Categories: ଜାତୀୟ

ଗେହଲଟଙ୍କୁ ଟାର୍ଗେଟ କଲେ ମାୟାବତୀ

ଲକ୍ଷ୍ନୌ,୧୮।୭: ରାଜସ୍ଥାନ ରାଜନୀତିରେ ଚାଲିଥିବା କନ୍ଦଳକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାୟାବତୀ ଟିପ୍ପଣି ଦେଇଛନ୍ତି। ଏଥିରେ ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି। ଏମିତିକି ରାଜସ୍ଥାନରେ ରାଷ୍ଟ୍ରପତି ଶାାସନ ଜାରି କରିବାକୁ ସେ ଦାବି କରିଛନ୍ତି। ଶନିବାର ସେ ଟୁଇଟ୍‌ କରି ଗେହଲଟଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ମାୟାବତୀ କହିଛନ୍ତି ପ୍ରଥମେ ଗେହଲଟ ଦଳବଦଳ ଆଇନର ଖୋଲାଖୋଲି ଉଲ୍ଲଂଘନ କରିଥିଲେ। ବିଏସ୍‌ପିକୁ ଲଗାତାର ଦ୍ୱିତୀୟ ଥର ଧୋକା ଦେଇଥିଲେ। ମାୟାବତୀ ଆହୁରି ମଧ୍ୟ କହିଛନ୍ତି ଗେହଲଟ ବିଏସ୍‌ପି ବିଧାୟକଙ୍କୁ କଂଗ୍ରେସରେ ସାମିଲ କରିଛନ୍ତି। ଆଉ ଏବେ ଫୋନ୍‌ ଟାପ୍‌ କରି ଆଉ ଏକ ଅସମ୍ବିଧାନିକ କାର୍ଯ୍ୟ କରିଛନ୍ତି ବୋଲି ମାୟାବାତୀ କହିଛନ୍ତି।

Share