Categories: ଜାତୀୟ

ମାୟାବତୀଙ୍କ ପୁତୁରା ବିଏସ୍‌ପିର ନଂ. ୨ ନେତା

ଲକ୍ଷ୍ନୌ,୧୪ା୯(ଆଇଏଏନ୍‌ଏସ୍‌): ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷା ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦ ଏବେ ଦଳରେ ନଂ୨ ନେତା। ଆଗାମୀ ଗୁଜରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଦଳକୁ ସୁଦୃଢ଼ କରାଇବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି। ବିଏସ୍‌ପିର ରାଷ୍ଟ୍ରୀୟ ସଂଯୋଜକ ଥିବା ଆକାଶଙ୍କୁ ଉପରୋକ୍ତ ରାଜ୍ୟରେ ସଂଗଠନକୁ ସଜାଡ଼ିବା ଦାୟିତ୍ୱ ଦିଆଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଆସନ୍ତା ବର୍ଷ ଭୋଟ ହେବ। ଆକାଶ ୨୦୧୭ରେ ଲଣ୍ଡନରୁ ଏମ୍‌ବିଏ ଶେଷ କରି ଫେରିବା ପରେ ମାୟାବତୀ ତାଙ୍କୁ ରାଜନୀତିକୁ ଆଣିଥିଲେ।

Share