Posted inଜାତୀୟ

ଏଏପି ଦଖଲରେ ଏମ୍‌ସିଡି

ନୂଆଦିଲ୍ଲୀ,୮ା୧୨: ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ନିର୍ବାଚନରେ କେନ୍ଦ୍ରଶାସିତ ଅଞ୍ଚଳର ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ବଡ଼ ସଫଳତା ମିଳିଛି। ମ୍ୟୁନିସିପାଲ କାଉନ୍‌ସିଲକୁ ଦୀର୍ଘ ୧୫ ବର୍ଷ ଧରି ଦଖଲରେ ରଖିଥିବା ଭାରତୀୟ ଜନତା ପାର୍ଟି (ଭାଜପା) ହାତରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦଳ କ୍ଷମତା ଛଡ଼ାଇ ନେଇଛି। ୨୫୦ ଆସନ ମଧ୍ୟରୁ ଏଏପିକୁ ୧୩୪ ଆସନରେ ସଫଳତା ମିଳିଥିବାବେଳେ ଭାଜପା ୧୦୪ରେ ସୀମିତ ରହିଛି। କଂଗ୍ରେସକୁ ମାତ୍ର ୯ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସ୍ବାଧୀନ ପ୍ରାର୍ଥୀମାନେ ୩ ଆସନରେ ବିଜୟୀ ହୋଇଛନ୍ତି। କେଜ୍‌ରିଓ୍ବାଲ ବିଜୟ ଅଭିଭାଷଣରେ ଜାତୀୟ ରାଜଧାନୀକୁ ଏକ ଦୁର୍ନୀତିମୁକ୍ତ ଶାସନ ପ୍ରଦାନ ସହ ସ୍ଥାନୀୟ ମୌଳିକ ସୁବିଧାଗୁଡ଼ିକରେ ଉନ୍ନତି ଆଣିବା ପାଇଁ ଦିଲ୍ଲୀବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଏସବୁ ପୂରଣ କରିବା ଦିଗରେ ସେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି।
ଏନ୍‌ଡିଏମ୍‌ସି(ଉତ୍ତର), ଏସ୍‌ଡିଏମ୍‌ସି(ଦକ୍ଷିଣ) ଏବଂ ଇଡିଏମ୍‌ସି(ପୂର୍ବ)ର କାର୍ଯ୍ୟକାଳ ୨୦୨୨ ମେ’ ୧୮ରେ ଶେଷ ହୋଇଥିଲା। ୩ ମହାନଗର ନିଗମ ପାଇଁ ଏହାର ପୂର୍ବ ମ୍ୟୁନିସିପାଲ ନିର୍ବାଚନ ୨୦୧୭ ଏପ୍ରିଲରେ ଅନୁଷ୍ଠିତ ହୋଇଥିଲା। ସେହି ଦୃଷ୍ଟିରୁ ଚଳିତ ବର୍ଷ ଏପ୍ରିଲରେ ମହାନଗର ନିଗମ ନିର୍ବାଚନ ହେବା କଥା। କିନ୍ତୁ ନିର୍ବାଚନ କମିଶନ ଏହାକୁ ସ୍ଥଗିତ ରଖିଥିଲେ।

ଇତିମଧ୍ୟରେ ୩ ମ୍ୟୁନିସିପାଲ କାଉନ୍‌ସିଲକୁ ଗୋଟିଏ ସଂସ୍ଥାରେ ପରିଣତ କରିବା ପାଇଁ ଗତ ମାର୍ଚ୍ଚରେ କେନ୍ଦ୍ର ସରକାର ଦିଲ୍ଲୀ ମହାନଗର ନିଗମ (ସଂଶୋଧନ) ବିଲ୍‌କୁ ମଞ୍ଜୁରୀ ଦେଇଥିଲେ। ୨୦୨୨ ମେ’ ୨୨ରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି) ପ୍ରଭାବକୁ ଆସିଥିଲା। ଗତ ୪ ତାରିଖରେ ହାଇ-ପ୍ରୋଫାଇଲ ଏମ୍‌ସିଡି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମଇଦାନରେ ୧୩୪୯ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବାବେଳେ ୫୦.୪୮% ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ।

ଏଏପି ୧୫୦ ଅତିକ୍ରମ କରିବ ଏବଂ ଭାଜପା ଦୁଇଅଙ୍କରେ ସୀମିତ ରହିବ ବୋଲି ଏହାର ଦିନକ ପରେ ଅଧିକାଂଶ ସର୍ବେକ୍ଷଣ ସଂସ୍ଥା ଏକ୍‌ଜିଟ୍‌ ପୋଲ୍‌ରେ ଭବିଷ୍ୟବାଣୀ କରିଥିଲେ। ଏହି ଆକଳନ ସମ୍ପୂର୍ଣ୍ଣ ସତ ପ୍ରମାଣିତ ହୋଇ ନ ଥିଲେ ହେଁ ଏଏପିର ଏମ୍‌ସିଡି ଦଖଲ ଉଦ୍ୟମ ସଫଳ ହୋଇଛି। ଏଥିସହ ଭାଜପା ଏକ ମଜଭୁତ୍‌ ବିରୋଧୀ ଭାବେ ଉଭା ହୋଇଛି। ବୁଧବାର ପୂର୍ବାହ୍ନ ୮ଟାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ୪୨ଟି କେନ୍ଦ୍ରରେ ଭୋଟ ଗଣତି କରାଯାଇଥିଲା। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଭାଜପା ସପକ୍ଷରେ ରହିଥିଲା। ଗୋଟିଏ ସମୟରେ ଭାଜପା ୧୦୭ ଆସନରେ ଆଗୁଆ ଥିବାବେଳେ ଏଏପି ୯୫ ଆସନରେ ସୀମିତ ରହିଥିଲା। କିନ୍ତୁ ସମୟ ଅତିକ୍ରମ ହେବା ସହିତ ଏଏପି ଆଗକୁ ବଢ଼ିବା ସହ ଭାଜପା ପଛରେ ପଡ଼ିଯାଇଥିଲା।

ଶେଷରେ ଭାଜପାକୁ ୧୦୪ ଆସନରେ ସଫଳତା ମିଳିଥିବାରୁ ଏକ୍‌ଜିଟ୍‌ ପୋଲ୍‌ର ଆକଳନ ଅନୁରୂପ ପ୍ରଦର୍ଶନ ଖରାପ ହୋଇନାହିଁ। ଏଏପି ୧୩୪ ଆସନ ଦଖଲ କରି ସଂଖ୍ୟାଗରିଷ୍ଠତା ହାସଲରେ ସଫଳ ହୋଇଛି। ୨୫୦ ସଦସ୍ୟତା ବିଶିଷ୍ଟ ଗୃହରେ ଏଏପିକୁ କୁହୁକ ସଂଖ୍ୟାଠାରୁ ଅଧିକ ୮ ଆସନ ମିଳିଛି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆୟୁଧ କରି ନିର୍ବାଚନ ଲଢ଼ିଥିବା ଭାଜପା ଲଗାତର ୧୫ ବର୍ଷ ଧରି କ୍ଷମତାରେ ରହିବା ପରେ ଏଥର ବିଫଳତାର ସ୍ବାଦ ଚାଖିଛି।

କଂଗ୍ରେସ ୯ ଆସନରେ ସୀମିତ ରହିଛି। ୨୦୧୭ ଏମ୍‌ସିଡି ନିର୍ବାଚନରେ ୨୭୨ ଓ୍ବାର୍ଡ ମଧ୍ୟରୁ ଭାଜପାକୁ ୧୮୧, ଏଏପି ୪୮ ଓ କଂଗ୍ରେସକୁ ୩୦ ଆସନରେ ସଫଳତା ମିଳିଥିଲା। ସଦ୍ୟ ନିର୍ବାଚନର ପରିଣାମ ଆସିବା ପରେ ଏଏପି ଶିବିରରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଦଳୀୟ ମୁଖ୍ୟାଳୟରେ ନେତା ଓ କର୍ମୀ ଉତ୍ସବ ମନାଇଛନ୍ତି। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଏପି ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ କହିଛନ୍ତି, ଦେଶର ସର୍ବବୃହତ୍‌ ଦଳକୁ ତା’ ଦୁର୍ଗରେ ମାତ୍ର ୧୦ ବର୍ଷର ଏକ ଦଳ ହରାଇଦେଇଛି। ଏଏପି ଏକ କଟ୍ଟର ସଚ୍ଚୋଟ ପାର୍ଟି ବୋଲି ଏହି ପରିଣାମ ପୁଣି ଥରେ ପ୍ରମାଣିତ କରିଛି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଦିଲ୍ଲୀବାସୀଙ୍କୁ ଏହି ଜନାଦେଶ ପାଇଁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଭୋଟରମାନଙ୍କ ସମର୍ଥନ ହିଁ ଏଏପିକୁ ବିଶ୍ୱର ସବୁଠୁ ବଡ଼ ଓ ନକାରାମତ୍କ ଦଳକୁ ଧରାଶାୟୀ କରାଇଛି।

ଏହା ଆମ ପାଇଁ କେବଳ ବିଜୟ ନୁହେଁ, ବରଂ ଏକ ଉତ୍ତରଦାୟିତ୍ୱ ବୋଲି ସିସୋଡିଆ କହିଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା କହିଛନ୍ତି, ଦୀର୍ଘ ୧୫ ବର୍ଷର ସରକାର ବିରୋଧୀ ହାଓ୍ବା ସତ୍ତ୍ୱେ ଆମ ପ୍ରଦର୍ଶନ ଭଲ ରହିଛି। ଆମେ ଦିଲ୍ଲୀବାସୀଙ୍କ ପାଇଁ ଯଥାସମ୍ଭବ କାମ କରିଛୁ। ଏହି ଫଳାଫଳକୁ ଦେଖିଲେ ଭାଜପା ବିରୋଧରେ କୌଣସି ପ୍ରକାର ଜନାକ୍ରୋଶ ଥିବା ମନେହେଉନାହିଁ। ଶତାଧିକ ଓ୍ବାର୍ଡରେ ବିଜୟୀ କରାଇଥିବାରୁ ଭାଜପା ମଧ୍ୟ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଇଛି। କ୍ରମାଗତ ଚତୁର୍ଥ ଥର ଆସ୍ଥା ପ୍ରକଟ କରି ଏତେ ସମର୍ଥନ ଦେଇଥିତ୍ବାରୁ ଜନସାଧାରଣ ଓ ଦଳୀୟ କର୍ମୀମାନଙ୍କ ନିକଟରେ ଭାଜପା ଋଣୀ ବୋଲି ଉତ୍ତରପୂର୍ବ ଦିଲ୍ଲୀ ଏମ୍‌ପି ମନୋଜ ତିଓ୍ବାରୀ ଟୁଇଟ୍‌ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri