ସୁସ୍ଥ ହେଲେ ମହାପ୍ରଭୁ

ପୁରୀ ଅଫିସ, ୨୫ା୬: ଆଷାଢ଼ କୃଷ୍ଣପକ୍ଷ ଏକାଦଶୀ ବା ଖଳିଲାଗି ଏକାଦଶୀ ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖଳିଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀଅଙ୍ଗରେ ଖଳି ଲାଗି ହୋଇଛନ୍ତି। ସେହିପରି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ଦଶମୀ ତିଥିରେ ଶ୍ରୀମନ୍ଦିରକୁ ଆସିଥିବା ଦଶମୂଳ ମୋଦକ ମଧ୍ୟ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି। ସେହିପରି ମହାପ୍ରଭୁ ସୁସ୍ଥ ଅନୁଭବ କରିଥିବାରୁ ତାଙ୍କୁ ତୁଳସୀ ଓ ବାରଲାଗି ଖଣ୍ଡୁଆ ଲାଗି କରାଯାଇଛି। ସୂଚନାଯୋଗ୍ୟ, ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନବେଦୀରେ ଶ୍ରୀବିଗ୍ରହମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଦଇତାପତି ଓ ପତିମହାପାତ୍ର ତାଙ୍କର ଗୁପ୍ତସେବା କରୁଛନ୍ତି। ଅଣସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି କରାଯିବା ପରେ ଦଶମ ତିଥିରେ ଚକାବିଜେ ନୀତି ସମ୍ପନ୍ନ ହୋଇଥିଲା।
ଶୁକ୍ରବାର ଶ୍ରୀମନ୍ଦିର ପଟିଦିଅଁଙ୍କ ନିକଟରେ ମଧ୍ୟାହ୍ନ ଧୂପ ଓ ଦକ୍ଷିଣୀ ଘର ଭୋଗ ବଢିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାରା ଖୋଲାଯାଇଥିଲା। ଅଣସର ଗୃହରେ ଦଇତାପତି ଓ ପତିମହାପାତ୍ର ପ୍ରବେଶ କରିଥିଲେ। ଶୁଦ୍ଧସୁଆରଙ୍କ ଘରୁ ଖଳି ଆସି ଠାକୁରଙ୍କୁ ଲାଗି କରାଯିବା ସହିତ ରକ୍ତବସ୍ତ୍ର ଲାଗି କରାଯାଇଥିଲା। ଏହାପରେ ଚକଟା ଭୋଗ ଓ ପଣାଭୋଗ ହୋଇ ବେହରଣ ଦ୍ୱାର ବନ୍ଦ କରାଯାଇଥିଲା। ଜୟବିଜୟ ଦ୍ୱାର ଖୋଲାଯାଇ ପଟିଦିଅଁଙ୍କ ନୀତି ଆରମ୍ଭ ହୋଇଥିଲା। ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ବଢ଼ିବା ପରେ ବେହରଣ ଦ୍ୱାର ଖୋଲିଥିଲା। ପଟିଦିଅଁ ଏବଂ ଶ୍ରୀବିଗ୍ରହମାନଙ୍କ ସର୍ବାଙ୍ଗ ନୀତି ହୋଇଥିଲା। ଚତୁର୍ଦ୍ଧାବିଗ୍ରହଙ୍କୁ ବାରଲାଗି ଖଣ୍ଡୁଆ, ରଙ୍ଗିନ ସୁଙ୍ଗନ୍ଧିତ ପୁଷ୍ପ ଓ ତୁଳସୀ ଲାଗି କରାଯାଇଥିଲା। ଦଶମୂଳକୁ ପତିମହାପାତ୍ର ସେବକ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କୁ ଲାଗି କରାଇଥିଲେ। ଏହାପରେ ଶ୍ରୀମନ୍ଦିରରେ ଘଣ୍ଟ, କାହାଳୀ ବାଦ୍ୟ ଶବ୍ଦ ପୁଣି ଶୁଣିବାକୁ ମିଳିଛି। ଶନିବାର ଦ୍ୱାଦଶୀ ତିଥିରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀବିଗ୍ରହମାନେ ସୁସ୍ଥ ହୋଇଥିବା ଖବର ଦଇତାପତିମାନେ ରାଜନଅରକୁ ଯାଇ ଗଜପତି ମହାରାଜାଙ୍କୁ ଜଣାଇବେ। ଏଥିସହ ରଥଯାତ୍ରା ସମ୍ପର୍କରେ ସୂଚନା ଦେବେ। ଆସନ୍ତା ୨୯ ତାରିଖ ଅମାବାସ୍ୟା ଦିନ ଭକ୍ତଙ୍କୁ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri