Posted inଖେଳ

ମ୍ୟାକ୍‌ଗ୍ରା ସର୍ବାଧିକ ଉଇକେଟ ହାସଲକାରୀ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ତ୍ରୟୋଦଶ ସଂସ୍କରଣକୁ ଆଉ ମାତ୍ର ୭ ଦିନ ବାକି ରହିଛି। ବିଶ୍ୱର ଶ୍ରେଷ୍ଠ ଦଳକୁ ନେଇ ଭାରତର ୧୦ଟି ଭେନ୍ୟୁରେ ଆରମ୍ଭ ହେବ ଏହି ମହାକୁମ୍ଭ। ବିଶ୍ୱକପ୍‌ର ୧୨ ସଂସ୍କରଣରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ସମ୍ପର୍କରେ ଆଜିର ପ୍ରସ୍ତୁତି…
ଗ୍ଲେନ୍‌ ମ୍ୟାକ୍‌ଗ୍ରା: ୧୯୯୬-୨୦୦୭
ଅଷ୍ଟ୍ରେଲିଆର ଏହି ସ୍ପିଡ୍‌ଷ୍ଟର ନିଜ ଚମତ୍କାର ସୁଇଙ୍ଗ ବୋଲିଂ ସହିତ ଉଇକେଟ ହାସଲକାରୀ କ୍ଷମତା ପାଇଁ ପ୍ରସିଦ୍ଧ। ବିଶ୍ୱକପ୍‌ର ୪ଟି ସଂସ୍କରଣରେ ସେ ଅଷ୍ଟ୍ରେଲିଆ ପାଇଁ ଖେଳିଛନ୍ତି। ଏହା ମଧ୍ୟରେ ୩୯ ମ୍ୟାଚ୍‌ ଖେଳି ସେ ନେଇଛନ୍ତି ୭୧ ଉଇକେଟ। ୭/୧୫ର ଶ୍ରେଷ୍ଠ ବୋଲିଂ ଫିଗର ସହିତ ସେ ୪୨ ମେଡେନ ଓଭର ମଧ୍ୟ ବୋଲିଂ କରିଛନ୍ତି।

ମୁଥେୟା ମୁରଲୀଧରନ:୧୯୯୬-୨୦୧୧

ଶ୍ରୀଲଙ୍କାର ଏହି ସ୍ପିନ୍‌ ଯାଦୁକର ୫ଟି ସଂସ୍କରଣର ବିଶ୍ୱକପ୍‌ ଖେଳି ୬୮ ଉଇକେଟ ନେଇଛନ୍ତି। ପଦାର୍ପଣରେ ୧୯୯୬ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହିଥିବା ମୁରଲୀଧରନ ୪୦ ମ୍ୟାଚ୍‌ ଖେଳିଛନ୍ତି। ୪/୧୯ ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର ରହିଥିବା ବେଳେ ସେ ୧୫ ମେଡେନ ଓଭର ବୋଲିଂ କରିଛନ୍ତି।

ଲସିଥ୍‌ ମାଲିଙ୍ଗା: ୨୦୦୭-୨୦୧୯

ଶ୍ରୀଲଙ୍କା ପାଇଁ ୩ଟି ବିଶ୍ୱକପ୍‌ ଖେଳିଥିବା ମାଲିଙ୍ଗା ୫୬ ଉଇକେଟ ସହିତ ସର୍ବାଧିକ ଉଇକେଟ ହାସଲକାରୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। ଦୁଇଟି ସଂସ୍କରଣର ଫାଇନାଲ ଖେଳିଥିବା ମାଲିଙ୍ଗା ମାତ୍ର ୨୮ ମ୍ୟାଚରୁ ଏହି ସଫଳତା ହାସଲ କରିଛନ୍ତି। ୬/୩୮ର ଶ୍ରେଷ୍ଠ ବୋଲିଂ ଫିଗର ସହିତ ସେ ୧୧ଟି ମେଡେନ୍‌ ଓଭର ବୋଲିଂ କରିଛନ୍ତି।

ଓ୍ବାସିମ୍‌ ଆକ୍ରମ: ୧୯୮୭-୨୦୦୩

ପାକିସ୍ତାନର କିମ୍ବଦନ୍ତୀ ପେସ୍‌ ବୋଲର ଓ୍ବାସିମ୍‌ ଆକ୍ରମ ୫୫ ଉଇକେଟ ସହ ଏହି ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି। ପାକିସ୍ତାନ ପକ୍ଷରୁ ୫ଟି ସଂସ୍କରଣ ବିଶ୍ୱକପ୍‌ ଖେଳିଥିବା ଆକ୍ରମ ୩୮ ମ୍ୟାଚରୁ ୫୫ ଉଇକେଟ ନେଇଛନ୍ତି। ଏହା ମଧ୍ୟରେ ୧୬ ମେଡେନ ଓଭର ବୋଲିଂ କରିଥିବା ବେଳେ ୫/୨୮ ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର ରହିଛି।

ମିଚେଲ ଷ୍ଟାର୍କ: ୨୦୧୫-ଜାରି ରହିଛି

ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ ୧୮ ମ୍ୟାଚ୍‌ରୁ ୪୯ ଉଇକେଟ ନେଇ ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ଚଳିତ ବିଶ୍ୱକପ୍‌ରେ ସେ ଆକ୍ରମ ଓ ମାଲିଙ୍ଗାଙ୍କୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ୨୦୧୫ ଓ ୨୦୧୯ ବିଶ୍ୱକପ୍‌ରେ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ରହିଥିବା ଷ୍ଟାର୍କ ୮ ମେଡେନ୍‌ ଓଭର ପକାଇଥିବା ବେଳେ ୬/୨୮ ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର ରହିଛି।

ବି.ଦ୍ର: ଭାରତୀୟ ବୋଲରଙ୍କ ମଧ୍ୟରେ ଜାହିର ଖାନ୍‌ ଓ ଜାଭାଗଲ ଶ୍ରୀନାଥ ୪୪ଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ମହମ୍ମଦ ଶାମି ଓ ଅନିଲ କୁମ୍ବଲେ ୩୧ଟି ଲେଖାଏ ଉଇକେଟ ନେଇଥିବା ବେଳେ ପ୍ରଥମ ବିଶ୍ୱକପ୍‌ ବିଜୟୀ ଅଧିନାୟକ କପିଳ ଦେବ ୨୮ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri