ଟାଇମ୍‌ ମାଗାଜିନ୍‌ରେ ମୟୂରଭଞ୍ଜ

ନ୍ୟୁୟର୍କ,୧୮ା୩: ଆମେରିକାର ନ୍ୟୁୟର୍କ ସହରରୁ ପ୍ରକାଶ ପାଉଥିବା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ‘ଟାଇମ୍‌’ ପତ୍ରିକାରେ ଓଡ଼ିଶାର ମୟୂରଭଞ୍ଜ ଜିଲାକୁ ସ୍ଥାନିତ କରାଯାଇଛି। ୨୦୨୩ରେ ବିଶ୍ୱର ସବୁଠୁ ୫୦ ଅସାଧାରଣ ଗନ୍ତବ୍ୟସ୍ଥଳ ତାଲିକାରେ ମୟୂରଭଞ୍ଜ ସ୍ଥାନ ପାଇଛି। ଗୁରୁବାର ପ୍ରକାଶିତ ଏହି ତାଲିକାରେ ଭାରତର ଦ୍ୱିତୀୟ ଆକର୍ଷଣୀୟ ଡେଷ୍ଟିନେଶନ୍‌ ଭାବେ ଲଦାଖକୁ ମାନ୍ୟତା ମିଳିଛି।
ଟାଇମ୍‌ ଏହାର ‘ଓ୍ବାଲର୍‌ଡସ୍‌ ଗ୍ରେଟେଷ୍ଟ ପ୍ଲେସେସ୍‌ ଅଫ୍‌ ୨୦୨୩’ରେ ମୟୂରଭଞ୍ଜର ଶିମିଳିପାଳ ଜାତୀୟ ଉଦ୍ୟାନ ସମ୍ପର୍କରେ ଉଲ୍ଲେଖ କରିଛି। ବିରଳ କଳାବାଘ ଦେଖିବା ଲାଗି ଏହାକୁ ପର୍ଯ୍ୟଟକମାନଙ୍କ ପାଇଁ ବିଶ୍ୱର ଏକମାତ୍ର ସ୍ଥାନ ରୂପେ ଅଭିହିତ କରାଯାଇଛି। ଗତ ନଭେମ୍ବରରେ କଡ଼ା ନିର୍ଦ୍ଦେଶାବଳୀ ସହ ଶିମିଳିପାଳକୁ ଖୋଲାଯାଇଥିବାବେଳେ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ଦୈନିକ ୬୦ରୁ ଅଧିକ ଯାନବାହନର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏସୀୟ ହାତୀ ଓ ବେଙ୍ଗାଲ ଟାଇଗର ସମେତ ୪୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସରୀସୃପଙ୍କ ବାସସ୍ଥାନ ହେଉଛି ଏହି ଚିତ୍ତାକର୍ଷକ ଜାତୀୟ ଉଦ୍ୟାନ।
ଟାଇମ୍‌ ମାଗାଜିନ୍‌ରେ …
ପର୍ଯ୍ୟଟକମାନେ ସଫାରିରେ ବୁଲି ଏହାର ମନୋମୁଗ୍ଧକାରୀ ଆକର୍ଷଣୀୟ ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରିପାରିବେ। ମୟୂରଭଞ୍ଜକୁ ଅନେକ ବିରଳ ବାଘ ଓ ପ୍ରାଚୀନ ମନ୍ଦିରର ସ୍ଥାନ ଭାବେ ଅଭିହିତ କରି ଟାଇମ୍‌ ଆହୁରି ଲେଖିଛି, ସହରରେ ପର୍ଯ୍ୟଟକଙ୍କ ପାଇଁ ଆହୁରି ଅନେକ କିଛି କରିବାର ସୁବିଧା ସୁଯୋଗ ରହିଛି। ୟୁନେସ୍କୋର ‘ଇନ୍‌ଟାଞ୍ଜିବୁଲ୍‌ କଲ୍ଚରାଲ ହେରିଟେଜ୍‌’ ତାଲିକାରେ ସ୍ଥାନିତ ହୋଇଥିବା ମୟୂରଭଞ୍ଜର ଛଉନୃତ୍ୟର ମଜା ଆସନ୍ତା ଏପ୍ରିଲରୁ ନେଇପାରିବେ, ଯାହାର ବଡ଼ଧରଣର ଆୟୋଜନ ପୂର୍ବରୁ କୋଭିଡ୍‌ ମହାମାରୀ ଯୋଗୁ ବନ୍ଦ ରହିଥିଲା। ପ୍ରାଚୀନ କଳା ଓ ଲୋକନୃତ୍ୟର ସମାହାରରେ ଛଉ ପ୍ରଦର୍ଶନ ବେଲଗାଡ଼ିଆ ପ୍ୟାଲେସ୍‌ରେ ଦେଖିବାକୁ ମିଳିବ। ଉକ୍ତ ରାଜପ୍ରାସାଦ ଏବେ ୧୧ ଶୟନକକ୍ଷ ବିଶିଷ୍ଟ ଏକ ହୋଟେଲରେ ପରିଣତ ହୋଇଛି। ପର୍ଯ୍ୟଟକମାନେ ଜିଲାର ମହିଳାମାନଙ୍କ ହସ୍ତତନ୍ତ ଓ ଅନ୍ୟ କଳାକୃତିକୁ ମନଭରି ଦେଖିବା ସହ ସେଗୁଡ଼ିକୁ କିଣିପାରିବେ। ବାରିପଦାରେ ଥିବା ବେଲଗାଡ଼ିଆ ପ୍ୟାଲେସ୍‌ ଡାଇରେକ୍ଟର ଅକ୍ଷିତା ଭଞ୍ଜଦେଓ ଟାଇମ୍‌ ମାଗାଜିନ୍‌ର ଏହି ସ୍ବୀକୃତିକୁ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଛଉ ନୃତ୍ୟଗୁରୁ ତ୍ରିିଲୋଚନ ମହାନ୍ତ କୁହନ୍ତି, ବିଶ୍ୱ ଦରବାରରେ ଛଉନୃତ୍ୟ ଯେଭଳି ପ୍ରସିଦ୍ଧି ଲାଭ କରିଛି ସେହିଭଳି ମୟୂରଭଞ୍ଜ ମହାରାଜାଙ୍କ ବେଲଗଡ଼ିଆସ୍ଥିତ ପ୍ୟାଲେସ ଖ୍ୟାତି ଅର୍ଜନ କରି ପରିଛି। ଆଗାମୀ ଦିନରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମିବା ସହ ବହୁ କଳାକାରଙ୍କ ଜୀବନ ଜୀବିକାରେ ଉନ୍ନତି ଆସିପାରିବ। ତେବେ ଉକ୍ତ ତାଲିକାରେ ଡୋମିନିକା, ବାର୍ସିଲୋନା, ଟୋରେସ୍‌ ଡେଲ୍‌ ପାଇନ୍‌ ନ୍ୟାଶନାଲ ପାର୍କ, ଚିଲି, ମାନିଟୋବାର ଚର୍ଚିଲକୁ ମଧ୍ୟ ସ୍ଥାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri