟଙ୍କୁ ଖୁଆନ୍ତୁ ଦେଖିବେ ଆତ୍ମସନ୍ତୋଷ ମିଳିବ।
ଡାନ୍ସିଂ ଓ ସିଙ୍ଗିଙ୍ଗ୍‌: ଯଦି ନୃତ୍ୟ କରିବା କିମ୍ବା ଗୀତ ଗାଇବା ପସନ୍ଦ, ତେବେ ପ୍ରତିଦିନ କିଛି ସମୟ ଏଥିପାଇଁ ଦିଅନ୍ତୁ। ସୁଯୋଗ ମିଳିଲେ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଭାଗ ନିଅନ୍ତୁ। ଦେଖିବେ ଏହାଦ୍ୱାରା ଆପଣଙ୍କ ପ୍ରତିଭାର ମଧ୍ୟ ପରିପ୍ରକାଶ ହୋଇପାରିବ ଓ ଆପଣଙ୍କୁ ଖୁସି ମିଳିବ।
ପେଣ୍ଟିଂ: ଚିତ୍ରାଙ୍କନ ଏକ ଏଭଳି କଳା, ଯାହା ଆପଣଙ୍କ ସୃଜନଶୀଳତାକୁ ବୃଦ୍ଧି କରେ। ଏହାଦ୍ୱାରା ଏକାଗ୍ରତା ଏବଂ କାର୍ଯ୍ୟଦକ୍ଷତା ମଧ୍ୟ ବଢ଼ିଥାଏ। ତେଣୁ ଯଦି ଆପଣଙ୍କୁ ପେଣ୍ଟିଂ କରିବା ପସନ୍ଦ, ତେବେ କିଛି ସମୟ ମିଳିଲେ ନିଶ୍ଚୟ ଏହାକୁ କରନ୍ତୁ।
ଗାର୍ଡେନିଂ: ନିଜ ମନକୁ ରିଲାକ୍ସ କରିବା ଲାଗି ଏକ ସୁନ୍ଦର ସବୁଜ ପରିବେଶରେ କିଛି ସମୟ ବିତେଇବାଠୁ ଭଲ ଅପ୍ସନ କ’ଣ ବା ଥାଇପାରେ। ତେଣୁ କିଛି ସମୟ ବାହାର କରି ପାର୍କରେ ବୁଲନ୍ତୁ। ଆପଣ ଚାହିଁଲେ ବିଭିନ୍ନ ଫୁଲ, ଫଳ ଗଛ ଆଦି ଲଗାଇ ଗାର୍ଡେନିଂ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri