ସ୍ମୃତି ସାଉଁଟୁଛି ମୟୂରଭଞ୍ଜ ଷ୍ଟେଟ ବ୍ୟାଙ୍କ

ମୟୂରଭଞ୍ଜ ରାଜା ପ୍ରତାପ ଚନ୍ଦ୍ର ଭଞ୍ଜ ବିଭିନ୍ନ ସମୟରେ କଲିକତା ଯାଇ ଅର୍ଥ କାରବାରରେ ସମସ୍ୟାକୁ ହୃଦ୍‌ବୋଧ କରି ମୟୂରଭଞ୍ଜ ରାଜ୍ୟରେ ଏକ ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ, ମୟୂରଭଞ୍ଜ ଷ୍ଟେଟ ବ୍ୟାଙ୍କ ପ୍ରତିଷ୍ଠା କରି ସ୍ବପ୍ନକୁ ସାକାର କରିଥିଲେ। ମୟୂରଭଞ୍ଜ ରାଜ୍ୟରେ ମୟୂରଭଞ୍ଜ ଷ୍ଟେଟ୍‌ ବ୍ୟାଙ୍କ ନାମରେ ଏକ ବ୍ୟାଙ୍କ ରାଜା ପ୍ରତାପ ଚନ୍ଦ୍ର ଭଞ୍ଜ ତା୦୨.୦୫.୧୯୩୮ ମସିହାରେ ପ୍ରତିଷ୍ଠା କରିଥିଲେ। ମୟୂରଭଞ୍ଜର ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ସଦର ଅଞ୍ଚଳକୁ ନେଇ ବ୍ୟାଙ୍କ କାର୍ଯ୍ୟ କରୁଥିଲେ ମଧ୍ୟ ଏହାର ତିନୋଟି ଶାଖା ରାଇରଙ୍ଗପୁର, ଉଦଳା ଓ କରଞ୍ଜିଆରେ କାର୍ଯ୍ୟ କରୁଥିଲା। ମୁଖ୍ୟ ଓ ସଦର କାର୍ଯ୍ୟାଳୟ ବାରିପଦାଠାରେ ଥିଲା। ବ୍ୟାଙ୍କ ଆରମ୍ଭ ବେଳେ ମୂଳଧନ ଥିଲା ୩୪ ଲକ୍ଷ ୩୨ ହଜାର ଟଙ୍କା। ଏହାର ଗ୍ରାହକଙ୍କଠାରୁ ଜମା ଆକାରରେ ୩୧ଲକ୍ଷ ୭୪ ହଜାର ଟଙ୍କା ସଂଗ୍ରହ କରାଯାଇଥିଲା। ଯାହା ମୟୂରଭଞ୍ଜ ଗେଜେଟ୍‌ରେ ୩୧.୦୩.୧୯୪୪ରେ ପ୍ରକାଶିତ ହୋଇଛି। କର୍ମଚାରୀଙ୍କ ସଂଖ୍ୟା ୧୨ରେ ସୀମିତ ଥିଲା। ମୟୂରଭଞ୍ଜ ଷ୍ଟେଟ୍‌ ବ୍ୟାଙ୍କ ଗଠନ ହୋଇସାରିବା ପରେ ତତ୍କାଳୀନ ରାଜା ପ୍ରତାପଚନ୍ଦ୍ର ଭଞ୍ଜଙ୍କ ଅନୁରୋଧ କ୍ରମେ ତତ୍କାଳୀନ ୟୁକୋ ବ୍ୟାଙ୍କ ଯାହାକି କଲିକତାରେ କାର୍ଯ୍ୟ କରୁଥିଲା ତାହାର ଜଣେ ମ୍ୟାନେଜର ଜେ.ପି. ସେନ୍‌ଗୁପ୍ତା ମୟୂରଭଞ୍ଜରୁ ଆସି ଥିଲେ। ସେ ରାଜାଙ୍କ ପରାମର୍ଶ କ୍ରମେ ବାରିପଦାର ସୁରେଶ ଚନ୍ଦ୍ର ମିଶ୍ରଙ୍କୁ ଟ୍ରେନିଂ ଦେଇଥିଲେ ଉକ୍ତ ବ୍ୟାଙ୍କ୍‌କୁ ପରିଚାଳନା କରିବା ପାଇଁ। ସୁରେଶଚନ୍ଦ୍ର ମିଶ୍ର ଟ୍ରେନିଂ ପରେ ମୟୂରଭଞ୍ଜ ଷ୍ଟେଟ୍‌ବ୍ୟାଙ୍କକୁ ପରିଚାଳନା କରିବା ପାଇଁ ଦକ୍ଷ ହେବା ପରେ ସେନଗୁପ୍ତା ରାଜାଙ୍କୁ ଜଣାଇ ୟୁକୋ ବ୍ୟାଙ୍କ୍‌ କଲିକତାକୁ ଫେରିଯାଇଥିଲେ। ସୁରେଶ ଚନ୍ଦ୍ର ମିଶ୍ର ପରିଚାଳକ ବା ମ୍ୟାନେଜର ରୂପେ ମୟୂରଭଞ୍ଜ ଷ୍ଟେଟ୍‌ ବ୍ୟାଙ୍କର କାର୍ଯ୍ୟଭାର ତୁଲାଇଲେ। ତାଙ୍କ ଅଧୀନରେ ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ମୟୂରଭଞ୍ଜ ସଦର ଶାଖା କାର୍ଯ୍ୟ କରୁଥିଲା। ବ୍ୟାଙ୍କ୍‌ ଆରମ୍ଭ ପାଇଁ ରାଜା ପ୍ରତାପ ଚନ୍ଦ୍ର ଭଞ୍ଜ ମୟୂରଭଞ୍ଜ ରାଜ୍ୟ ରାଜକୋଷରୁ ମୂଳଧନ ବାବଦକୁ ୩୪ ଲକ୍ଷ ୩୨ ହଜାର ଟଙ୍କା ଦେଇଥିଲେ। ତାହା ତତ୍କାଳୀନ ରେକର୍ଡ ତଥା ମୟୂରଭଞ୍ଜ ଗେଜେଟ୍‌ରେ ୩୧.୦୪.୧୯୪୪ରେ ପ୍ରକାଶିତ ହୋଇରହିଛି। ବ୍ୟାଙ୍କ ପରିଚାଳନା ପାଇଁ ତତ୍କାଳୀନ ମୟୂରଭଞ୍ଜ ରାଜ୍ୟର ଅର୍ଥ ସଚିବ କେ.ଏନ୍‌. ସିଂହ ଓ ଅନ୍ୟ ଜଣଙ୍କୁ ବ୍ୟାଙ୍କ ବୋର୍ଡରେ ରାଜା ନିଯୁକ୍ତି କରିଥିଲେ ଏବଂ ମୟୂରଭଞ୍ଜ ରାଜ୍ୟର ମୁଖ୍ୟ ରାଜସ୍ବ ସଚିବଙ୍କୁ ବ୍ୟାଙ୍କର ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେଇଥିଲେ। ବ୍ୟାଙ୍କର ମୁଖ୍ୟ ପରିଚାଳକ ସୁରେଶ ଚନ୍ଦ୍ର ମିଶ୍ର ହୋଇଥିଲେ ସ୍ଥାୟୀ ସମ୍ପାଦକ। ରାଜାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମସ୍ତଙ୍କ ସହଯୋଗରେ ବ୍ୟାଙ୍କ୍‌ର ଉନ୍ନତି କଳ୍ପେ ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥାର ଉନ୍ନତି କରିବା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସଂସ୍ପର୍ଶରେ ଆସି ଓଡ଼ିଆଙ୍କ ଉନ୍ନତି ପାଇଁ ବ୍ୟାଙ୍କ ଶିଳ୍ପକୁ ଆଖି ଆଗରେ ରଖି ମୟୂରଭଞ୍ଜ ଷ୍ଟେଟ ବ୍ୟାଙ୍କ ଗଠନ କରିଥିଲେ। ରାଜା କୋଅପରେଟିଭ୍‌ ଶବ୍ଦ ପ୍ରୟୋଗ ନ କରି ମଧ୍ୟ କୋଅପରେଟିଭ୍‌ ବ୍ୟାଙ୍କ୍‌ ଢାଞ୍ଚାରେ ମୟୂରଭଞ୍ଜ ଷ୍ଟେଟ ବ୍ୟାଙ୍କ ଗଠନ କରିଥିଲେ। ଯେତେବେଳେ ସମଗ୍ର ଭାରତ ଇଂରେଜ ଶାସକଙ୍କ ଦ୍ୱାରା ଶାସିତ ସେହି ସମୟରେ ମୟୂରଭଞ୍ଜ ରାଜାଙ୍କ ଦ୍ୱାରା ବ୍ୟାଙ୍କଟି ଗଠନ କରାଯାଇଥିଲା। ଏହି ବ୍ୟାଙ୍କ୍‌ ଗଠନ ମୂଳରେ ରାଜାଙ୍କ ଚିନ୍ତାଧାରା ଥିଲା ଉନ୍ନତ ଓ ଦୂରଦୃଷ୍ଟିସମ୍ପନ୍ନ। ରାଜା ସମସ୍ତ ଅର୍ଥ ରାଜକୋଷରୁ ଦେଇଥିଲେ ମଧ୍ୟ ବ୍ୟାଙ୍କ ପରିଚାଳନା ଓ ଶାସନରେ ହସ୍ତକ୍ଷେପ କରୁ ନ ଥିଲେ। ଏହି ବ୍ୟାଙ୍କ ଗଠନ ଦ୍ୱାରା ମୟୂରଭଞ୍ଜ ରାଜ୍ୟର ଜନସାଧାରଣ ସରଳ ଉପାୟରେ ବିଭିନ୍ନ କାର୍ଯ୍ୟପାଇଁ ଋଣ ନେଇ ଠିକ୍‌ ସମୟରେ ଶୁଝୁଥିଲେ। ଛାପାଖାନାକୁ ଲାଗି କିଛି ଜମି ଖାଲିଥିଲା। ଉକ୍ତ ଜାଗାରେ ରାଜା ଷ୍ଟେଟ୍‌ ବ୍ୟାଙ୍କ ପାଇଁ ମୁଖ୍ୟ କାର୍ଯ୍ୟାଳୟ ଗଢ଼ିଥିଲେ ୧୯୩୮ରେ ଏବଂ ଏହି ଘରଟି ମୂକସାକ୍ଷୀଭାବେ ଏବେ ଦଣ୍ଡାୟମାନ। ବ୍ୟାଙ୍କ ଘରଟି ବିଦେଶୀ ସ୍ଥପତିଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ଯାହା ୮୫ ବର୍ଷପରେ ମଧ୍ୟ ଅକ୍ଷୁଣ୍ଣ ଅଛି। ଓଡ଼ିଶା ୧୯୩୬ରେ ଏକ ସ୍ବତନ୍ତ୍ର ରାଜ ମାନ୍ୟତା ପାଇଥିଲେ ମଧ୍ୟ ମୟୂରଭଞ୍ଜ ରାଜ୍ୟଟି ୧୯୪୯ ଜାନୁଆରୀ ୧ରେ ଓଡ଼ିଶା ସହିତ ମିଶ୍ରଣ ହୋଇଥିଲା। ମିଶ୍ରଣ ପରେ ମୟୂରଭଞ୍ଜ ଷ୍ଟେଟ୍‌ ବ୍ୟାଙ୍କ ଓଡ଼ିଶା ରାଜ୍ୟ ସରକାରଙ୍କର ନିଜସ୍ବ ମାଲିକାନାରେ କାର୍ଯ୍ୟ କରୁଥିଲା। ୧୯୫୪ରେ ଇମ୍ପେରିଆଲ୍‌ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା। ମାତ୍ର ୧୯୬୧ରେ ସମସ୍ତ ବ୍ୟାଙ୍କ ମିଶି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନାମରେ ନାମିତ ହୋଇଥିଲା। ଏହି ସମୟରେ ମୟୂରଭଞ୍ଜ ଷ୍ଟେଟ୍‌ ବ୍ୟାଙ୍କଟି ମଧ୍ୟ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ରେ ସାମିଲ ହେବା ପରେ ମୟୂରଭଞ୍ଜ ଷ୍ଟେଟ ବ୍ୟାଙ୍କର ନାମ ଲୋପ ପାଇଥିଲା।
୧୯୬୧ ମସିହାରେ ଇମ୍ପେରିଆଲ୍‌ ବ୍ୟାଙ୍କରେ ମୟୂରଭଞ୍ଜ ଷ୍ଟେଟ୍‌ ବ୍ୟାଙ୍କର ମିଶ୍ରଣ ଫଳରେ ପୂର୍ବ ମୟୂରଭଞ୍ଜ ଷ୍ଟେଟ୍‌ ବ୍ୟାଙ୍କର ପରିଚାଳକ ଭାବେ କାର୍ଯ୍ୟ କରୁଥିବା ସୁରଶ ଚନ୍ଦ୍ର ମିଶ୍ରଙ୍କୁ ଇମ୍ପେରିଆଲ୍‌ ବ୍ୟାଙ୍କ କଲିକତା କାର୍ଯ୍ୟାଳୟକୁ ମୁଖ୍ୟ ପରିଚାଳକ ରୂପେ ବଦଳି କରାଯାଇଥିଲା ଏବଂ ସେ ପାଉଥିବା ମୋଟା ଅଙ୍କର ଦରମାକୁ ମଧ୍ୟ ବ୍ୟାଙ୍କ ଗ୍ରହଣ କରିଥିଲା। ସୁରେଶଚନ୍ଦ୍ର ମିଶ୍ର ମୁଖ୍ୟ ସାଧାରଣ ପରିଚାଳକ ରୂପେ ଇମ୍ପେରିଆଲ୍‌ ବ୍ୟାଙ୍କରେ ଚାକିରି କରି ଅବସର ନେଇଥିଲେ।
ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧୁନା ପୃଥିବୀର ଏକ ବୃହତ୍ତମ ବ୍ୟାଙ୍କ ରୂପେ କାର୍ଯ୍ୟରତ। ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଓଡ଼ିଶାର ଅବଦାନ ଯଥେଷ୍ଟ ଥିବାରୁ ଏହାକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ପରିଚାଳନା ମଣ୍ଡଳୀ ଗୁରୁତ୍ୱର ସହ ବିଚାର କରି ଓଡ଼ିଶାକୁ ଅଗ୍ରାଧିକାର ଦେବା ଉଚିତ।
ଓଡ଼ିଶା ରାଜ୍ୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ପରିଚାଳନା ଅଭାବରୁ ବନ୍ଦ ହୋଇଯାଇଛି। ରାଜ୍ୟ ସରକାରଙ୍କର ଏହା ବୃହତ୍ତମ ବ୍ୟାଙ୍କ ଯାହା ଓଡ଼ିଶାର ସମସ୍ତ ଜିଲାରେ ଶାଖାମାନ ଅଛି ଓ କେତେକ ଜିଲାରେ ନିଜ ଜମି ସହିତ ଶାଖା କାର୍ଯ୍ୟାଳୟର ଗୃହମାନ ଅଛି। ବର୍ତ୍ତମାନ ରାଜ୍ୟ ସରକାର ଓଡ଼ିଶା ସ୍ବାଭିମାନକୁ ଆଖିଆଗରେ ରଖି ଏକ ନୂତନ ବ୍ୟାଙ୍କ ଗଠନ କରିପାରିଲେ ଲୋପ ପାଇଯାଇଥିବା ମୟୂରଭଞ୍ଜ ଷ୍ଟେଟ୍‌ ବ୍ୟାଙ୍କ ନାମର ପୁନରାବୃତ୍ତି ହୋଇପାରନ୍ତା ଓ ଓସ୍‌କାର୍ଡ ବ୍ୟାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ବ୍ୟବହାର ହେବା ସଙ୍ଗେ ସଙ୍ଗେ ପର୍ଯ୍ୟାପ୍ତ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରନ୍ତା।

ପ୍ରତାପ ଚନ୍ଦ୍ର ସାମଲ
ବରିଷ୍ଠ ସମବାୟବିତ୍‌
ବଙ୍ଗାଳିସାହି, କଟକ, ମୋ: ୮୦୧୮୦୦୫୭୦୨


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri