ଆଜି ୨୪ ଘଣ୍ଟିିଆ ମୟୂରଭଞ୍ଜ ବନ୍ଦ

ବାରିପଦା,୨୪ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୧୫ଦଫା ଦାବି ନେଇ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମ୍‌ଏମ୍‌) ପକ୍ଷରୁ ଗୁରୁବାର ୨୪ ଘଣ୍ଟିିଆ ମୟୂରଭଞ୍ଜ ଜିଲା ବନ୍ଦ ଡାକରା ଦିଅଯାଇଛି। ଜିଲାର ଜନସାଧାରଣଙ୍କ ବୃହତ୍‌ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ବନ୍ଦକୁ ସଫଳ କରିବାକୁ ଆହ୍ବାନ ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଜିଲାର ମୂଳ ଅଧିବାସୀମାନେ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଏହାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଥିବା ଜେଏମ୍‌ଏମ୍‌ ପକ୍ଷରୁ କୁହାଯାଇଛି। ବନ୍ଦ ପୂର୍ବରୁ ବୁଧବାର ସନ୍ଧ୍ୟାରେ ବାରିପଦା ସହରରେ ମାଇକ୍‌ ଯୋଗେ ଲୋକଙ୍କୁ ସୂଚନା ପ୍ରଦାନ କରାଯାଇଛି। ସମସ୍ତ ଯାନବାହନ ଚଳାଚଳ ଓ ଦୋକାନ ବଜାର ବନ୍ଦ କରିବାକୁ ନିବେଦନ କରାଯାଇଛି।