Categories: ଜାତୀୟ

ମେୟର ନିର୍ବାଚନ: ବସୁନ୍ଧରାଙ୍କ ସମର୍ଥକ କଲେ ବିଦ୍ରୋହ

ଜୟପୁର,୮।୧୧: ରାଜସ୍ଥାନ ଜୟପୁରରେ ମେୟର ନିର୍ବାଚନ ନେଇ ଭାଜପାର ଘର କଳି ଏବେ ପଦାରେ ପଡ଼ିଛି। ବସୁନ୍ଧରା ରାଜେଙ୍କ ସମର୍ଥକ ବୋଲାଉଥିବା ବିଧାୟକ ନରପତ ସିଂ ରାଜସ୍ବୀ ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ବିଦ୍ରୋହ କରିଛନ୍ତି। ଗ୍ରେଟର ନଗମ ନିଗମରେ ସୌମ୍ୟା ଗୁର୍ଜରଙ୍କୁ ମେୟର ପ୍ରତ୍ୟାଶୀ କରାଯାଇଥିବାରୁ ନରପତ ଦଳରେ ମନଇଛା ନିଷ୍ପତ୍ତିି ଗ୍ରହଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି। ବିଧାୟକଙ୍କ ସହିତ ପରାମର୍ଶ ନ କରାଯାଇ ବାହାରର ଅନ୍ୟ ଜଣେ ପ୍ରାର୍ଥୀଙ୍କୁ କାହିଁକି ଏଭଳି କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସୌମ୍ୟା କରୈଲିର ପୂର୍ବତନ ଭାଜପା ସଭାପତି ରାଜରାମ ଗୁର୍ଜରଙ୍କ ସ୍ତ୍ରୀ। ରାଜରାମଙ୍କ ବିରୋଧରେ ୧୩ରୁ ଅଧିକ ଆପରାଧୀକ ମାମଲା ରହିଛି। ସେହିପରି ଜଣେ ବଳାତ୍କାର ପୀଡ଼ିତାଙ୍କ ସହିତ ସେଲ୍‌ଫି ଉଠାଇ ମହିଳା କମିଶନ ସଦସ୍ୟା ପଦରୁ ସୌମ୍ୟା ଇସ୍ତଫା ମଧ୍ୟ ଦେଇସାରିଛନ୍ତି। ତେଣୁ ତାଙ୍କୁ ମେୟର ପ୍ରତ୍ୟାଶୀ କରାଯିବା ଅନୁଚିତ ବୋଲି ନରପତ ଅଭିଯୋଗ କରିଛନ୍ତି।

Share