Categories: ଜାତୀୟ

ମେୟର ନିର୍ବାଚନ ପରେ ଷ୍ଟାଣ୍ଡିଂ କମିଟିକୁ ନେଇ ଏଏପି-ଭାଜପା ମଧ୍ୟରେ ଗଣ୍ଡଗୋଳ, ପରସ୍ପର ଉପରକୁ ଫିଙ୍ଗିଲେ କାଗଜ

ନୂଆଦିଲ୍ଲୀ,୨୩ ।୨: ଦିଲ୍ଲୀ ନଗର ନିଗମର ନିର୍ବାଚନ ଗତବର୍ଷ ଡିସେମ୍ବରରେ ହୋଇଥିଲା । ସେବେଠାରୁ ଏଠାକାର ମେୟର ନିର୍ବାଚନ ବାକିଥିଲା । ବୁଧବାର ଦିଲ୍ଲୀର ମେୟର ଭାବେ ଆମ ଆଦମୀ ପାର୍ଟି(ଏଏପି)ର ପ୍ରାର୍ଥୀ ଶୈଲି ଓବରୟଙ୍କୁ ନିର୍ବାଚିତ କରାଗଲା ।
ଆମ ଆଦମୀ ପାର୍ଟି(ଏଏପି)ର ଶୈଲି ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ୩୪ଟି ଭୋଟରେ ହରାଇଦେବା ପରେ ଏଏପିରେ ଉତ୍ସବର ମାହୋଲ ଆସିଗଲା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହାକୁ ନେଇ ପ୍ରତିକ୍ରିୟା ଦେଇ କହିଲେ ଗୁଣ୍ଡା ହାରିଗଲେ । ଏହାପରେ ଡେପୁଟି ମେର ଭାବେ ଏଏପିର ଆଲେ ମୋହମ୍ମଦଙ୍କୁ ନିର୍ବଚିତ କରାଗଲା ।
ଏହାପରେ ଷ୍ଟାଣ୍ଡିଂ କମିଟିର ୬ ସଦସ୍ୟଙ୍କ ନିର୍ବାଚନକୁ ନେଇ ହଙ୍ଗାମା ଆରମ୍ଭହୋଇଗଲା । ଏହା ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଜାରି ରହିଥିଲା । ଏଏପି ଓ ଭାଜପାର ସଦସ୍ୟମାନେ ପରସ୍ପର ଉପରକୁ କାଜଗ ଫିଙ୍ଗିବା ଆରମ୍ଭ କରି ଦେଇଥିଲେ । ଶୈଲି ଓବରୟ ଟୁଇଟ କରି ଅଭିଯୋଗ କଲେ କି ଭାଜପାର ପ୍ରତିନିଧି ମାନେ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି ।

Share