ଜୀବନ୍ତ ଫେରି ନ ପାରେ: ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ,୧୭ା୧୧(ପି.ଟି.): ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶର ପ୍ରଧାନ ବିଚାରପତି ଏବଂ ଅନ୍ୟ ମୁଖ୍ୟ ବିଚାରପତିମାନଙ୍କୁ ଏକ ଖୋଲା ଚିଠି ଲେଖି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରେ ଲାଗିଥିବାରୁ ସେ ଜେଲ୍‌ରୁ ଜୀବନ୍ତ ଫେରି ନ ପାରନ୍ତି ବୋଲି ଜଣାଇଛନ୍ତି। ତାଙ୍କ ପାଇଁ ଓ ସ୍ତ୍ରୀ ବୁର୍ଶା ବିବିଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ନିଶ୍ଚିତ କରାଇବାକୁ ସେ ଦେଶର ଶୀର୍ଷ ବିଚାରପତିମାନଙ୍କୁ ନିବେଦନ କରିଛନ୍ତି। ପାକ୍‌ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ଫେଡେରାଲ କନ୍‌ଷ୍ଟିଚ୍ୟୁଶନାଲ କୋର୍ଟ ଏବଂ ଇସ୍‌ଲାମାବାଦ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସେ ଲେଖିଥିବା ଖୋଲାଚିଠି ସୋମବାର ସର୍ବସାଧାରଣରେ ପ୍ରକାଶ ପାଇଛି। ତାଙ୍କ ଡାକ୍ତରୀ ଚିକିତ୍ସା ଓ ଜେଲର ସ୍ଥିତି ଉପରେ ଚିନ୍ତା ପ୍ରକଟ କରି ପୂର୍ବରୁ କୋର୍ଟ ଦେଇଥିବା ରାୟ କାର୍ଯ୍ୟକାରୀ କରିବାକୁ ସେ ନିବେଦନ କରିଛନ୍ତି। ଇମ୍ରାନ୍‌ଙ୍କ ଓକିଲ ସଲମାନ ସଫଦର ଗତ ୧୧ ତାରିଖରେ ଇମ୍ରାନ୍‌ଙ୍କୁ ଆଡିଆଲା ଜେଲରେ ଭେଟିବା ପରେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଉକ୍ତ ଚିଠିକୁ ଶେୟାର କରିଛନ୍ତି।

Dharitri – Odisha’s No.1 Odia Daily

Share
Tags: imran khan