ମେ’ଫେୟାର: ଭୁବନେଶ୍ୱରରେ ଟେକିଦେବେ ୧୦.୮୪୫ ଏକର ଜଙ୍ଗଲ ଜମି

ଭୁବନେଶ୍ୱର,୬।୧୧ (ରବିନାରାୟଣ ଜେନା):ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ରାଜଧାନୀ ଛାତି ଉପରେ ଥିବା ଅମୂଲ୍ୟ ସମ୍ପଦକୁ ବଡ଼ବଡ଼ିଆଙ୍କୁ ଟେକିଦେବା ପାଇଁ ଜଙ୍ଗଲ ବିଭାଗର ବଡ଼ବାବୁମାନେ ଭାରି ବ୍ୟସ୍ତତା ଦେଖାଉଥିବା ପରିଲକ୍ଷିତ ହୋଇଛି। କେଉଁଠି ବିଲ୍‌ଡର୍ସଙ୍କ ପାଇଁ ଜଙ୍ଗଲ ଜମିକୁ ରାତାରାତି ଅଣଜଙ୍ଗଲ କିସମରେ ପରିବର୍ତ୍ତନକରିବା ପାଇଁ ସବୁ ବଳ ଖଟାଉଛନ୍ତି ତ ଆଉ କେଉଁଠି ହୋଟେଲ ବ୍ୟବସାୟୀଙ୍କ ପାଇଁ ସତେଯେମିତି ହୃଦୟ ଖୋଲିଦେଉଛନ୍ତି। ଏମିତିକି ସରକାରୀ ନୀତିନିୟମକୁ ଜଳାଞ୍ଜଳି ଦେବାକୁ ମଧ୍ୟ କେତେକ କ୍ଷେତ୍ରରେ ପଛାଉନାହାନ୍ତି, ଯାହାର ସଦ୍ୟ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମେ’ଫେୟାରକୁ ଜଙ୍ଗଲ ଜମି ଯୋଗାଣ କ୍ଷେତ୍ରରେ। ମେ’ଫେୟାରକୁ ଭୁବନେଶ୍ୱରରେ ୪ଟି ପ୍ଲଟ୍‌ରେ ସମୁଦାୟ ୧୦.୮୪୫ ଏକର ଜଙ୍ଗଲ ଜମି ଟେକିଦେବାକୁ ଜଙ୍ଗଲ ବିଭାଗର ବଡ଼ ଅଧିକାରୀଙ୍କ ବ୍ୟଗ୍ରତା ଦେଖାଦେଇଛି। ତଳିଆ କର୍ମଚାରୀମାନେ ଏକ୍ଷେତ୍ରରେ ପଛଘୁଞ୍ଚା ଦେଉଥିବାବେଳେ ବଡ଼ବଡ଼ିଆ ବାବୁମାନେ ଚାପ ପ୍ରୟୋଗକରି ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମି କିସମରେ ପରିବର୍ତ୍ତନକରିବା ପାଇଁ କିପରି ଆଗଭର ହେଉଛନ୍ତି ତାହା ଏସିଏଫ୍‌ ସୁଜୋୟ ଦତ୍ତଙ୍କ ବିବରଣୀରୁ ଜଣାଯାଇଛି।
ଫୋଟ୍‌ନାଇଟଲି ରିଜିଓନାଲ କୋ-ଅର୍ଡିନେଶନ ମିଟିଂ (ଏଫ୍‌ଆର୍‌ସିଏମ୍‌)ର ୮୬ତମ ବୈଠକର ସୂଚନା ଅନୁଯାୟୀ, ଡାଇରେକ୍ଟର ଇନ୍ସପେକ୍ଟର ଜେନେରାଲ ଅଫ୍‌ ଫରେଷ୍ଟ (ଡିଆଇଜିଏଫ୍‌-ସେଣ୍ଟ୍ରାଲ)ଙ୍କ ଅଧ୍ୟକ୍ଷତାରେ ୪୭ଟି ଜଙ୍ଗଲ କିସମ ଜମିକୁ ଅଣଜଙ୍ଗଲ କିସମରେ ପରିବର୍ତ୍ତନକରିବା ପାଇଁ ନିକଟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ପରିବେଶ-୧ର ଅନୁମତି ଆଣିବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ସେଥିରେ ମେ’ ଫେୟାରର ୪ଟି ପ୍ରସ୍ତାବ ରହିଥିଲା, ଯେଉଁଥିରେ କି ପ୍ରଥମ ପ୍ରସ୍ତାବରେ ୧.୨୧୬ ହେକ୍ଟର ଜଙ୍ଗଲ ଜମି ମେ’ ଫେୟାର ହୋଟେଲ୍ସ ଆଣ୍ଡ ରିସୋର୍ଟ ଲିଃ. ନାମରେ କରିବା ପାଇଁ ରହିଥିବାବେଳେ ଦ୍ୱିତୀୟଟିରେ ୦.୦୯୪ ହେକ୍ଟର, ତୃତୀୟଟିରେ ୦.୨୪୭ ହେକ୍ଟର ଏବଂ ଅନ୍ୟଟିରେ ୨.୮୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରିବା ତଥା ଏହାର ପରିବେଶ-୧ ଅନୁମତି ଆଣିବାକୁ ପ୍ରସ୍ତାବ ରହିଥିଲା। ଏନେଇ ଡିଆଇଜିଏଫ୍‌ (କେନ୍ଦ୍ରୀୟ) ନୋଡାଲ

ଡିସିଏଫ୍‌ଙ୍କୁ ପ୍ରଶ୍ନ କରିଥିଲେ ଯେ, କ’ଣ ପାଇଁ ଏତେଦିନ ଧରି ଏହା ପଡ଼ିରହିଛି। ଏନେଇ ପୁନର୍ବାର ସମ୍ପୃକ୍ତ ବନ ଅଧିକାରୀ(ଡିଏଫ୍‌ଓ)ଙ୍କୁ ତୁରନ୍ତ ଅବଗତ କରାଇବାକୁ ଡିଆଇଜିଏଫ୍‌ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଡିସିଏଫ୍‌-ନୋଡାଲ ସୂଚନା ଦେଇଥିଲେ, ଏହି ପ୍ରସ୍ତାବ ପଡ଼ିରହିବା ପାଇଁ ଅନେକ କାରଣ ରହିଛି। ତେବେ ସେଥିମଧ୍ୟରୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିୟମ ଉଲ୍ଲଂଘନ ନେଇ ଆକ୍ସନ ଟେକେନ ରିପୋର୍ଟ ହସ୍ତଗତ ହୋଇନାହିଁ। ଏହି ପରିପ୍ରେକ୍ଷୀରେ ଡିଏଫ୍‌ଓ ଚନ୍ଦକା(ବନ୍ୟପ୍ରାଣୀ) ସୂଚନା ଦେଇଥିଲେ, ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗକୁ ଅବଗତ କରାଯାଇଛି। ତେବେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଜଙ୍ଗଲ କିସମ ଜମିକୁ ବିଶିଷ୍ଟ ହୋଟେଲ ବ୍ୟବସାୟୀଙ୍କୁ ଦେବା ପାଇଁ କାହିଁକି ଯେ ଏତେ ବ୍ୟଗ୍ର ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରାଜ୍ୟର ଆଦିବାସୀମାନେ ଦୀର୍ଘବର୍ଷ ଧରି ଜଙ୍ଗଲ ଜମି ଉପରେ ତାଙ୍କର ହକ୍‌ ପାଇପାରୁ ନ ଥିବାବେଳେ ବଡ଼ବଡ଼ିଆଙ୍କ ପାଇଁ ଜଙ୍ଗଲ ଅଧିକାରୀମାନେ କାହିଁକି ଏତେ ବ୍ୟାକୁଳ ହେଉଛନ୍ତି ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri