Categories: ଖେଳ

ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ

ମୁମ୍ବାଇ,୧୮।୪: ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୯୬ ରନ୍‌ର ଟାର୍ଗେଟ ଧାର୍ଯ୍ୟ କରିଛି ପଞ୍ଜାବ କିଙ୍ଗ୍ସ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପାଇଁ ରାହୁଲ ଓ ଅଗ୍ରଓ୍ବାଲଙ୍କ ଓପନିଂ ଯୋଡ଼ି ୧୨୨ ରନ୍‌ କରିଥିଲେ। ମୟଙ୍କ ୬୯ (୭ ଚୌକା ଓ ୪ ଛକା) ଓ ରାହୁଲ ୬୧ (୭ ଚୌକା ଓ ୨ ଛକା) ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ପରେ ଦୀପକ ହୁଡ଼ା ୨୨* ଓ ଶାହାରୁଖ ଖାନ (୧୫*)ଙ୍କ ଯୋଗୁ ପଞ୍ଜାବ ୨୦ ଓଭରରେ ୪ ଉଇକେଟ ହରାଇ ୧୯୫ ରନ୍‌ କରିଥିଲା।

Share