Categories: ଜାତୀୟ

୨୧ ବର୍ଷ ବୟସ୍କା କଲେଜ ଛାତ୍ରୀ ହେବେ ମେୟର

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଜଣେ ୨୧ ବର୍ଷ ବୟସ୍କା କଲେଜ ଛାତ୍ରୀ ମେୟର ହେବାକୁ ଯାଉଛନ୍ତି। ଷ୍ଟୁଡେଣ୍ଟ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆର କର୍ମୀ ଭାବେ କାର୍ଯ୍ୟ କରୁଥିବା ଆର୍ଯ୍ୟା ରାଜେନ୍ଦ୍ରନ ରାଜ୍ୟ ବାଳସଂଘର ସଭାପତି ଦାୟିତ୍ୱରେ ଅବସ୍ଥାପିତ ଅଛନ୍ତି। ସିପିଆଇ(ଏମ୍‌) ପକ୍ଷରୁ ପୌର ପରିଷଦ ନିର୍ବାଚନ ଲଢ଼ି ସେ ବିଜୟୀ ହୋଇଛନ୍ତି। ଆର୍ଯ୍ୟା ଅଲ୍‌ ସେଣ୍ଟ୍‌ କଲେଜରେ ଗଣିତ ବିଷୟରେ ବିଏସି ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି। ଆର୍ଯ୍ୟାତାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି।

Share