କଟକରେ ଦୂଷିତ ଖାଦ୍ୟକୁ ନେଇ ଚିନ୍ତା: ଗୁପଚୁପ୍‌ ପଟିରେ ଚଢ଼ାଉ

କଟକ ଅଫିସ,୨୮।୫: ନକଲି ହବ୍‌ କଟକରେ ଏବେ ଦୂଷିତ ଖାଦ୍ୟକୁ ନେଇ ଚିନ୍ତା। ଖାଲି ସାଧାରଣ ଲୋକ ନୁହଁନ୍ତି, ଏ ନେଇ ପ୍ରଶାସନର ମୁଣ୍ଡବିନ୍ଧିବାର କାରଣ ହୋଇଛି। ଦୂଷିତ ପରିବେଶରେ ଗୁପଚୁପ ପ୍ରସ୍ତୁତି ବେଳେ ଶନିବାର ସିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇଛି। ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସ୍ବତନ୍ତ୍ର ଟିମ୍‌ ଶଙ୍କରପୁର ଅଞ୍ଚଳରେ ଥିବା ଗୁପଚୁପ୍‌ ପଟିରେ ଚଢ଼ାଉ କରିଥିଲା। ଯାଞ୍ଚ ପରେ ପ୍ରସ୍ତୁତ ଗୁପଚୁପ, ନିମ୍ନମାନର ଜଣାପଡିବା ପରେ ସିଏମସି କର୍ମଚାରୀ ଏହାକୁ ଗାଡିରେ ଭରି ନେଇ ଯାଇଥିଲେ।