Posted inଜାତୀୟ

ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ, ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍‌

ପାଟନା,୬।୧୧: ବିହାର ବିଧାନସଭାର ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। ଭୋଟ ଦେଇ ନେତା ବାଛିବେ ଜନତା । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ମତଦାନ ଗ୍ରହଣ ହେବ । କୁହାଯାଉଛି ପ୍ରଥମ ପର୍ଯ୍ୟାୟ ଭୋଟର ଫଳାଫଳ ବିହାର ଜନାଦେଶକୁ ନିର୍ଣ୍ଣାୟକ ମୋଡ ଦେବ । ତେଣୁ ପ୍ରଥମ ପର୍ଯ୍ୟାୟ ଭୋଟରେ ଏନଡିଏ ଓ ମହାମେଣ୍ଟ ପାଇଁ ଅଗ୍ନିପରୀକ୍ଷା ବୋଲି କୁହାଯାଉଛି । ବିହାର ଜନତା କାହା ହାତରେ ଶାସନ ଡୋରି ଦେବେ ତାହା ଉପରେ ସାରା ଦେଶର ନଜର ରହିଛି ।

ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ଟି ଆସନରେ ପଡ଼ିବ ଭୋଟ । ୪୫ ହଜାରରୁ ଅଧିକ ମତଦାନ କେନ୍ଦ୍ରରେ ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟି ୭୫ ଲକ୍ଷ ଭୋଟର । ସେମାନଙ୍କ ମଧ୍ୟରେ ୧କୋଟି ୯୮ ଲକ୍ଷ ପୁରୁଷ ଓ ୧ କୋଟି ୭୬ ଲକ୍ଷ ମହିଳା ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ସେଥିରେ ରହିଛନ୍ତି ୧୨୨ ଜଣ ମହିଳା ପ୍ରାର୍ଥୀ । ହେଭିୱେଟ ନେତାଙ୍କ ମଧ୍ୟରେ ରହିଛନ୍ତି, ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ୧୪ ଜଣ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।


Enter your email to get our daily news in your inbox.

All Right Reserved By Dharitri.Com

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri