Categories: ଜାତୀୟ

ବ୍ରାହ୍ମଣ ଭୋଟ୍‌କୁ ମାୟାବତୀଙ୍କ ଲୋଭ

ଲକ୍ଷ୍ନୌ,୧୯ା୭: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବ୍ରାହ୍ମଣଙ୍କ ଭୋଟକୁ ଲୋଭ କରିଛନ୍ତି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ବ୍ରାହ୍ମଣ ସମାଜକୁ ଭାଜପା ଭ୍ରମରେ ରଖି ସେମାନଙ୍କ ଭୋଟ ହାସଲ କରିପାରିବ ନାହିଁ। ବିଏସ୍‌ପି ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଆସନ୍ତା ୨୩ ତାରିଖରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ବ୍ରାହ୍ମଣ ସମ୍ପ୍ରଦାୟକୁ ପୁଣିଥରେ ଜାଗ୍ରତ କରାଯିବ। ଏହା ନିଶ୍ଚିତ କରାଯିବ ଯେ, ବିଏସ୍‌ପି ଅଧୀନରେ ସେମାନଙ୍କ ସ୍ବାର୍ଥ ସୁରକ୍ଷିତ ରହିବ।

Share