ଦୈବାଶିଷ ପ୍ରାପ୍ତ ହେଉ ଭାବୀ କର୍ଣ୍ଣଧାରଙ୍କୁ

ସମାଜରେ ସୁଖ ଶାନ୍ତିରେ ଚଳିବା ପାଇଁ ମଣିଷ ଗଢ଼ିଛି ନୀତି ଓ ନିୟମ। ସ୍ବକୀୟ ସୁଖ ଶାନ୍ତିି ପାଇଁ ପ୍ରସ୍ତୁତ ନିୟମ କାଳକ୍ରମେ ସମାଜ, ଜାତି ଓ ଦେଶ ପାଇଁ ନୀତିରେ ପରିଣତ ହୋଇଛି। ସମୟର ପରିପ୍ରେକ୍ଷୀରେ ରାଷ୍ଟ୍ରର ନୀତି ହୋଇଥିବାରୁ ତା’ର ନାମକରଣ ‘ରାଜନୀତି’ ହୋଇଛି। ଏହି ‘ରାଜନୀତି’ ସ୍ଥାନ, କାଳ, ପାତ୍ର ଭେଦରେ ରାଜତନ୍ତ୍ର, ସମାଜବାଦ ଓ ଗଣତନ୍ତ୍ର ରୂପରେ ପରିବର୍ତ୍ତିତ ହୋଇଛି । ଏଥିରେ ସମାଜର ଯାବତୀୟ ରୀତି, ନୀତି, ଆଚାର ବିଚାର ଅନ୍ତର୍ଭୁକ୍ତ।
ରାଷ୍ଟ୍ର ବା ଦେଶର ନୀତି ହିଁ ‘ରାଜନୀତି’। ଭାଷାନ୍ତରରେ ନୀତିମାନଙ୍କ ମଧ୍ୟରେ ଯିଏ ରାଜା ବା ଶ୍ରେଷ୍ଠ ତାହା ‘ରାଜନୀତି’। ଯେଉଁ ପଦ୍ଧତିରେ ଦେଶର ଜନସାଧାରଣଙ୍କର ହିତ ସାଧନ ହେବ ତାହା ହେଉଛି ‘ରାଜନୀତି’। ରାଜନୀତିର ଏହି ମହାନ ଆଦର୍ଶ ଆଜିର ନିର୍ବାଚନ ଓ ଦଳୀୟ ରାଜନୀତିରେ ପରିଦୃଷ୍ଟ ହେଉନାହିଁ। ଏହାର କାରଣ ହେଉଛି ଦେଶର ଉନ୍ନତି କଳ୍ପେ ନୀତି ନିର୍ଦ୍ଧାରଣରେ ଦଳୀୟ ମତଭେଦ ଓ ଅଯୋଗ୍ୟ ବ୍ୟକ୍ତିମାନଙ୍କର ରାଜନୀତିରେ ସକ୍ରିୟ ଅଂଶଗ୍ରହଣ। ଦେଖିବାକୁ ଗଲେ ଛାତ୍ର ଦେଶର ଭବିଷ୍ୟତ ପରିଚାଳକ। ଭାରତରେ ରାଜା ରାମମୋହନ ରାୟ, ସ୍ବାମୀ ବିବେକାନନ୍ଦ, ଜାତିର ପିତା ମହାମତ୍ା ଗାନ୍ଧୀ, ନେତାତୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭଳି ଜାତୀୟବାଦୀ ନେତୃବୃନ୍ଦ ସମାଜର ସବୁ ଶ୍ରେଣୀର ଲୋକଙ୍କ ମଧ୍ୟରେ ରାଜନୀତିକ ସଚେତନତା ଭରିଦେବା ପାଇଁ ଉଦ୍ୟମ କରିଥିଲେ। ଗାନ୍ଧିଜୀ ଏହି କାର୍ଯ୍ୟକ୍ରମରେ ଛାତ୍ରମାନଙ୍କୁ ପ୍ରାଧାନ୍ୟ ଦେଇଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା-ଛାତ୍ରମାନେ ଦେଶର ନୀତି ସମ୍ପର୍କରେ ସଚେତନ ହେଲେ ସ୍ବାଧୀନତା ସହଜ ଲଭ୍ୟ ହେବ। ଏଥିପାଇଁ ସେ ଛାତ୍ର ସମାଜକୁ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବାକୁ ସୁପରାମର୍ଶ ଦେଇଥିଲେ। ଆଜି ଦେଶ ସ୍ବାଧୀନ ହୋଇଛି ସତ; କିନ୍ତୁ ଗାନ୍ଧିଜୀଙ୍କ ପରିକଳ୍ପିତ ଭାରତ ମାଟିରେ ଆଜି ଦୁଷ୍ଟ/ସ୍ବାର୍ଥପର ଶାସନକର୍ତ୍ତାଙ୍କର ଦଳୀୟ ରାଜନୀତି ଚାଲିଛି। ଏହାର ପରିଣତି ସ୍ବରୂପ ‘ସେବା’ ସ୍ଥାନରେ ‘ନେବା’ ହିଁ ସାର ହୋଇଛି। କଳେବଳେ-କୌଶଳେ ଶାସନ କ୍ଷମତାକୁ ଆସିବା ହିଁ ଆଜିର ରାଜନୀତିକ ଦଳମାନଙ୍କର ଆଦର୍ଶ। ସେମାନେ ନିର୍ବାଚନ ରାଜନୀତିରେ ବିଜୟୀ ହେବା ଉଦ୍ଦେଶ୍ୟରେ ଛାତ୍ର ସମାଜକୁ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି। ଫଳରେ ଛାତ୍ର ସମାଜ ସେମାନଙ୍କର ଅପରିପକ୍ୱ ବୟସରୁ ଦୁର୍ନୀତି ପରାୟଣ, ସ୍ବାର୍ଥପର ଓ ପ୍ରତିଶୋଧ ମନୋଭାବ ସମ୍ପନ୍ନ ହୋଇ ପଡ଼ୁଛନ୍ତି।
ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଜୟପ୍ରକାଶ ନାରାୟଣଙ୍କର ମତ ଥିଲା- ଯେହେତୁ ଛାତ୍ରମାନେ ଦେଶ-ଜାତି ସମ୍ପର୍କରେ ଅନେକ କଥା ଶିକ୍ଷା କରୁଛନ୍ତି; ସ୍କୁଲ, କଲେଜ ବିଶ୍ୱବିଦ୍ୟାଳୟ ସ୍ତରରେ ରାଷ୍ଟ୍ରନୀତି ସମ୍ପର୍କରେ ମତବ୍ୟକ୍ତ କରିବା ପାଇଁ ସେମାନଙ୍କର ସୁଯୋଗ ରହିଛି; ଅଧିକନ୍ତୁ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସେମାନେ ଅବହିତ; ତେଣୁ ଗଣତନ୍ତ୍ର ରାଷ୍ଟ୍ରର ଶାସନରେ ଭାଗୀଦାର ହେବାକୁ ସକ୍ଷମ। କିନ୍ତୁ ପରିତାପର ବିଷୟ, ଛାତ୍ର-ରାଜନୀତିର ସେହି ମହତ୍‌ ଆଦର୍ଶ ଆଜି ଲୁପ୍ତ। ନୀତି ଓ ଆଦର୍ଶବିହୀନ ନେତାଙ୍କର ବଚସ୍କର ସାଜି, ସେମାନଙ୍କର କୂଟନୀତି ଫାଶରେ ଆବଦ୍ଧ ହୋଇ ନିଜର ଅଧୋଗତିକୁ ଆମନ୍ତ୍ରଣ କରିବା ଦିଗରେ ଅଗ୍ରସର ହେଉଛନ୍ତି।
ଛାତ୍ର ସମାଜ ସୁବିଧାବାଦରୁ ମୁକ୍ତ ରହିବା ସକାଶେ ଓଡ଼ିଶାର ବିଶିଷ୍ଟ ରାଜନୀତିକ ଡକ୍ଟର ହରେକୃଷ୍ଣ ମହତାବ ’ଛାତ୍ର ଓ ରାଜନୀତି’ ସମ୍ପର୍କରେ କହିଥିଲେ- ‘ଛାତ୍ରମାନେ ରାଜନୀତି କ୍ଷେତ୍ରରେ ପ୍ରବେଶ କଲେ ସର୍ବଦା ଜନସାଧାରଣଙ୍କର ସୁଖ ସୁବିଧାକୁ ଆଖି ଆଗରେ ରଖି, ସେମାନଙ୍କ ସହ ଖରା-ବର୍ଷାରେ ମିଶି ପାରିବେ। ଆଜିର ଉଚ୍ଚଶିକ୍ଷିତ ଯୁବକମାନଙ୍କ ଠାରେ ଏହି ଭାବନା ଦେଖାଯାଉନାହିଁ। ନିଜେ ସେବକ ହୋଇ ସମାଜର ଅବହେଳିତ ଶ୍ରେଣୀର ଲୋକଙ୍କର ସେବା କରିବାକୁ ଛାତ୍ରମାନେ ଚେଷ୍ଟା କରୁନାହାନ୍ତି।
ଦେଶ ଆଜି ଭୟଙ୍କର ରାଜନୀତିକ ସଂକଟର ସମ୍ମୁଖୀନ ହୋଇଛି। ଏତେବେଳେ ଛାତ୍ରମାନେ ସଚେତନ ନହେଲେ, ଏ ଦେଶ ଧ୍ୱଂସାଭିମୁଖୀ ହେବ। ଛାତ୍ରମାନେ ରାଜନୀତିରେ ଅଂଶଗ୍ରହଣ କରି, ଉପସ୍ଥିତ ସମସ୍ୟା ପ୍ରତି ତୀକ୍ଷ୍ଣ ଦୃଷ୍ଟି ନିକ୍ଷେପପୂର୍ବକ, ସ୍ବକୀୟ ଜ୍ଞାନାଲୋକ ଦ୍ୱାରା, ସ୍ବଦେଶକୁ ବିଶ୍ୱର ସର୍ବଶ୍ରେଷ୍ଠ ସମ୍ମାନନୀୟ ରାଷ୍ଟ୍ରରେ ପରିଣତ କରିବା ପାଇଁ ବିଶେଷ ଯନତ୍ଶୀଳ ହେବା ବିଧେୟ। ଏହା ହିଁ ହେବ ଛାତ୍ର-ସମାଜର ରାଜନୀତି ପ୍ରବେଶର ଲକ୍ଷ୍ୟ। ‘ରାଜନୀତି’ ରାଷ୍ଟ୍ରର ଚଳିବାର ନୀତି। ନାଗରିକଙ୍କର ସୁରକ୍ଷା, ସାମାଜିକ ସମ୍ପର୍କ ଆଜିର ନିୟାମକ ହୋଇଥିବା ବେଳେ ଦୁଃଖଦ ଘଟଣା ହେଉଛି; ଛାତ୍ରୀଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ସ୍ତରରେ ନିର୍ବାଚନକୁ ସ୍ଥଗିତ ରଖି ଆଜିର ଶାସକଗୋଷ୍ଠୀ ସେମାନଙ୍କର ଅଧିକାର ଉପରେ ହସ୍ତକ୍ଷେପ କରିଛନ୍ତି। ସମାଜରେ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ସମାଜରେ କ’ଣ ଘଟୁଛି ବା ଘଟିବ ସେ ବିଷୟରେ ମୁଣ୍ଡ ଖେଳାନ୍ତି ନାହିଁ। ‘ସମାଜ’, ‘ଜାତି’, ‘ଦେଶ’ ଆଦି ଶବ୍ଦ ଓ ଏହାର ତାତ୍ତ୍ୱିକ ଅର୍ଥ, ସେମାନଙ୍କ ପକ୍ଷେ ମୂଲ୍ୟହୀନ। ତଥାପି ଏମାନେ ଗଣତନ୍ତ୍ର ରାଷ୍ଟ୍ରର ଏକ ଏକକ, ଏହା ଅନସ୍ବୀକାର୍ଯ୍ୟ। ପକ୍ଷାନ୍ତରେ ସାମାଜିକ ପରିବର୍ତ୍ତନ ପାଇଁ ଛାତ୍ରୀଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବିଶ୍ୱବିଦ୍ୟାଳୟସ୍ତରୀୟ ନିର୍ବାଚନ ଅପରିହାର୍ଯ୍ୟ।
ଆଜିର ସମାଜରେ ଛାତ୍ର ରାଜନୀତିର ଭୂମିକା କ’ଣ ହେବା ଉଚିତ ସେ ପ୍ରସଙ୍ଗରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ କାର୍ଯ୍ୟାବଳୀ ଦୃଷ୍ଟାନ୍ତ ସ୍ବରୂପ ମାନସପଟରେ ଉଙ୍କିମାରେ। ମୁଖ୍ୟମନ୍ତ୍ରୀ ଆସନରେ ଅଧିରୂଢ଼ ଥାଇ ମଧ୍ୟ କୌଣସି ସ୍ଥାନକୁ ସରକାରୀ ଗାଡ଼ିରେ ପୋଲିସ ହେପାଜତ୍‌ରେ ନ ଯାଇ ସାଧାରଣ ନାଗରିକଙ୍କ ତୁଲ୍ୟ ବସ୍‌ରେ ଟିକେଟ୍‌ କରି ଯାଇଥାନ୍ତି। ତ୍ୟାଗର କି ଅର୍ପୂବ ଦୃଷ୍ଟାନ୍ତ! ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟର ଏକ ଘଟଣା। ମୁଖ୍ୟ ଅତିଥି ରୂପେ ଢେଙ୍କାନାଳର ଏକ ସଭାସ୍ଥଳକୁ ଯିବା ପରିପ୍ରେକ୍ଷୀରେ ପଥରେ ଥିବା ଏକ ଗ୍ରାମର ଯୁବକଙ୍କ ସହ ତାଙ୍କ ଗଁା ପୋଖରୀରୁ ଦଳ ଛାଣିବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ‘କର୍ମ ହିଁ ଜୀବନର ମାନଦଣ୍ଡ’ ଏହି ମହାନ ଉକ୍ତିକୁ ବାସ୍ତବରେ ରୂପାୟିତ କରିପାରିଥିଲେ। ଆଚାର୍ଯ୍ୟ ବିନୋବା ଭାବେ ଏଥିପାଇଁ ତାଙ୍କୁ ‘ଉତ୍କଳର ରାଜର୍ଷି’ ରୂପେ ଆଖ୍ୟାୟିତ କରିଥିଲେ। ତାଙ୍କର ଅତୁଳନୀୟ ପାବନ-ବ୍ୟକ୍ତିତ୍ୱ ଛାତ୍ର-ସମାଜର ସର୍ବଦା ଧ୍ୟେୟ ହେଉ। ପରିଶେଷରେ ଜନ-ହିତୈଷୀ-ଦୂରଦୃଷ୍ଟି ସମ୍ପନ୍ନ ସଦା ଏ ଧରାର ହିତାକାଂକ୍ଷୀ ମହାମାନବଗଣଙ୍କର ଅମରବାଣୀ ମାନବ ଜାତିକୁ ଦିଗଦର୍ଶନ ଦେଇ ଆଗାମୀ ପିଢ଼ିକୁ ସୁମାର୍ଗରେ ପରିଚାଳିତ କରୁ।

ବିଭୂତି ଭୂଷଣ ସେନାପତି
କଟକ, ମୋ: ୯୯୩୭୭୦୪୭୧୪


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri