ଭୁଲରେ କରନ୍ତୁ ନାହିଁ ଏସବୁ କାମ, ହୋଇପାରେ ଧନହାନି

ସୁଖଶାନ୍ତିରେ ରହିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସ୍ନେହଶ୍ରଦ୍ଧା ରହୁ ବୋଲି ସମସ୍ତେ ଚାହିଁଥାନ୍ତି। ଘରକୁ କିପରି ଧନର ଆଗମନ ହେବ, ଘରୁ କିପରି ନକାରାତ୍ମକ ଶକ୍ତି ଦୂରେଇ ଯିବ ଏସବୁ ପାଇଁ ସବୁବେଳେ ଚିନ୍ତିତ ଥାନ୍ତି। ତେଣୁ ଏହିସବୁ ପାଇବାକୁ ହେଲେ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଜାଣନ୍ତୁ ଏ ସମ୍ପର୍କରେ…

– ଭୋଜନ ସମୟରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଭୋଜନ କରନ୍ତୁ। ପଶ୍ଚିମ କିମ୍ବା ଦକ୍ଷିଣ ଦିଗକୁ ମୁହଁ କରି ଆଦୌ ଭୋଜନ କରନ୍ତୁ ନାହିଁ। ଏପରି କଲେ ଧନର ଅଭାବ ପରିଲକ୍ଷିତ ହୋଇଥାଏ।

– ଯୋତା ପିନ୍ଧି ଭୋଜନ କଲେ ଲକ୍ଷ୍ମୀଙ୍କ କୃପା ମିଳି ନ ଥାଏ।

– ଠାକୁରଙ୍କ ପୂଜାରେ ଲାଗିଥିବା ଫୁଲ ଘରେ ଆଦୌ ରଖନ୍ତୁ ନାହିଁ। ଏପରି କଲେ ଲକ୍ଷ୍ମୀ କୋପ କରିବା ସହ ଘରେ ନକତରାତ୍ମକ ଶକ୍ତିର ପ୍ରଭାବ ପଡ଼େ। ଠାକୁର ଘରକୁ ସଦା ସର୍ବଦା ସଫାସୁତରା ରଖନ୍ତୁ।

– ଅଇଁଠା ହାତରେ ଘିଅ କିମ୍ବା କ୍ଷୀରକୁ ସ୍ପର୍ଶ କରନ୍ତୁ ନାହିଁ।

– ରାତିରେ ଆଦୌ ଦହି ସେବନ କରନ୍ତୁ ନାହିଁ।