Categories: ଜାତୀୟ

ଏମ୍‌ସିଡିର ଚୂଡାନ୍ତ ଫଳାଫଳ ପ୍ରକାଶିତ: ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ୨୫୦ ୱାର୍ଡ ପାଇଁ ଭୋଟ ଗଣନା ଶେଷ ହୋଇଛି। ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଏପିର ୧୩୪ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି। ଭାରତୀୟ ଜନତା ପାର୍ଟି ୧୦୪ଟି ଆସନ ଜିତିଛି। କଂଗ୍ରେସ ମଧ୍ୟ ୯ଟି ଆସନ ଜିତିଛି। ଏଥି ସହିତ ସ୍ବାଧୀନ ପ୍ରାର୍ଥୀମାନେ ୩ଟି ଆସନ ଦଖଲ କରିଛନ୍ତି।
ଦୀର୍ଘ ୧୫ ବର୍ଷ ହେଲା ଏମସିଡିରେ ଭାଜପା ଜାରି ରଖିଥିବା ଶାସନରେ ଆପ ପୂର୍ଣ୍ଣଚ୍ଛେଦ ଟାଣିବା ପରେ ଦଳୀୟ କର୍ମୀ ଓ ନେତାମାନେ ସେଲିବ୍ରେସନ ମୁଡରେ ରହିଛନ୍ତି। ଏଏପି ସୁପ୍ରିମୋ ଅରବିନ୍ଦ କେଜ୍‌ରିଓ୍ବାଲ ଦିଲ୍ଲୀବାସୀଙ୍କୁ ସଫଳତା ଧନ୍ୟବାଦ ଦେଇଛନ୍ତି।

Share