ମି ଟାଇମ୍‌

ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ଭିତରେ ସମସ୍ତଙ୍କୁ କିଛି ସମୟ ନିଜ ପାଇଁ ବାହାର କରିବା ଜରୁରୀ। କାରଣ ବର୍ତ୍ତମାନ ଅଧିକାଂଶ ଯୁବତୀଯୁବକ ସମୟର ଆବଶ୍ୟକତାରେ ଏତେମାତ୍ରାରେ ଜଡ଼ିତ ହୋଇଯାଉଛନ୍ତିି ଯେ, ଏହା ପଛରେ ଧାଉଁ ଧାଉଁ ନିଜ ଇଚ୍ଛା, ରୁଚି ଯେ କେତେବେଳେ ପଛରେ ରହିଯାଉଛି ତାହା ସେମାନଙ୍କୁ ଜଣାପଡୁନି। ହେଲେ କିଛି ସମୟ ନିଜ ପାଇଁ ବାହାର କଲେ ପୁନର୍ବାର ନିଜ ରୁଚିକୁ ବିକଶିତ କରିବାର ସୁଯୋଗ ମିଳିପାରିବ। ଏହା ମାନସିକ ସ୍ତରରେ ବେଶ୍‌ ଖୁସି ଦେବ। ତେଣୁ ନିଜ ଭିତରେ କିଛି ନୂଆ କରିବାର ଇଚ୍ଛା ଥିଲେ ଏହାକୁ ପୂରା କରିବା ଲାଗି ‘ମି ଟାଇମ୍‌’ ସବୁଠୁ ବେଷ୍ଟ ଅପ୍ସନ। ତେଣୁ ଦୈନନ୍ଦିନର ୨୪ ଘଣ୍ଟା ଭିତରୁ କିଛି ସମୟ କେବଳ ନିଜ ପାଇଁ ବାହାର କରି ଆତ୍ମବିଶ୍ୱାସର ସହ ଆଗେଇ ଆସିଲେ ଇଚ୍ଛା ପୂରଣ ହୋଇପାରିବ ସେଥିରେ ସନ୍ଦହ ନାହିଁ …
ଟ୍ରାଭେଲ୍‌: ନୂଆ ନୂଆ ସ୍ଥାନକୁ ବୁଲିଯିବାକୁ କିଏ ବା ଭଲ ନ ପାଏ! ହେଲେ କାର୍ଯ୍ୟବ୍ୟସ୍ତତା ଭିତରେ ଅନେକେ ଏହି ଖୁସିରୁ ବଞ୍ଚତ୍ତ ହୁଅନ୍ତି। ହେଲେ ଏହାଦ୍ୱାରା ଆପଣ ଚାହିଁଲେ ଟାଇମ୍‌ ମ୍ୟାନେଜ୍‌ମେଣ୍ଟ କରି ସମସ୍ତ କାର୍ଯ୍ୟକୁ ଠିକ୍‌ ଭାବେ କରିପାରିବେ ଏବଂ କିଛି ସମୟ ନିଜ ପାଇଁ ବଞ୍ଚାଇପାରିବେ। ଯେଉଁଥିରେ ଆପଣ ଇଚ୍ଛାଥିବା ସ୍ଥାନକୁ ବୁଲିଯାଇପାରିବେ। ଏହାଦ୍ୱାରା କିଛି ସମୟ ପାଇଁ ମନ ପରିବର୍ତ୍ତନ ହେବା ସହ ପ୍ରତିଦିନ ଏକା କାର୍ଯ୍ୟ କରିବାକୁ ନେଇ ବିରକ୍ତି ଭାବନା ମଧ୍ୟ ରହିବ ନାହିଁ।
ବହି ପଢ଼ନ୍ତୁ କିମ୍ବା ମ୍ୟୁଜିକ୍‌ ଶୁଣନ୍ତୁ: ଯେବେ ବିଭିନ୍ନ କାର୍ଯ୍ୟର ବୋଝରେ ମନ ଭାରାକ୍ରାନ୍ତ ହୋଇପଡ଼େ, ସେତେବେଳେ କିଛି ସମୟ ଏକାନ୍ତ ଖୋଜେ। ଆଉ ଏମିତିରେ ମନକୁ ଚିନ୍ତାମୁକ୍ତ ଓ ଖୁସି କରିବା ଲାଗି କୌଣସି ଭଲ ବହି ପଢ଼ିପାରିବେ। ଯଦି ଗୀତ ଶୁଣିବା ପସନ୍ଦ, ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ସବୁଠୁ ଭଲ ଅପ୍ସନ।
ଯୋଗ ଓ ବ୍ୟାୟାମ: କାର୍ଯ୍ୟବ୍ୟସ୍ତତା ଭିତରେ ଅନେକେ ନିଜ ସ୍ବାସ୍ଥ୍ୟକୁ ଅଣଦେଖା କରିଦିଅନ୍ତି। ହେଲେ କିଛି ସମୟ ନିଜ ପାଇଁ ବାହାର କରି ଯୋଗ, ବ୍ୟାୟାମ କରିବା ଦ୍ୱାରା ନା କେବଳ ଆପଣ ଶାରୀରିକ ସ୍ତରରେ ଫିଟ୍‌ ରହିବେ ବରଂ ଏହା ଆପଣଙ୍କୁ ମାନସିକ ସ୍ତରରେ ମଧ୍ୟ ଶାନ୍ତି ଦେବ। ଫଳସ୍ବରୂପ ଆପଣଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ହେବ।
ଭ୍ଲଗ୍‌ କିମ୍ବା ରିଲ୍ସ: ଆଜିକାଲି ସୋସିଆଲ୍‌ ମିଡିଆରେ ଅନେକେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଯଦି ଆପଣଙ୍କର ବି ଏଥିରେ ରୁଚି ରହିଛି, ତେବେ ଆପଣ ଚାହିଁଲେ କିଛି ସମୟ ବାହାର କରି ଭିଡିଓ କରି ଭ୍ଲଗ୍‌ କିମ୍ବା ଶଟର୍‌ସ ଓ ରିଲ୍ସ ପୋଷ୍ଟ କରିପାରିବେ।
କୁକିଂ: କେବଳ ଟେଷ୍ଟି ଟେଷ୍ଟି ଖାଦ୍ୟ ଖାଇବା ନୁହେଁ ବରଂ ନୂଆ ନୂଆ ଆଇଟମ୍‌ ରାନ୍ଧିବାକୁ ଅନେକେ ଭଲ ପାଆନ୍ତି। ହେଲେ ପଢ଼ା ହେଉ ଅବା ଜବ୍‌ରେ ଅନେକେ ଏତେ ବ୍ୟସ୍ତ ରହିଯାଆନ୍ତି ଯେ ନିଜ ରୁଚିକୁ ସମୟ ଦେଇପାରନ୍ତି ନାହିଁ। କିନ୍ତୁ ନିଜ ପାଇଁ କିଛି ସମୟ ବାହାର କରି ମନପସନ୍ଦର କାର୍ଯ୍ୟ କରନ୍ତୁ। ରୋଷେଇ କରି ପରିବାର ସଦସ୍ୟଙ୍କୁ ଖୁଆନ୍ତୁ ଦେଖିବେ ଆତ୍ମସନ୍ତୋଷ ମିଳିବ।
ଡାନ୍ସିଂ ଓ ସିଙ୍ଗିଙ୍ଗ୍‌: ଯଦି ନୃତ୍ୟ କରିବା କିମ୍ବା ଗୀତ ଗାଇବା ପସନ୍ଦ, ତେବେ ପ୍ରତିଦିନ କିଛି ସମୟ ଏଥିପାଇଁ ଦିଅନ୍ତୁ। ସୁଯୋଗ ମିଳିଲେ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଭାଗ ନିଅନ୍ତୁ। ଦେଖିବେ ଏହାଦ୍ୱାରା ଆପଣଙ୍କ ପ୍ରତିଭାର ମଧ୍ୟ ପରିପ୍ରକାଶ ହୋଇପାରିବ ଓ ଆପଣଙ୍କୁ ଖୁସି ମିଳିବ।
ପେଣ୍ଟିଂ: ଚିତ୍ରାଙ୍କନ ଏକ ଏଭଳି କଳା, ଯାହା ଆପଣଙ୍କ ସୃଜନଶୀଳତାକୁ ବୃଦ୍ଧି କରେ। ଏହାଦ୍ୱାରା ଏକାଗ୍ରତା ଏବଂ କାର୍ଯ୍ୟଦକ୍ଷତା ମଧ୍ୟ ବଢ଼ିଥାଏ। ତେଣୁ ଯଦି ଆପଣଙ୍କୁ ପେଣ୍ଟିଂ କରିବା ପସନ୍ଦ, ତେବେ କିଛି ସମୟ ମିଳିଲେ ନିଶ୍ଚୟ ଏହାକୁ କରନ୍ତୁ।
ଗାର୍ଡେନିଂ: ନିଜ ମନକୁ ରିଲାକ୍ସ କରିବା ଲାଗି ଏକ ସୁନ୍ଦର ସବୁଜ ପରିବେଶରେ କିଛି ସମୟ ବିତେଇବାଠୁ ଭଲ ଅପ୍ସନ କ’ଣ ବା ଥାଇପାରେ। ତେଣୁ କିଛି ସମୟ ବାହାର କରି ପାର୍କରେ ବୁଲନ୍ତୁ। ଆପଣ ଚାହିଁଲେ ବିଭିନ୍ନ ଫୁଲ, ଫଳ ଗଛ ଆଦି ଲଗାଇ ଗାର୍ଡେନିଂ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri