ଅନଲାଇନ୍‌ ମିଟିଂରେ କାନରୁ ମଇଳା ବାହାର କରି ଖାଇଲେ ମେୟର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲଣ୍ଡନ, ୫।୧୨: ଲଣ୍ଡନ ମହାନଗର ନିଗମ ପକ୍ଷରୁ ଏକ ଅନଲାଇନ୍‌ରେ ମିଟିଂ ଚାଲିଥିଲା। ହଠାତ୍‌ ଡେପୁଟି ମେୟର ଜୁଲିୟନ୍‌ ବେଞ୍ଜାମିନ୍‌ ନିଜ କାନରୁ ମଇଳା ବାହାର କରିବା ସହିତ ଏହାକୁ ଖାଇଥିଲେ। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲେବର ପାର୍ଟି ସଦସ୍ୟ ଜୁଲିୟନ୍‌ ନିଜ ପିନ୍ଧା ଚଷମା ଫ୍ରେମ୍‌ରେ କାନ ଖୋଳି ମଇଳା ବାହାର କରିଥିଲେ। ମଇଳାକୁ ହାତରେ ପୋଛି ପାଟିରେ ଭର୍ତ୍ତି କରିଥିଲେ। ଭିଡ଼ିଓ ନେଇ ମେୟର ସାଦିକ୍‌ ଖାଁ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏହାକୁ ବ୍ଲକ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜୁଲିୟନ୍‌ଙ୍କ ଏଭଳି ରୁଚିକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି।

Share