Categories: ଜାତୀୟ

ବିପଦରେ ପଡି ପର୍ବ ପାଳନ କରାଯିବା କୌଣସି ଧର୍ମରେ କୁହାଯାଇନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧।୧୦: କରୋନା ସମୟରେ ପର୍ବ ପାଳନକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏକ ବୟାନ ଦେଇଛନ୍ତି। ସେ ରବିବାର କହିଛନ୍ତି ଯେ ଜୀବନକୁ ବିପଦରେ ପକାଇ ପର୍ବ ପାଳନ କରିବାକୁ ଦୁନିଆର କୌଣସି ଦେବତା କିମ୍ବା ଧର୍ମରେ କୁହାଯାଇନାହିଁ। ଏହି ସମୟରେ ସମଗ୍ର ବିଶ୍ୱ ପାଇଁ କରୋନା ବିରୋଧରେ ଲଢେଇ କରିବା ହେଉଛି ଆମର ଧର୍ମ। ତେଣୁ ପର୍ବପର୍ବାଣିରେ ସାମାଜିକ ଦୂରତା ପାଳନ କରନ୍ତୁ । ବାହାରକୁ ଯିବା ପରିବର୍ତ୍ତେ ଘରେ ରୁହନ୍ତୁ ଏବଂ ପାରିବାରିକ ପର୍ବ ପାଳନ କରନ୍ତୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଦେଶରେ କରୋନା ମାମଲା ବୃଦ୍ଧି ପାଉଛି। ଆସନ୍ତା ସପ୍ତାହରୁ ପାର୍ବଣର ରୁତୁ ଆରମ୍ଭ ହେବ। ଏଭଳି ପରିସ୍ଥିତିରେ ଶୀତଦିନେ କରୋନା ମାମଲା ବଢିପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ଏ ସମୟରେ ସାମାଜିକ ଦୂରତା ବଜାୟ ରକବବା ସହ ମାସ୍କ ପିନ୍ଧିବା ନିହାତି ଜରୁରୀ ହୋଇପଡିଛି।

Share