Categories: ଜାତୀୟ

ଲୋକ ସଭା, ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ବିଏସପି: ମାୟାବତୀଙ୍କ ଘୋଷଣା

ଲକ୍ଷ୍ନୌ,୩୦।୮: ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଏନ୍‌ଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଚାଲିଛି। ଏସବୁ ମଧ୍ୟରେ ବାହୁଜନ ସମାଜ ପାର୍ଟି (ବିଏସପି)ମୁଖ୍ୟ ମାୟାବତୀ ଇଣ୍ଡିଆ ସହ ମେଣ୍ଟ ଖବରକୁ ମିଥ୍ୟା ଖବର ବୋଲଇ କହିଛନ୍ତି ଏବଂ ଏପରି ଭୁଲ ଧାରଣା ପ୍ରଚାର ନ କରିବାକୁ ଗଣମାଧ୍ୟମକୁ ନିବେଦନ କରିଛନ୍ତି।

ମାୟାବତୀ କହିଛନ୍ତି, ଏନ୍‌ଡିଏ ଏବଂ ଇଣ୍ଡିଆ ମେଣ୍ଟ ମୁଖ୍ୟତଃ ଗରିବ ବିରୋଧୀ, ଜାତିବାଦୀ, ସାମ୍ପ୍ରଦାୟିକ ଏବଂ ପୁଞ୍ଜିବାଦୀ ନୀତିର ଦଳ, ଯେଉଁମାନଙ୍କ ବିରୋଧରେ ବିଏସପି କ୍ରମାଗତ ଭାବରେ ସଂଘର୍ଷ କରୁଛି। ତେଣୁ ସେମାନଙ୍କ ସହ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ପ୍ରଶ୍ନ ଉଠୁନାହିଁ।

ମାୟାବତୀ ସ୍ପଷ୍ଟ କରିଛନ୍ତି, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲଙ୍ଗାନାର ବିଧାନସଭା ଏବଂ ୨୦୨୪ଲୋକ ସଭା ନିର୍ବାଚନରେ ସେ କୌଣସି ମେଣ୍ଟରେ ସାମିଲ ହେବେ ନାହିଁ। ବିଏସପି ଏକାକୀ ନିର୍ବାଚନ ଲଢିବ ବୋଲି ସେ ଘୋଷଣା କରିଛନ୍ତି।

Share