ଦୈବାଶିଷ ପ୍ରାପ୍ତ ହେଉ ଭାବୀ କର୍ଣ୍ଣଧାରଙ୍କୁ

ସମାଜରେ ସୁଖ ଶାନ୍ତିରେ ଚଳିବା ପାଇଁ ମଣିଷ ଗଢ଼ିଛି ନୀତି ଓ ନିୟମ। ସ୍ବକୀୟ ସୁଖ ଶାନ୍ତିି ପାଇଁ ପ୍ରସ୍ତୁତ ନିୟମ କାଳକ୍ରମେ ସମାଜ, ଜାତି ଓ ଦେଶ ପାଇଁ ନୀତିରେ ପରିଣତ ହୋଇଛି। ସମୟର ପରିପ୍ରେକ୍ଷୀରେ ରାଷ୍ଟ୍ରର ନୀତି ହୋଇଥିବାରୁ ତା’ର ନାମକରଣ ‘ରାଜନୀତି’ ହୋଇଛି। ଏହି ‘ରାଜନୀତି’ ସ୍ଥାନ, କାଳ, ପାତ୍ର ଭେଦରେ ରାଜତନ୍ତ୍ର, ସମାଜବାଦ ଓ ଗଣତନ୍ତ୍ର ରୂପରେ ପରିବର୍ତ୍ତିତ ହୋଇଛି । ଏଥିରେ ସମାଜର ଯାବତୀୟ ରୀତି, ନୀତି, ଆଚାର ବିଚାର ଅନ୍ତର୍ଭୁକ୍ତ।
ରାଷ୍ଟ୍ର ବା ଦେଶର ନୀତି ହିଁ ‘ରାଜନୀତି’। ଭାଷାନ୍ତରରେ ନୀତିମାନଙ୍କ ମଧ୍ୟରେ ଯିଏ ରାଜା ବା ଶ୍ରେଷ୍ଠ ତାହା ‘ରାଜନୀତି’। ଯେଉଁ ପଦ୍ଧତିରେ ଦେଶର ଜନସାଧାରଣଙ୍କର ହିତ ସାଧନ ହେବ ତାହା ହେଉଛି ‘ରାଜନୀତି’। ରାଜନୀତିର ଏହି ମହାନ ଆଦର୍ଶ ଆଜିର ନିର୍ବାଚନ ଓ ଦଳୀୟ ରାଜନୀତିରେ ପରିଦୃଷ୍ଟ ହେଉନାହିଁ। ଏହାର କାରଣ ହେଉଛି ଦେଶର ଉନ୍ନତି କଳ୍ପେ ନୀତି ନିର୍ଦ୍ଧାରଣରେ ଦଳୀୟ ମତଭେଦ ଓ ଅଯୋଗ୍ୟ ବ୍ୟକ୍ତିମାନଙ୍କର ରାଜନୀତିରେ ସକ୍ରିୟ ଅଂଶଗ୍ରହଣ। ଦେଖିବାକୁ ଗଲେ ଛାତ୍ର ଦେଶର ଭବିଷ୍ୟତ ପରିଚାଳକ। ଭାରତରେ ରାଜା ରାମମୋହନ ରାୟ, ସ୍ବାମୀ ବିବେକାନନ୍ଦ, ଜାତିର ପିତା ମହାମତ୍ା ଗାନ୍ଧୀ, ନେତାତୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭଳି ଜାତୀୟବାଦୀ ନେତୃବୃନ୍ଦ ସମାଜର ସବୁ ଶ୍ରେଣୀର ଲୋକଙ୍କ ମଧ୍ୟରେ ରାଜନୀତିକ ସଚେତନତା ଭରିଦେବା ପାଇଁ ଉଦ୍ୟମ କରିଥିଲେ। ଗାନ୍ଧିଜୀ ଏହି କାର୍ଯ୍ୟକ୍ରମରେ ଛାତ୍ରମାନଙ୍କୁ ପ୍ରାଧାନ୍ୟ ଦେଇଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା-ଛାତ୍ରମାନେ ଦେଶର ନୀତି ସମ୍ପର୍କରେ ସଚେତନ ହେଲେ ସ୍ବାଧୀନତା ସହଜ ଲଭ୍ୟ ହେବ। ଏଥିପାଇଁ ସେ ଛାତ୍ର ସମାଜକୁ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବାକୁ ସୁପରାମର୍ଶ ଦେଇଥିଲେ। ଆଜି ଦେଶ ସ୍ବାଧୀନ ହୋଇଛି ସତ; କିନ୍ତୁ ଗାନ୍ଧିଜୀଙ୍କ ପରିକଳ୍ପିତ ଭାରତ ମାଟିରେ ଆଜି ଦୁଷ୍ଟ/ସ୍ବାର୍ଥପର ଶାସନକର୍ତ୍ତାଙ୍କର ଦଳୀୟ ରାଜନୀତି ଚାଲିଛି। ଏହାର ପରିଣତି ସ୍ବରୂପ ‘ସେବା’ ସ୍ଥାନରେ ‘ନେବା’ ହିଁ ସାର ହୋଇଛି। କଳେବଳେ-କୌଶଳେ ଶାସନ କ୍ଷମତାକୁ ଆସିବା ହିଁ ଆଜିର ରାଜନୀତିକ ଦଳମାନଙ୍କର ଆଦର୍ଶ। ସେମାନେ ନିର୍ବାଚନ ରାଜନୀତିରେ ବିଜୟୀ ହେବା ଉଦ୍ଦେଶ୍ୟରେ ଛାତ୍ର ସମାଜକୁ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି। ଫଳରେ ଛାତ୍ର ସମାଜ ସେମାନଙ୍କର ଅପରିପକ୍ୱ ବୟସରୁ ଦୁର୍ନୀତି ପରାୟଣ, ସ୍ବାର୍ଥପର ଓ ପ୍ରତିଶୋଧ ମନୋଭାବ ସମ୍ପନ୍ନ ହୋଇ ପଡ଼ୁଛନ୍ତି।
ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଜୟପ୍ରକାଶ ନାରାୟଣଙ୍କର ମତ ଥିଲା- ଯେହେତୁ ଛାତ୍ରମାନେ ଦେଶ-ଜାତି ସମ୍ପର୍କରେ ଅନେକ କଥା ଶିକ୍ଷା କରୁଛନ୍ତି; ସ୍କୁଲ, କଲେଜ ବିଶ୍ୱବିଦ୍ୟାଳୟ ସ୍ତରରେ ରାଷ୍ଟ୍ରନୀତି ସମ୍ପର୍କରେ ମତବ୍ୟକ୍ତ କରିବା ପାଇଁ ସେମାନଙ୍କର ସୁଯୋଗ ରହିଛି; ଅଧିକନ୍ତୁ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସେମାନେ ଅବହିତ; ତେଣୁ ଗଣତନ୍ତ୍ର ରାଷ୍ଟ୍ରର ଶାସନରେ ଭାଗୀଦାର ହେବାକୁ ସକ୍ଷମ। କିନ୍ତୁ ପରିତାପର ବିଷୟ, ଛାତ୍ର-ରାଜନୀତିର ସେହି ମହତ୍‌ ଆଦର୍ଶ ଆଜି ଲୁପ୍ତ। ନୀତି ଓ ଆଦର୍ଶବିହୀନ ନେତାଙ୍କର ବଚସ୍କର ସାଜି, ସେମାନଙ୍କର କୂଟନୀତି ଫାଶରେ ଆବଦ୍ଧ ହୋଇ ନିଜର ଅଧୋଗତିକୁ ଆମନ୍ତ୍ରଣ କରିବା ଦିଗରେ ଅଗ୍ରସର ହେଉଛନ୍ତି।
ଛାତ୍ର ସମାଜ ସୁବିଧାବାଦରୁ ମୁକ୍ତ ରହିବା ସକାଶେ ଓଡ଼ିଶାର ବିଶିଷ୍ଟ ରାଜନୀତିକ ଡକ୍ଟର ହରେକୃଷ୍ଣ ମହତାବ ’ଛାତ୍ର ଓ ରାଜନୀତି’ ସମ୍ପର୍କରେ କହିଥିଲେ- ‘ଛାତ୍ରମାନେ ରାଜନୀତି କ୍ଷେତ୍ରରେ ପ୍ରବେଶ କଲେ ସର୍ବଦା ଜନସାଧାରଣଙ୍କର ସୁଖ ସୁବିଧାକୁ ଆଖି ଆଗରେ ରଖି, ସେମାନଙ୍କ ସହ ଖରା-ବର୍ଷାରେ ମିଶି ପାରିବେ। ଆଜିର ଉଚ୍ଚଶିକ୍ଷିତ ଯୁବକମାନଙ୍କ ଠାରେ ଏହି ଭାବନା ଦେଖାଯାଉନାହିଁ। ନିଜେ ସେବକ ହୋଇ ସମାଜର ଅବହେଳିତ ଶ୍ରେଣୀର ଲୋକଙ୍କର ସେବା କରିବାକୁ ଛାତ୍ରମାନେ ଚେଷ୍ଟା କରୁନାହାନ୍ତି।
ଦେଶ ଆଜି ଭୟଙ୍କର ରାଜନୀତିକ ସଂକଟର ସମ୍ମୁଖୀନ ହୋଇଛି। ଏତେବେଳେ ଛାତ୍ରମାନେ ସଚେତନ ନହେଲେ, ଏ ଦେଶ ଧ୍ୱଂସାଭିମୁଖୀ ହେବ। ଛାତ୍ରମାନେ ରାଜନୀତିରେ ଅଂଶଗ୍ରହଣ କରି, ଉପସ୍ଥିତ ସମସ୍ୟା ପ୍ରତି ତୀକ୍ଷ୍ଣ ଦୃଷ୍ଟି ନିକ୍ଷେପପୂର୍ବକ, ସ୍ବକୀୟ ଜ୍ଞାନାଲୋକ ଦ୍ୱାରା, ସ୍ବଦେଶକୁ ବିଶ୍ୱର ସର୍ବଶ୍ରେଷ୍ଠ ସମ୍ମାନନୀୟ ରାଷ୍ଟ୍ରରେ ପରିଣତ କରିବା ପାଇଁ ବିଶେଷ ଯନତ୍ଶୀଳ ହେବା ବିଧେୟ। ଏହା ହିଁ ହେବ ଛାତ୍ର-ସମାଜର ରାଜନୀତି ପ୍ରବେଶର ଲକ୍ଷ୍ୟ। ‘ରାଜନୀତି’ ରାଷ୍ଟ୍ରର ଚଳିବାର ନୀତି। ନାଗରିକଙ୍କର ସୁରକ୍ଷା, ସାମାଜିକ ସମ୍ପର୍କ ଆଜିର ନିୟାମକ ହୋଇଥିବା ବେଳେ ଦୁଃଖଦ ଘଟଣା ହେଉଛି; ଛାତ୍ରୀଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ସ୍ତରରେ ନିର୍ବାଚନକୁ ସ୍ଥଗିତ ରଖି ଆଜିର ଶାସକଗୋଷ୍ଠୀ ସେମାନଙ୍କର ଅଧିକାର ଉପରେ ହସ୍ତକ୍ଷେପ କରିଛନ୍ତି। ସମାଜରେ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ସମାଜରେ କ’ଣ ଘଟୁଛି ବା ଘଟିବ ସେ ବିଷୟରେ ମୁଣ୍ଡ ଖେଳାନ୍ତି ନାହିଁ। ‘ସମାଜ’, ‘ଜାତି’, ‘ଦେଶ’ ଆଦି ଶବ୍ଦ ଓ ଏହାର ତାତ୍ତ୍ୱିକ ଅର୍ଥ, ସେମାନଙ୍କ ପକ୍ଷେ ମୂଲ୍ୟହୀନ। ତଥାପି ଏମାନେ ଗଣତନ୍ତ୍ର ରାଷ୍ଟ୍ରର ଏକ ଏକକ, ଏହା ଅନସ୍ବୀକାର୍ଯ୍ୟ। ପକ୍ଷାନ୍ତରେ ସାମାଜିକ ପରିବର୍ତ୍ତନ ପାଇଁ ଛାତ୍ରୀଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବିଶ୍ୱବିଦ୍ୟାଳୟସ୍ତରୀୟ ନିର୍ବାଚନ ଅପରିହାର୍ଯ୍ୟ।
ଆଜିର ସମାଜରେ ଛାତ୍ର ରାଜନୀତିର ଭୂମିକା କ’ଣ ହେବା ଉଚିତ ସେ ପ୍ରସଙ୍ଗରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ କାର୍ଯ୍ୟାବଳୀ ଦୃଷ୍ଟାନ୍ତ ସ୍ବରୂପ ମାନସପଟରେ ଉଙ୍କିମାରେ। ମୁଖ୍ୟମନ୍ତ୍ରୀ ଆସନରେ ଅଧିରୂଢ଼ ଥାଇ ମଧ୍ୟ କୌଣସି ସ୍ଥାନକୁ ସରକାରୀ ଗାଡ଼ିରେ ପୋଲିସ ହେପାଜତ୍‌ରେ ନ ଯାଇ ସାଧାରଣ ନାଗରିକଙ୍କ ତୁଲ୍ୟ ବସ୍‌ରେ ଟିକେଟ୍‌ କରି ଯାଇଥାନ୍ତି। ତ୍ୟାଗର କି ଅର୍ପୂବ ଦୃଷ୍ଟାନ୍ତ! ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟର ଏକ ଘଟଣା। ମୁଖ୍ୟ ଅତିଥି ରୂପେ ଢେଙ୍କାନାଳର ଏକ ସଭାସ୍ଥଳକୁ ଯିବା ପରିପ୍ରେକ୍ଷୀରେ ପଥରେ ଥିବା ଏକ ଗ୍ରାମର ଯୁବକଙ୍କ ସହ ତାଙ୍କ ଗଁା ପୋଖରୀରୁ ଦଳ ଛାଣିବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ‘କର୍ମ ହିଁ ଜୀବନର ମାନଦଣ୍ଡ’ ଏହି ମହାନ ଉକ୍ତିକୁ ବାସ୍ତବରେ ରୂପାୟିତ କରିପାରିଥିଲେ। ଆଚାର୍ଯ୍ୟ ବିନୋବା ଭାବେ ଏଥିପାଇଁ ତାଙ୍କୁ ‘ଉତ୍କଳର ରାଜର୍ଷି’ ରୂପେ ଆଖ୍ୟାୟିତ କରିଥିଲେ। ତାଙ୍କର ଅତୁଳନୀୟ ପାବନ-ବ୍ୟକ୍ତିତ୍ୱ ଛାତ୍ର-ସମାଜର ସର୍ବଦା ଧ୍ୟେୟ ହେଉ। ପରିଶେଷରେ ଜନ-ହିତୈଷୀ-ଦୂରଦୃଷ୍ଟି ସମ୍ପନ୍ନ ସଦା ଏ ଧରାର ହିତାକାଂକ୍ଷୀ ମହାମାନବଗଣଙ୍କର ଅମରବାଣୀ ମାନବ ଜାତିକୁ ଦିଗଦର୍ଶନ ଦେଇ ଆଗାମୀ ପିଢ଼ିକୁ ସୁମାର୍ଗରେ ପରିଚାଳିତ କରୁ।

ବିଭୂତି ଭୂଷଣ ସେନାପତି
କଟକ, ମୋ: ୯୯୩୭୭୦୪୭୧୪


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri